ଅଳିଆ ଗଦାରେ ଦାରିଙ୍ଗବାଡି: ନାକ ଟେକିଲେଣି ପର୍ଯ୍ୟଟକ, ଉନ୍ନତି ପଥରେ ଆଗେଇ ନେବାକୁ ଅଣ୍ଟାଭିଡିଛନ୍ତି ଯୁବ ସମାଜସେବୀ

ଦାରିଙ୍ଗବାଡି,୫।୪ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବରେ ଦାରିଙ୍ଗବାଡି ବେଶ୍‌ ବରିଚିତ। ଏହି ଜିଲାକୁ ଶୀତଦିନେ ପର୍ଯ୍ୟଟକଙ୍କ ସୁଅ ଛୁଟେ। ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରୁ ପ୍ରେତିଦିନ ଶହ ଶହ ପର୍ଯ୍ୟଟକ ବର୍ଷ ତମାମ ଦାରିଙ୍ଗବାଡି ବୁଲିବାକୁ ଆସିଥାନ୍ତି । ମାତ୍ର ପୂର୍ବଭଳି ଆଉ ଦାରିଙ୍ଗବାଡିରେ ଶୀତ ଦିନରେ ଶୀତ ନାହିଁ। ଗ୍ରୀଷ୍ମରେ ପ୍ରଚଣ୍ଡ ରୌଦ୍ର ତାପ ବୃଦ୍ଧି ପାଉଥିବା ବେଳେ ଆଉ ପୂର୍ବଭଳି ବର୍ଷା ହେଉନାହିଁ। ସମ୍ପୂର୍ଣ୍ଣ ଜଳବାୟୁ ପରିବର୍ତ୍ତନ ହେଉଥିବା ବେଳେ ଦାରିଙ୍ଗବାଡି ସହର ଓ ତାର ଆଖପାଖ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଗଦା, ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ ପଡ଼ି ପରିବେଶ ଦୂଷିତ କରୁଛିି। ଏହାକୁ ନେଇ ଯୁବ ସମାଜସେବୀ ଅକ୍ଷୟ କୁମାର ପରିଛା ଗାଁଗାଁ ରେ ବୁଲି ଲୋକଙ୍କୁ ସଚେତନ କରିବା ସହ ପ୍ଲାଷ୍ଟିକ ବ୍ୟବହାରରୂ ବର୍ତ୍ତୀବାକୁ ବୁଝାଉଛନ୍ତି। ସିଙ୍ଗଲ ୟୁଜ ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ସେ ଉକ୍ତ ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଅଞ୍ଚଳରେ ଲୋକଙ୍କୁ ନେଇ ସଚେତନ କରିବା ସହ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ଏତେ ସଂଖ୍ୟାରେ ଆସିବା କାରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରି କହିଛନ୍ତି ଯେ, ଦାରିଙ୍ଗବାଡିରେ ସୁସ୍ଥ ଅମ୍ଳଜାନ ଟିକେ ପାଇବା ପାଇଁ ଏବଂ ସବୁଜ ବଣ ପାହାଡ଼ ଦେଖିବା ପାଇଁ ପର୍ଯ୍ୟଟକ ଆସନ୍ତି। କିନ୍ତୁ ଅଞ୍ଚଳ ଏବେ ଦୂଷିତ ଜଳବାୟୁ ସୃଷ୍ଟି ଦିଗରେ ଗତି କରୁଛି । ଯୁଆଡେ ଆଖି ବୁଲେଇବେ ଚାରିଆଡେ କୁଢ଼ କୁଢ଼ ଅଳିଆ ଗଦା ତେଣୁ ଦାରିଙ୍ଗବାଡିକୁ ପର୍ଯ୍ୟଟକ ଆସିବାକୁ ନାକ ଟେକିବା ଆରମ୍ଭ କଲେଣି । ଆମେ ଯଦି ଏବେଠାରୁ ସଚେତନ ହେବା ନାହିଁ ତେବେ ପର୍ଯ୍ୟଟକ ଆସିବା ଧୀରେଧୀରେ ବନ୍ଦ ହୋଇଯିବ ଏବଂ ଲୋକଙ୍କ ଅଞ୍ଚଳରେ ଜୀବନଜୀବିକା ଉପରେ ଏହାର କୁପ୍ରଭାବ ପଡିବ ବୋଲି ସେ ସଚେତନ କରିଛନ୍ତି। ଏଥିପାଇଁ ସେ ପ୍ରଶାସନ ନିକଟରେ ମଧ୍ୟ ଅପିଲ କରିଛନ୍ତି । ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ପାଇଁ ପ୍ରସାଶନ ପଦକ୍ଷେପ ନେଉ ବୋଲି ସେ ନିବେଦନ କରିଛନ୍ତ। ସେହିପରି ସେ ପର୍ଯ୍ୟଟକଙ୍କୁ ନିବେଦନ କରିଛନ୍ତି ଯେ, ଯେଉଁମାନେ ଦାରିଙ୍ଗବାଡି ବୁଲିବାକୁ ଆସୁଛନ୍ତି ସେମାନେ ପ୍ଲାଷ୍ଟିକ ବ୍ୟବହାର ନ କରନ୍ତୁ ଯଦି କରୁଛନ୍ତି ଗୋଟିଏ ସ୍ଥାନରେ ପ୍ଲାଷ୍ଟିକ ପକାନ୍ତୁ ବୋଲି କହିଛନ୍ତି।
ସେହିପରି ଶନିବାର ଦାରିଙ୍ଗବାଡିର ହିଲଭିୟୁକୁ ସଫେଇ କରାଯାଇଛି ଏଥିରେ ଯୁବ ସମାଜସେବୀ ଅଜିତ ନାୟକ, ଦିଲୀପ କୁମାର ସାହୁ, ଧନେଶ୍ୱର ସାହୁ, ଯୁବରାଜ ଅଧିକାରୀ ପ୍ରମୁଖ ସାମିଲ ହୋଇ ସଫେଇ କରିଛନ୍ତି ପ୍ରତି ଶନିବାର ଏହି ସଫେଇ କାର୍ଯ୍ୟ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ବଜାର ଆଦିରେ କରାଯିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri