Posted inଜାତୀୟ

ତାଲିବାନ୍‌ର ଦୁଃସାହସ, ଭାରତକୁ ଦେଖାଇଲା ନାଲି ଆଖି…

ନୂଆଦିଲ୍ଲୀ,୧୪।୮: ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ବୃଦ୍ଧି ପାଉଛି। ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଧାହାର ଏବେ ତାଲିବାନ କବ୍‌ଜାରେ ରହିଛି। କାବୁଲ ସୀମାବର୍ତ୍ତୀ ଲେଗାରର ପ୍ରାଦେଶିକ ରାଜଧାନୀ ଫୁଲ-ଇ-ଆଲାମରେ ତାଲିବାନ ସଦସ୍ୟ ପ୍ରବେଶ କରିଛନ୍ତି। ଏହାଯୋଗୁ ସଂଗଠନ ଆଧିପତ୍ୟ ବୃଦ୍ଧି ପାଇବାରୁ ଆଫଗାନିସ୍ତାନରେ ଆତଙ୍କ ଖେଳିଯାଇଛି। ଦେଶର ସମସ୍ୟା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଭାରତ ମଧ୍ୟ ଚିନ୍ତିତ। ତେବେ ତାଲିବାନର ଦୁଃସାହସ ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସଂଗଠନ ଭାରତକୁ ନାଲି ଆଖି ଦେଖାଇଛି। ଏହା ଚେତାବନୀ ଦେଇଛି, ଯଦି ଭାରତ ଆଫଗାନିସ୍ତାନକୁ ନିଜର ସେନା ପଠାଏ ତେବେ ଭଲ ହେବ ନାହିଁ। ସଂଗଠନର ମୁଖପାତ୍ର ମହମ୍ମଦ ସୁହେଲ ଶାହିନ କହିଛନ୍ତି, ଭାରତ ଆଫଗାନିସ୍ତାନ ବିରୋଧରେ ସାମରିକ କାର୍ଯ୍ୟକଳାପ କରିବା ଅନୁଚିତ। ଆଫଗାନିସ୍ତାନରେ ଅନ୍ୟ ଦେଶର ସୈନ୍ୟ ବାହିନୀର ଉପସ୍ଥିତିର ଫଳାଫଳ ଏବେ ଜଣାପଡ଼ିଛି। ତେଣୁ ଭାରତ ଏଭଳି ନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆଫଗାନିସ୍ତାନରେ ଭାରତ ପକ୍ଷରୁ ଜାରି ରହିଥିବା ବିକାଶ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଦେଶର ଜାତୀୟ ପ୍ରକଳ୍ପରେ ଭାରତ ସରକାର ସାହାଯ୍ୟ କରୁଛନ୍ତି। ଅତୀତରେ ମଧ୍ୟ ଭାରତ ସରକାର ବହୁ ସାହାଯ୍ୟ କରିଛନ୍ତି। ଏହା ଏକ ପ୍ରଶଂସା ଯୋଗ୍ୟ ପଦକ୍ଷେପ। ତାଲିବାନ ସହ ଭାରତ ଆଲୋଚନା କରିବାକୁ ଚାହୁଁଥିବା ଖବର ଉପରେ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, ଭାରତୀୟ ପ୍ରତିନିଧି ଦଳ ଆମ ପ୍ରତିନିଧିଙ୍କୁ ଭେଟିବା ନେଇ ଶୁଣାଯାଉଛି। ତେବେ ଏନେଇ ଅଧିକ ତଥ୍ୟ ତାଙ୍କୁ ଅଜଣା ଥିବା ସେ କହିଛନ୍ତିି। କାହାକୁ ଆଫଗାନିସ୍ତାନ ମାଟି ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏହା ସହିତ ସେ ନିଶ୍ଚିତ କରିଛନ୍ତି ଯେ ତାଲିବାନ ପକ୍ଷରୁ ଦୂତାବାସ ଏବଂ କୂଟନୀତିଜ୍ଞ ମାନଙ୍କ ପାଇଁ କୌଣସି ବିପଦ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri