ଡିଏପି ସାର ସବ୍‌ସିଡି ୭୦୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୧୭।୬:  କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍‌ ପିଛା ସବ୍‌ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏଭଳି ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବୋଝ ପଡ଼ିବ। ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଇନ୍‌ପୁଟ୍‌ ଖର୍ଚ୍ଚ ବଢ଼ିଥିବା ବେଳେ କୃଷକ ଯେଭଳି ସୁଲଭ ମୂଲ୍ୟରେ ସାର କ୍ରୟ କରିପାରିବେ ତାକୁ ଧ୍ୟାନରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୟୁରିଆ ପରେ ଡିଏପି ସାରା ଦେଶରେ କୃଷକଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଗତ ମାସରେ କେନ୍ଦ୍ର ସରକାର ଡିଏପି ସବ୍‌ସିଡି ପ୍ରାୟ ୧୪୦% ବୃଦ୍ଧି କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା।
ଏ ସଂକ୍ରାନ୍ତରେ ସୂଚନା ଦେଇ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା କୃଷକମାନେ ଲାଭବାନ ହୋଇପାରିବେ। କୃଷକମାନେ ପୁରୁଣା ରେଟ୍‌ ବ୍ୟାଗ୍‌ ପିଛା ୧୨ ଶହ ଟଙ୍କାରେ ଡିଏପି କ୍ରୟ କରିପାରିବେ। ଗୋଟିଏ ବ୍ୟାଗ୍‌ ଉପରେ ସବ୍‌ସିଡି ପୂର୍ବରୁ ୫୦୦ ଟଙ୍କା ରହିଥିଲା। ଏହା ବର୍ତ୍ତମାନ ୭୦୦ ଟଙ୍କା ବୃଦ୍ଧି ହେବାରୁ ୧୨ ଶହ ଟଙ୍କା ଛୁଇଁଛି। ଯାହାଦ୍ୱାରା କୃଷକ ଲାଭବାନ ହୋଇପାରିବେ। ଗତ ବର୍ଷ ଡିଏପି ବ୍ୟାଗ୍‌ ପିଛା ୧୭୦୦ ଟଙ୍କା ରହିଥିଲା। ଏହା ଉପରେ କେନ୍ଦ୍ର ସରକାର ୫୦୦ ଟଙ୍କାର ସବ୍‌ସିଡି ଦେଉଥିଲେ। ଫଳରେ କମ୍ପାନୀଗୁଡିକ କୃଷକଙ୍କୁ ଏହାକୁ ୧୨ ଶହ ଟଙ୍କାରେ ବିକ୍ରି କରୁଥିଲେ।
ବିଶ୍ୱ ବଜାରରେ ଦର ବଢ଼ିବାରୁ ଏହା ବର୍ତ୍ତମାନ ୨୪ ଶହ ଟଙ୍କା ଛୁଇଁଛି। ଲୋକଙ୍କୁ ସେହି ୧୨ ଶହ ଟଙ୍କାରେ ସାର ଯୋଗାଣ ଲାଗି ସବ୍‌ସିଡିକୁ ବ୍ୟାଗ୍‌ ପିଛା ୧୨ ଶହ ଟଙ୍କାକୁ ବଢ଼ାଇଥିବା ସରକାର କହିଛନ୍ତି। ସେହିଭଳି ୟୁରିଆ ଉପରେ ସରକାର ୯୦୦ ଟଙ୍କା ସବ୍‌ସିଡି ଦେଉଥିବା ମାଣ୍ଡବୀୟ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ବିଲ୍‌ ଆଦାୟରେ ଆଗୁଆ, ସେବାରେ ପଛୁଆ, ରାତିରେ ବିଦ୍ୟୁତ୍‌ ଗଲେ ମରାମତି ହେଉନି

ଭବାନୀପାଟଣା,୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଟାଉନରେ ରାତିରେ ବିଦ୍ୟୁତ୍‌ ଗଲେ ମରାମତି କରା ଯାଉ ନ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଯୁଦ୍ଧ ପ୍ରଭାବ: ଆମେରିକାରେ ଗ୍ୟାସ୍‌, ପରିବହନ ମହଙ୍ଗା

ଓ୍ବାଶିଂଟନ,୬ା୪(ପି.ଟି.): ଇରାନ ବିରୋଧରେ ଯୁଦ୍ଧ ଆମେରିକୀୟମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି। ଆମାଜନ ଏହାର ଇ-କମର୍ସ ଡେଲିଭରି ପାଇଁ ଇନ୍ଧନ ଶୁଳ୍କ ଘୋଷଣା କରିଥିବାବେଳେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri