ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଖର୍ଚ୍ଚ ହୋଇପାରେ ୫୦ ହଜାର କୋଟି

ନୂଆଦିଲ୍ଲୀ,୧୭।୬: ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। କ୍ରେଡିଟ୍‌ ଇନସେନଟିଭ ବା ଋଣ ପ୍ରୋତ୍ସାହନ ଭାବେ ଏହାକୁ ଖର୍ଚ୍ଚ କରାଯିବ। ଏହି ଯୋଜନାରେ କମ୍ପାନୀ ଗୁଡିକ ଦ୍ୱାରା ନୂଆ ହସ୍ପିଟାଲ ସ୍ଥାପନ କରିବା, ଏହାର ବିସ୍ତାର ଏବଂ ମେଡିକାଲ ସପ୍ଳାଇ ଲାଗି କ୍ରେଡିଟ୍‌ ଫଣ୍ଡ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି। କ୍ୟାବିନେଟ ନିକଟରେ ଏହି ପ୍ରସ୍ତାବ ରହିଥିବା ବେଳେ ଏହାକୁ ଶୀଘ୍ର ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି। ଏହା ଦ୍ୱାରା ଦେଶର ଟାୟାର ୨ ସହରଗୁଡିକୁ ଫୋକସ କରାଯିବ। ଏହି ଯୋଜନାରେ ହସ୍ପିଟାଲଗୁଡିକୁ ବିନା କୌଣସି ଗ୍ୟାରେଣ୍ଟିରେ ୨ କୋଟି ଟଙ୍କାର ଋଣ ମିଳିବ। ଅନସାଇଟ୍‌ ଅକ୍ସିଜେନ ପ୍ଲାଣ୍ଟ ଲାଗି ମଧ୍ୟ ୨ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯିବ। ଏହାର ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ସରକାର ନେବେ। ଏଭଳି ବ୍ୟବସ୍ଥା ଦ୍ୱାରା କୋଭିଡ ସମ୍ପର୍କିତ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ସରକାରଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବାଣିଜ୍ୟ ଦିବସ ପାଳିତ

ଭୁବନେଶ୍ୱର, ୨୭।୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୱାଲର୍‌ଡ ଟ୍ରେଡ୍‌ ସେଣ୍ଟର(ଡବ୍ଲ୍ୟୁଟିସି) ଭୁବନେଶ୍ୱର ପରିସରରେ ବିଶ୍ୱ ବାଣିଜ୍ୟ ଦିବସ-୨୦୨୪ (ୱାଲର୍‌ଡ ଟ୍ରେଡ୍‌ ଡେ-୨୦୨୪)...

ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪

ଭୁବନେଶ୍ୱର, ୨୭।୭: ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍‌ କଲୋକ୍ୟୁମ୍‌-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏପରିକି ‘ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତ୍ତନ: ବ୍ୟବଧାନ ଦୂରୀକରଣ...

ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ସମାରୋହ

ଭୁବନେଶ୍ୱର, ୨୭।୭: ଦେଶର ପ୍ରମୁଖ ଶିଳ୍ପ ସଂଘ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ୍‌) ପକ୍ଷରୁ ଓଡ଼ିଶା ସିଏସ୍‌ଆର୍‌ ଏବଂ...

ଓଜିଏସ୍‌ରେ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର, ୨୭।୭: ଓଡିଏମ୍‌ ଗ୍ଲୋବାଲ ସ୍କୁଲ୍‌ (ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ...

ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ

ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍‌ ଏକ୍‌ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ...

ଶେଷଦିନରେ ୭ ଲକ୍ଷ କୋଟି ଯୋଡ଼ିଲେ ନିବେଶକ

ନୂଆଦିଲ୍ଲୀ,୨୭।୭: କ୍ରମାଗତ ଭାବେ ହ୍ରାସ ପାଉଥିବା ଘରୋଇ ଶେୟାର ବଜାର ଚଳିତ ସପ୍ତାହ କାର୍ଯ୍ୟ ଦିବସର ଶେଷ ଦିନରେ ନିବେଶକ ୭ ଲକ୍ଷ କୋଟି ଟଙ୍କାରୁ...

BSNLର ୩୩୬ ଦିନିଆ ପ୍ଲାନ୍‌, ଫେଲ୍‌ ମାରିବେ ଜିଓ, ଏୟାରଟେଲ୍‌

ନୂଆଦିଲ୍ଲୀ,୨୬।୦୭: ଖୁବ୍‌ଶୀଘ୍ର ଦେଶରେ ୪ଜି ସେବା ଲଞ୍ଚ୍‌ କରିବାକୁ ଯାଉଛି ଭାରତ ସଞ୍ଚାର ନିଗମ ବା ବିଏସ୍‌ଏନ୍‌ଏଲ୍‌ । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀମାନଙ୍କୁ ଟକ୍କର ଦେବା...

ବଜେଟ ପରେ ନିର୍ମଳା ସୀତାରମଣଙ୍କ ବଡ଼ ପ୍ରତିକ୍ରିୟା: ‘ମୁଁ ମଧ୍ୟବିତ୍ତ ପରିବାରକୁ ରିହାତି ଦେବାକୁ ଚାହେଁ, କିନ୍ତୁ…’

ନୂଆଦିଲ୍ଲୀ,୨୬ା୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନା କରି ରେକର୍ଡ କରିଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri