ବରଗଡ଼, ୪।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ଉପକଣ୍ଠ ଦନ୍ତାବ୍ରିଜ ବିପଦସଙ୍କୁଳ ହୋଇପଡିଛି। ବରଗଡ଼ -ସମ୍ବଲପୁର ରାସ୍ତାର କଲାପାଣି ନିକଟରେ ଦନ୍ତାନଦୀ ଉପରେ ରହିଥିବା ଏହି ବ୍ରିଜର ଗୋଟିଏ ପାର୍ଶ ଦବିବାରେ ଲାଗିଛି। ଫଳରେ ଫାଟ ସୃଷ୍ଟି ହେବା ସହିତ ଯାତାୟତ ବିପଦପୂର୍ଣ୍ଣ ରହିଛି। ଏହି ଦୃଷ୍ଟିରୁ ମରାମତି ନ ସରିବା ପର୍ଯ୍ୟନ୍ତ ବ୍ରିଜର ସମ୍ପୃକ୍ତ ପାଶର୍ବରେ ଯାତାୟତକୁ ବନ୍ଦ କରି ଦିଆଯାଇଛି। ଉକ୍ତ ବ୍ରିଜ ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ଅଭିଯୋଗ କରି ଏହାର ମରାମତି ପାଇଁ ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି। ମାତ୍ର ତାକୁ ଗୁରୁତ୍ୱ ଦିଆଯାଇ ନଥିବା ଯୋଗୁଁ ବ୍ରିଜ ଏଭଳି ସ୍ଥିତିକୁ ଆସିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ୬ନମ୍ବର ଜାତୀୟ ରାଜପଥରେ ରହିଥିବା ଯୋଗୁଁ ଏହି ବ୍ରିଜ ସବୁବେଳେ ବ୍ୟସ୍ତ ବହୁଳ ରହିବା ସାଙ୍ଗକୁ ଅନେକ ଯାନବାହାନ ଚଳାଚଳ କରିଥାଏ। ଫଳରେ ବ୍ରିଜର ସ୍ଥାୟୀ ମରାମତି ପାଇଁ ସାଧାରଣରେ ଦାବି ହେଉଛି।

