ବିପଦସଙ୍କୁଳ ଅବସ୍ଥାରେ ଦାନପୁର ଲକ୍‌ ପୋଲ

ଡେରାବିଶ,୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଲୁଣାନଦୀର ଦାନପୁରଠାରେ ନିର୍ମିତ ହୋଇଥିବା ସେତୁଟି ଡେରାବିଶ ସହ ଗରଦପୁର ଓ ମାର୍ଶାଘାଇ ବ୍ଲକର ଜୀବନରେଖା। ଲୁଣାନଦୀରେ ସେତୁ ନିର୍ମାଣ ପାଇଁ ଦୀର୍ଘବର୍ଷର ଦାବିକୁ ଦୃଷ୍ଟିରେ ରଖି ୨୦୧୪ରେ ପାଟକୁରାର ପ୍ରାକ୍ତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଚେଷ୍ଟାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ସେତୁର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ରେ ନଦୀରେ ନିର୍ମିତ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଏହି ସେତୁକୁ ସଂଯୋଗ କରୁଥିବା କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଉପରେ ନିର୍ମିତ ହୋଇଥିବା ସେତୁଟି ଅଧାପାନ୍ତରିଆ ଭାବେ ଦୀର୍ଘ ୬ବର୍ଷ ହେଲା ପଡ଼ିରହିଛି। ତେବେ କେନାଲ୍‌ ସେତୁକୁ ସଂଯୋଗ କରୁଥିବା ରାସ୍ତାଟି ବ୍ୟକ୍ତିଗତ ଜାଗା ଦର୍ଶାଇ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିବାରୁ ଏହା ବିଚାରାଧୀନ ରହିଥିବା କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ସୂଚନା ମିଳିଛି। ଯେଉଁଥିପାଇଁ ଏହି ରାସ୍ତାଟି ସେତୁକୁ ସଂଯୋଗ କରିବାରେ ବ୍ୟାଘାତ ଘଟିଛି। ତେବେ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ବ୍ରିଟିଶ ସରକାରଙ୍କ ସମୟରେ କେନାଲରେ ନୌବାଣିଜ୍ୟ ପାଇଁ ଦାନପୁରଠାରେ ଏକ ଲକ୍‌ ପୋଲ ନିର୍ମିତ ହୋଇଥିଲା। ଏହି ପୋଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ରହିଛି। ଏହି ଲକ୍‌ ପୋଲ ବାଟ ଦେଇ ଲୁଣା ନଦୀସେତୁ ଦେଇ ଲୋକେ ଯାତାୟାତ କରୁଛନ୍ତି। ଏହି ଲକ୍‌ ପୋଲଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।
ଏହି ଲକ୍‌ ପୋଲ ଦେଇ ଦୈନିକ ଶହଶହ ସଂଖ୍ୟାରେ ବାଲି ବୋଝେଇ ଟ୍ରକଠାରୁ ଆରମ୍ଭ କରି କଟକରୁ ଗରଦପୁର ଓ ଅନ୍ୟ ଅଞ୍ଚଳକୁ ଯାତ୍ରୀବାହୀ ବସ ଚଳାଚଳ କରୁଛି। ଏଥିସହ ଜିଲାର ପ୍ରମୁଖ ଚାନ୍ଦୋଳ ହାଟକୁ ଆସୁଥିବା ଚାଷୀମାନଙ୍କ ପନିପରିବା ଟ୍ରକ ଓ ଅନ୍ୟ ଗାଡ଼ି ଚଳାଚଳ କରୁଛି। ମହାବିଦ୍ୟାଳୟ ଓ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ରଙ୍କ ସମେତ ଶହଶହ ସଂଖ୍ୟାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଏହି କେନାଲ୍‌ ପୋଲ ଉପରେ ଯିବା ଆସିବା କରୁଛି। ଦୀର୍ଘଦିନ ହେବ ଦାନପୁର ଲକ୍‌ ପୋଲର ପିଲାର ଓ ଛାତରେ ଫାଟ ସୃଷ୍ଟି ହୋଇଥିବାରୁ ପୋଲଟି ଅସୁରକ୍ଷିତ ଅବସ୍ଥାକୁ ଚାଲି ଆସିଛି। ଏହି ପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବ୍ଲ୍ଳକ ଅଧୀନସ୍ଥ ଦାନପୁର, ହରିଅଙ୍କ, ଇନ୍ଦାଳୋ, ଯଅଁରାବାରିମୂଳ ସମେତ ବହୁ ପଞ୍ଚାୟତବାସୀ ଦୀର୍ଘ ୬ ବର୍ଷ ହେବ ଜିଲାପାଳ, ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ, ସ୍ଥାନୀୟ ବିଧାୟକ ଓ ଏମ୍‌ପିଙ୍କ ନିକଟରେ ବାରମ୍ବାର ଦାବି କରିଆସଛନ୍ତି। ହେଲେ ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଚୁପ୍‌ ହୋଇ ବସିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସରୋଜ ନାୟକଙ୍କୁ ପଚାରିବାରେ ଏହି ଲକ୍‌ ପୋଲଟି କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀନରେ ଥିବାରୁ ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଜଳସମ୍ପଦ ବିଭାଗ ପୋଲଟିକୁ ଦେଖିବା ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲକ୍‌ ପୋଲଟି ତାଙ୍କ ବିଭାଗର ହୋଇଥିବାରୁ ତାହାର କିପରି ମରାମତି ହୋଇପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କଡିଛନ୍ତି। ଏହି ସଂଯୋଗୀକରଣ ରାସ୍ତା ଓ ବିପଦସଙ୍କୁଳ ପୋଲର ମରାମତି ପାଇଁ ପ୍ରଶାସନିକ ସ୍ତରରେ ତୁରନ୍ତ ବ୍ୟବସ୍ଥା କରା ନ ଗଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଲୁଣା ସେତୁ ନିକଟରେ ଧାରଣା ଦିଆଯିବ ବୋଲି ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ ଚେତାବନୀ ଦେଇଛନ୍ତି। ତେବେ ପୂର୍ତ୍ତ ବିଭାଗ ଓ ଜଳସମ୍ପଦ ବିଭାଗ ମଧ୍ୟରେ ସମନ୍ବୟ ନ ଥିବାରୁ ସାଧାରଣ ଲୋକଙ୍କ ପାଇଁ ଏହା ବିପଦ ସାଜିଛି ବୋଲି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri