ସନ୍ନିଙ୍କ ଭଳି ସ୍ତ୍ରୀ ପାଇବା ମୋ ପାଇଁ ଭାଗ୍ୟର କଥା: ଡେନିଏଲ

ବମ୍ବେ: ପର୍ନଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହେବାର ଯାତ୍ରା ସହଜ ନ ଥିଲା। ହେଲେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ସନ୍ନି ଲିଓନ। ସ୍ବାମୀ ଡେନିଏଲ ଓ୍ବେବର ମଧ୍ୟ ସ୍ତ୍ରୀଙ୍କୁ ନେଇ ଗର୍ବ ଅନୁଭବ କରନ୍ତି। ଏବେ ଉଭୟ ଦୁଇଟି ପୁଅ ଏବଂ ଗୋଟିଏ ଝିଅ(ପାଳିତା କନ୍ୟା)ଙ୍କ ମାତାପିତା ଭାବେ ସମସ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି। ଖୁସିରେ ଘର ସଂସାର ଚାଲିଥିବା ବେଳେ ଏହି ଦମ୍ପତିଙ୍କ ବିବାହକୁ ପୁରିଛି ୧୦ ବର୍ଷ।

ଏଭଳି ଶୁଭ ଅବସରରେ ଡେନିଏଲ ସନିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆଜିର ପାଗଳ ଦୁନିଆରେ ତଥା ମନୋରଞ୍ଜନଜଗତରେ ସନ୍ନଭିଙ୍କୁ ସ୍ତ୍ରୀ ରୂପେ ପାଇଁ ମୁଁ ଗର୍ବିତ। ସେ ମୋର ସାଥୀ ଭାବିଲେ ନିଜକୁ ଧନ୍ୟ ମନେ କରେ। ତିନି ସନ୍ତାନଙ୍କ ପାଇଁ ସେ ବହୁତ ଭଲ ମା’। ଏବେ ପରସ୍ପରକୁ ଜାଣିବାର ୧୩ ବର୍ଷ ବିତିଛି। କାରଣ ତିନି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବିବାହ କରିନେଇଥିଲୁ। ଜଣେ ଅନ୍ୟଜଣଙ୍କୁ ଭଲ ପାଇବା, କଥା ଶୁଣିବା ଏବଂ ସବୁବେଳେ ଜଣେ ଅନ୍ୟକୁ ସମ୍ମାନ କରିବା ଭଳି କଥା ବୈବାହିକ ଜୀବନକୁ ସୁନ୍ଦର କରିଥାଏ। ଆମ ପାଇଁ ଏହା ଉପଲବ୍ଧି ବୋଲି ଡେନିଏଲ କହିଛନ୍ତି।

ଏହାଛଡ଼ା ସନ୍ନି ମଧ୍ୟ ନିଜ ବିବାହ ବାର୍ଷିକୀକୁ ନେଇ ନିଜ ସାମାଜିକ ପୃଷ୍ଠାରେ ଏକ ବାର୍ତ୍ତା ଶେୟାର କରିଥିଲେ। ମୋତେ ଭଲ ପାଉଥିବା ମଣିଷକୁ ୧୦ମ ବିବାହ ବାର୍ଷିକୀର ଶୁଭେଚ୍ଛା। ଆଶା କରୁଛି କି ଆମେ ମରିବା ଯାଏ ସାଥୀ ହୋଇ ଚାଲିବା। ତୁମେ ମୋର ଚଟାଣ ଏବଂ ମୋ ହିରୋ। ମୁଁ ତୁମକୁ ଭଲପାଏ ବୋଲି ଅଭିନେତ୍ରୀ ଲେଖିଥିଲେ।

Share