ବିଦ୍ୟୁତ୍‌ ଖୁଣ୍ଟରେ ବିପଦସଙ୍କୁଳ ଯାତ୍ରା

ବଇଣ୍ଡା, ୨୬।୧୨(ଡି.ଏନ୍‌.ଏ.) ପୋଲଟିଏ ପାଇଁ ଅନେକ ଦାବି, ଆନ୍ଦୋଳନ, ପ୍ରତିବାଦ। ଏହାପରେ ସରକାର ଶୁଣିଲେ ଗୁହାରି। ମଞ୍ଜୁର ହେଲା ଅନୁଦାନ। ଆରମ୍ଭ ହେଲା କାମ। ଇତିମଧ୍ୟରେ ୪ବର୍ଷ ବିତିଗଲାଣି। ହେଲେ ସପୋର୍ଟିଂ ପିଲାରରେ ସୀମିତ ରହିଯାଇଛି କାର୍ଯ୍ୟ। ପ୍ରଶାସନିକ ଅବହେଳା ପାଇଁ ହଜାର ହଜାର ଜନସାଧାରଣ ଜୀବନକୁ ବିପଦରେ ପକାଇ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଯାତାୟାତ କରୁଥିବାବେଳେ ଅଟକି ଯାଇଛି ୭ ଗ୍ରାମର ବିକାଶ। ଅଧାପନ୍ତରିଆ ପୋଲ ପାଇଁ ଏଭଳି କଷଣ ଭୋଗୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଏବଂ ମଇମୁରା ପଞ୍ଚାୟତବାସୀ। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରା ନ ଗଲେ ଗଣଆନ୍ଦୋଳନ ଶେଷ ଅସ୍ତ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଟ ଅଞ୍ଚଳବାସୀ।
ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳବାସୀଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରିବାକୁ ସରକାର ପୋଲ ନିର୍ମାଣକୁ ଅଗ୍ରାଧିକାର ଦେଉଛନ୍ତି। ଏହିକ୍ରମରେ ୨୦୧୬ ଡିସେମ୍ବର ୨୧ରେ ରାଣୀବନ୍ଧ ଗ୍ରାମ ନିକଟରେ ପ୍ରବାହିତ ରାଇନାଳୀ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅନୁମତି ମିଳିଥିଲା। ଏଥିଲାଗି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅନୁଦାନରେ ମଞ୍ଜୁର ହୋଇଥିଲା ୧୦ ଲକ୍ଷ ଟଙ୍କା। ତତ୍କାଳୀନ ବିଧାୟକ ସଞ୍ଜୀବ ସାହୁ ଶୁଭଦେବା ପରେ ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପୋଲ ଉପରେ ଠାକୁରଗଡ଼ ପଞ୍ଚାୟତର ହତାଶିମିଳି, ରାଣୀବନ୍ଧ, ମଇମୁରା ପଞ୍ଚାୟତ ଗୋପପୁର, କଂସାବ, କୋରାବ, ରାମପୁର, ଝାଟିକିବାହାଳ ଆଦି ୭ ଗ୍ରାମର ହଜାର ହଜାର ବାସିନ୍ଦା ଦୈନିକ ନିର୍ଭରଶୀଳ। ହେଲେ ୪ ବର୍ଷ ହେଲା ପୋଲ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନିଜସ୍ବ ଉଦ୍ୟମରେ ବିଦ୍ୟୁତ୍‌ ଖୁଣ୍ଟ ପକାଇ ଯାତାୟାତ କରୁଛନ୍ତି। ବର୍ଷାଦିନେ ଉକ୍ତ ନାଳରେ ପ୍ରବଳ ସ୍ରୋତ ପ୍ରବାହିତ ହୋଇଥାଏ। ଅନ୍ୟ ଉପାୟ ନ ଥିବାରୁ ଠାକୁରଗଡ଼ ଅଞ୍ଚଳକୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ରୀମାନେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ପୋଲ କାର୍ଯ୍ୟ ଶୀଘ୍ର ସାରିବାକୁ ୨୦୧୮ ଅଗଷ୍ଟ ୨୫ରେ ସମ୍ପୃକ୍ତ ଅଞ୍ଚଳବାସୀ ଜିଲାପାଳ, ସ୍ଥାନୀୟ ବିଡିଓ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ସେହିପରି ୨୦୨୦ରେ ଆଠମଲ୍ଲିକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସୁଫଳ ମିଳୁନାହିଁ। ଅନ୍ୟପଟେ ଅନୁଦାନ ଅର୍ଥ ବାଟମାରଣା ଯୋଗୁ ପୋଲ କାର୍ଯ୍ୟ ଏପରି ଅଧାରେ ଅଟକି ରହିଥିବା ରାଣୀବନ୍ଧ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ସଞ୍ଜୟ ଆଚାର୍ଯ୍ୟ କୁହନ୍ତି, ମଞ୍ଜୁର ଅନୁଦାନ ଟଙ୍କା ପୋଲ ନିର୍ମାଣ ଲାଗି ନିଅଣ୍ଟ ପଡ଼ିଲା। ପୋଲରେ ଲାଗିଥିବା ଲୁହାଛଡ଼କୁ କେତେଜଣ ଦୁର୍ବୃତ୍ତ କାଟି ନେଇଛନ୍ତି।

ଆନ୍ତରିକତା ଅଭାବ
ଦୁଇ ପଞ୍ଚାୟତକୁ ସଂଯୋଗୀକରଣ ସୁଦୃଢ଼ କରିବା ପାଇଁ ରାଣୀବନ୍ଧ ପୋଲ ଏକ ମାଧ୍ୟମ। ସରକାର ଅର୍ଥ ମଞ୍ଜୁର କଲେ ମଧ୍ୟ ଠିକ୍‌ ଭାବେ ତଦାରଖ ହେଉ ନ ଥିବାରୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରଶାସନର ଆନ୍ତରିକତା ଅଭାବରୁ ଯୋଜନାର ସୁଫଳ ମିଳୁନାହିଁ।
-ବିଭୁ ପ୍ରସାଦ ସେନାପତି, ଗ୍ରାମବାସୀ
ଜିଲା ପ୍ରଶାସନର ଦୃଷ୍ଟିପଡୁ
ପୋଲ ନିର୍ମାଣ ହେଲେ ମଇମୁରା ଏବଂ ଠାକୁରଗଡ଼ ପଞ୍ଚାୟତ ଅଧୀନ ୭ ଗ୍ରାମର ବାସିନ୍ଦା ଉପକୃତ ହେବେ। ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟିପଡୁ।
-ସୁଜିତ କୁମାର ମିଶ୍ର, ଗ୍ରାମବାସୀ
ବର୍ଷସାରା ବିପଦ ମୁଣ୍ଡାଇ ଯାତାୟାତ
ଅନେକ ଦାବି ପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। ଦୀର୍ଘବର୍ଷ ପରେ ବି ଏହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ବର୍ଷସାରା ବିପଦ ମୁଣ୍ଡାଇ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଯାତାୟାତ କରିବାକୁ ପଡୁଛି। ଏଥିପ୍ରତି ପ୍ରଶାସନ ନଜର ଦେଉନାହିଁ।
-ସ୍ବପ୍ନେଶ୍ୱର ବେହେରା, ଗ୍ରାମବାସୀ
ବର୍ଷାଦିନେ ପାଠପଢ଼ା ଠପ୍‌
ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବହୁବାର ବ୍ଲକ, ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଅବଗତ କରାଇଛନ୍ତି। ବର୍ଷାଦିନେ ଠାକୁରଗଡ଼ ସ୍କୁଲକୁ ଛାତ୍ରୀଛାତ୍ର ଆସିପାରୁନାହାନ୍ତି। ପାଠପଢ଼ା ଠପ୍‌ ହୋଇଯାଉଛି।
-ଅନାମ ଚରଣ ସ୍ବାଇଁ, ଗ୍ରାମବାସୀ
ବିକାଶ ଅଟକିଯାଇଛି
ରାଣୀବନ୍ଧ ନାଳ ଉପରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୭ ଗ୍ରାମର ବିକାଶ ହେବ। ନିର୍ମାଣ ସାମଗ୍ରୀ ସୁରୁଖୁରୁରେ ପହଞ୍ଚତ୍ବା ପରେ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ହେଲେ ପୋଲ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ବିକାଶ ଅଟକିଯାଇଛି।
-ସତ୍ୟାନନ୍ଦ ରାଉତ, ମଇମୁରା ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri