ବିଦ୍ୟୁତ୍‌ ଖୁଣ୍ଟରେ ବିପଦସଙ୍କୁଳ ଯାତ୍ରା

ବଇଣ୍ଡା, ୨୬।୧୨(ଡି.ଏନ୍‌.ଏ.) ପୋଲଟିଏ ପାଇଁ ଅନେକ ଦାବି, ଆନ୍ଦୋଳନ, ପ୍ରତିବାଦ। ଏହାପରେ ସରକାର ଶୁଣିଲେ ଗୁହାରି। ମଞ୍ଜୁର ହେଲା ଅନୁଦାନ। ଆରମ୍ଭ ହେଲା କାମ। ଇତିମଧ୍ୟରେ ୪ବର୍ଷ ବିତିଗଲାଣି। ହେଲେ ସପୋର୍ଟିଂ ପିଲାରରେ ସୀମିତ ରହିଯାଇଛି କାର୍ଯ୍ୟ। ପ୍ରଶାସନିକ ଅବହେଳା ପାଇଁ ହଜାର ହଜାର ଜନସାଧାରଣ ଜୀବନକୁ ବିପଦରେ ପକାଇ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଯାତାୟାତ କରୁଥିବାବେଳେ ଅଟକି ଯାଇଛି ୭ ଗ୍ରାମର ବିକାଶ। ଅଧାପନ୍ତରିଆ ପୋଲ ପାଇଁ ଏଭଳି କଷଣ ଭୋଗୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଏବଂ ମଇମୁରା ପଞ୍ଚାୟତବାସୀ। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ଶେଷ କରା ନ ଗଲେ ଗଣଆନ୍ଦୋଳନ ଶେଷ ଅସ୍ତ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଅସନ୍ତୁଷ୍ଟ ଅଞ୍ଚଳବାସୀ।
ଜଙ୍ଗଲ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳବାସୀଙ୍କ ଗମନାଗମନକୁ ସୁବ୍ୟବସ୍ଥିତ କରିବାକୁ ସରକାର ପୋଲ ନିର୍ମାଣକୁ ଅଗ୍ରାଧିକାର ଦେଉଛନ୍ତି। ଏହିକ୍ରମରେ ୨୦୧୬ ଡିସେମ୍ବର ୨୧ରେ ରାଣୀବନ୍ଧ ଗ୍ରାମ ନିକଟରେ ପ୍ରବାହିତ ରାଇନାଳୀ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଅନୁମତି ମିଳିଥିଲା। ଏଥିଲାଗି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଅନୁଦାନରେ ମଞ୍ଜୁର ହୋଇଥିଲା ୧୦ ଲକ୍ଷ ଟଙ୍କା। ତତ୍କାଳୀନ ବିଧାୟକ ସଞ୍ଜୀବ ସାହୁ ଶୁଭଦେବା ପରେ ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପୋଲ ଉପରେ ଠାକୁରଗଡ଼ ପଞ୍ଚାୟତର ହତାଶିମିଳି, ରାଣୀବନ୍ଧ, ମଇମୁରା ପଞ୍ଚାୟତ ଗୋପପୁର, କଂସାବ, କୋରାବ, ରାମପୁର, ଝାଟିକିବାହାଳ ଆଦି ୭ ଗ୍ରାମର ହଜାର ହଜାର ବାସିନ୍ଦା ଦୈନିକ ନିର୍ଭରଶୀଳ। ହେଲେ ୪ ବର୍ଷ ହେଲା ପୋଲ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନିଜସ୍ବ ଉଦ୍ୟମରେ ବିଦ୍ୟୁତ୍‌ ଖୁଣ୍ଟ ପକାଇ ଯାତାୟାତ କରୁଛନ୍ତି। ବର୍ଷାଦିନେ ଉକ୍ତ ନାଳରେ ପ୍ରବଳ ସ୍ରୋତ ପ୍ରବାହିତ ହୋଇଥାଏ। ଅନ୍ୟ ଉପାୟ ନ ଥିବାରୁ ଠାକୁରଗଡ଼ ଅଞ୍ଚଳକୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରୀଛାତ୍ରୀମାନେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ପୋଲ କାର୍ଯ୍ୟ ଶୀଘ୍ର ସାରିବାକୁ ୨୦୧୮ ଅଗଷ୍ଟ ୨୫ରେ ସମ୍ପୃକ୍ତ ଅଞ୍ଚଳବାସୀ ଜିଲାପାଳ, ସ୍ଥାନୀୟ ବିଡିଓ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ସେହିପରି ୨୦୨୦ରେ ଆଠମଲ୍ଲିକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତଥାପି କୌଣସି ସୁଫଳ ମିଳୁନାହିଁ। ଅନ୍ୟପଟେ ଅନୁଦାନ ଅର୍ଥ ବାଟମାରଣା ଯୋଗୁ ପୋଲ କାର୍ଯ୍ୟ ଏପରି ଅଧାରେ ଅଟକି ରହିଥିବା ରାଣୀବନ୍ଧ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ସଞ୍ଜୟ ଆଚାର୍ଯ୍ୟ କୁହନ୍ତି, ମଞ୍ଜୁର ଅନୁଦାନ ଟଙ୍କା ପୋଲ ନିର୍ମାଣ ଲାଗି ନିଅଣ୍ଟ ପଡ଼ିଲା। ପୋଲରେ ଲାଗିଥିବା ଲୁହାଛଡ଼କୁ କେତେଜଣ ଦୁର୍ବୃତ୍ତ କାଟି ନେଇଛନ୍ତି।

ଆନ୍ତରିକତା ଅଭାବ
ଦୁଇ ପଞ୍ଚାୟତକୁ ସଂଯୋଗୀକରଣ ସୁଦୃଢ଼ କରିବା ପାଇଁ ରାଣୀବନ୍ଧ ପୋଲ ଏକ ମାଧ୍ୟମ। ସରକାର ଅର୍ଥ ମଞ୍ଜୁର କଲେ ମଧ୍ୟ ଠିକ୍‌ ଭାବେ ତଦାରଖ ହେଉ ନ ଥିବାରୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ପ୍ରଶାସନର ଆନ୍ତରିକତା ଅଭାବରୁ ଯୋଜନାର ସୁଫଳ ମିଳୁନାହିଁ।
-ବିଭୁ ପ୍ରସାଦ ସେନାପତି, ଗ୍ରାମବାସୀ
ଜିଲା ପ୍ରଶାସନର ଦୃଷ୍ଟିପଡୁ
ପୋଲ ନିର୍ମାଣ ହେଲେ ମଇମୁରା ଏବଂ ଠାକୁରଗଡ଼ ପଞ୍ଚାୟତ ଅଧୀନ ୭ ଗ୍ରାମର ବାସିନ୍ଦା ଉପକୃତ ହେବେ। ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଅଭିଯୋଗ କଲେ କେହି ଶୁଣୁନାହାନ୍ତି। ଏଥିପ୍ରତି ଜିଲା ପ୍ରଶାସନର ଦୃଷ୍ଟିପଡୁ।
-ସୁଜିତ କୁମାର ମିଶ୍ର, ଗ୍ରାମବାସୀ
ବର୍ଷସାରା ବିପଦ ମୁଣ୍ଡାଇ ଯାତାୟାତ
ଅନେକ ଦାବି ପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। ଦୀର୍ଘବର୍ଷ ପରେ ବି ଏହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ବର୍ଷସାରା ବିପଦ ମୁଣ୍ଡାଇ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଯାତାୟାତ କରିବାକୁ ପଡୁଛି। ଏଥିପ୍ରତି ପ୍ରଶାସନ ନଜର ଦେଉନାହିଁ।
-ସ୍ବପ୍ନେଶ୍ୱର ବେହେରା, ଗ୍ରାମବାସୀ
ବର୍ଷାଦିନେ ପାଠପଢ଼ା ଠପ୍‌
ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବହୁବାର ବ୍ଲକ, ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଅବଗତ କରାଇଛନ୍ତି। ବର୍ଷାଦିନେ ଠାକୁରଗଡ଼ ସ୍କୁଲକୁ ଛାତ୍ରୀଛାତ୍ର ଆସିପାରୁନାହାନ୍ତି। ପାଠପଢ଼ା ଠପ୍‌ ହୋଇଯାଉଛି।
-ଅନାମ ଚରଣ ସ୍ବାଇଁ, ଗ୍ରାମବାସୀ
ବିକାଶ ଅଟକିଯାଇଛି
ରାଣୀବନ୍ଧ ନାଳ ଉପରେ ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ୭ ଗ୍ରାମର ବିକାଶ ହେବ। ନିର୍ମାଣ ସାମଗ୍ରୀ ସୁରୁଖୁରୁରେ ପହଞ୍ଚତ୍ବା ପରେ ସରକାରୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ହେଲେ ପୋଲ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ବିକାଶ ଅଟକିଯାଇଛି।
-ସତ୍ୟାନନ୍ଦ ରାଉତ, ମଇମୁରା ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ସାମୁଦ୍ରିକ କ୍ଷମତା ବଢ଼ାଉଛି ଚାଇନା

ବେଜିଂ,୩୦ା୧୨:ତାଇଓ୍ବାନକୁ ଚାଇନା ନିଜ ଅଞ୍ଚଳ ବୋଲି ଦାବି କରିଆସୁଥିବାବେଳେ ଏହାକୁ ନେଇ ଜାପାନ ସହ ବେଜିଂର କୂଟନୈତିକ ଉତ୍ତେଜନା ଦେଖାଦେଇଛି। ଏଭଳି ସମୟରେ ଚାଇନା ସେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri