ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ହେଉ ନ ଥିବାରୁ ଦିନକୁ ଦିନ ଇ-ବର୍ଜ୍ୟବସ୍ତୁର ବୋଝ ବଢିଚାଲିଛି। ଦେଶରେ ୨୦୧୭-୧୮ରେ ୭,୦୮,୪୪୫ ଟନ୍‌ ଇ-ବର୍ଜ୍ୟବସ୍ତୁ ବାହାରିଥିବା ବେଳେ ୨୦୧୯-୨୦ରେ ଏହା ୧୦,୧୪,୯୬୧ଟନ୍‌କୁ ବୃଦ୍ଧି ପାଇଛି। ନିକଟରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ତେବେ ପରିଚାଳନା ରୁଲ୍‌-୨୦୧୬ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୨୧ ପ୍ରକାର ବର୍ଜ୍ୟବସ୍ତୁରୁ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି। ବିଶେଷ କରି କମ୍ପ୍ୟୁଟର ମନିଟର, ମୋବାଇଲ ଫୋନ, ଚାର୍ଜର, ମଦର କିବୋର୍ଡ, ହେଡ୍‌ଫୋନ, ଟେଲିଭିଜନ ସେଟ୍‌ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ବ୍ୟବହୃତ ଜିନିଷ ଇ-ବର୍ଜ୍ୟବସ୍ତୁ ଭାବେ ଗଣାଯାଉଛି। ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଅତ୍ୟନ୍ତ ନଗଣ୍ୟ। ରିପୋର୍ଟ ଅନୁଯାୟୀ ୨୦୧୭-୧୮ରେ ୩୫,୪୨୨ଟନ୍‌ ଏବଂ ୨୦୧୮-୧୯ରେ ୧,୫୪,୨୪୨ ଟନ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଏହି ସମୟରେ ସଂଗ୍ରହ ଅତ୍ୟନ୍ତ ନୈରାଶ୍ୟଜନକ ଥିବା ରିପୋର୍ଟରେ କୁହାଯାଇଛି। ୨୦୧୭-୧୮ରେ ମାତ୍ର ୨୫,୩୨୫ ଟନ୍‌ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ବେଳେ ୨୦୧୮-୧୯ରେ ୭୮,୨୮୧ ଟନ୍‌ ସଂଗ୍ରହ କରାଯାଇଛି।
ତେବେ ଗାଇଡ୍‌ଲାଇନ ଅନୁଯାୟୀ ଇଲେକ୍ଟ୍ରୋନିକ ଜିନିଷ ଉତ୍ପାଦନ କରୁଥିବା ସଂସ୍ଥା ଘରୁ ସଂଗ୍ରହ କରିବା ସହ ସେଗୁଡିକୁ ପୁନଃ ପ୍ରକ୍ରିୟାକରଣ କରିବା ନିୟମ ରହିଛି। ୨୦୨୦ ନଭେମ୍ବର ୨୬ ସୁଦ୍ଧା ୧,୬୩୦ ଉତ୍ପାଦନକାରୀ ସଂସ୍ଥା ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ପଞ୍ଜୀକୃତ ହୋଇଛନ୍ତି। ୨୦୧୭-୧୮ରେ ୬୯,୪୧୩ଟନ୍‌ ଇ-ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରିଥିବା ବେଳେ ୨୦୧୮-୧୯ରେ ୧,୬୪,୬୬୩ ଟନ୍‌ କରାଯାଇଛି। ୨୦୨୦ ସୁଦ୍ଧା ୧୮୬ଟି ଉତ୍ପାଦନକାରୀ ସଂସ୍ଥା ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରୁ ନ ଥିବାରୁ ସିପିସିବି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।
ଓଡ଼ିଶାରେ ମଧ୍ୟ ଇ-ବର୍ଜ୍ୟବସ୍ତୁ ବଡ଼ ସମସ୍ୟା ଭାବେ ଉଭା ହେଲାଣି। ରାଜ୍ୟରେ ବର୍ଷକୁ ୯,୯୨,୮୦୦ ଟନ୍‌ ଇ-ବର୍ଜ୍ୟବସ୍ତୁ ବାହାରୁଛି। ସେଥିରୁ ମାତ୍ର ୫ ପ୍ରତିଶତ ପୁନଃ ପ୍ରକ୍ରିୟାକରଣ କରାଯାଉଛି। ଓଡ଼ିଶାରେ ଇ-ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ସେପରି କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। କେବଳ ସର୍କୁଲାର ଓ ଗାଇଡ୍‌ଲାଇନରେ ଏହା ସୀମିତ ରହିଛି । ରାଜ୍ୟରେ ଇ-ବର୍ଜ୍ୟବସ୍ତୁ ବଢୁଥିବା ବେଳେ ଏହାକୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣର ବ୍ୟବସ୍ଥା ହୋଇନାହିଁ। ଇ-ବର୍ଜ୍ୟବସ୍ତୁ ଜଳ, ସ୍ଥଳ ଓ ବାୟୁମଣ୍ଡଳ ପାଇଁ ବିପଜ୍ଜନକ। ଏହାର ସୁରକ୍ଷିତ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ଠିକ୍‌ ଢଙ୍ଗରେ କରା ନ ଗଲେ ଆଗାମୀ ଦିନରେ ଏହା ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍‌ ଆଶଙ୍କା କରିଛନ୍ତି। ରାଜ୍ୟରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୫ଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହାର ସଂଗ୍ରହ ଓ ପ୍ରକ୍ରିୟାକରଣ ବୃଦ୍ଧି ନେଇ ପଦକ୍ଷେପ ନିଆଯାଉଛି। ଶିକ୍ଷାନୁଷ୍ଠାନରେ ଇ-ବର୍ଜ୍ୟବସ୍ତୁ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରାଯାଉଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ମୋଦିଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ପୁଟିନ୍‌, ଦେଖିକି ଟ୍ରମ୍ପ କାବା, ଜୟଶଙ୍କର ଗୋଟିଏ ସାକ୍ଷାତରେ…

ଓ୍ବାଶିଂଟନ୍‌,୩।୪: ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ମଧ୍ୟରେ, ଭାରତକୁ ରୁଷିଆଠାରୁ ଗୁରୁତ୍ୱପୂର୍ଣ୍ଣ…

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri