ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କରୋନା କଟକଣା ପାଇଁ ଯଦିଓ ବର୍ତ୍ତମାନ ଏହି ରାଜପଥରେ ଗାଡ଼ି ଚଳାଚଳ ସଂଖ୍ୟା କମ୍‌ ରହିଛି କିନ୍ତୁ ବର୍ଷତମାମ୍‌ ଏହା ଚଳଚଞ୍ଚଳ ରହିଥାଏ। ଏହି ରାଜପଥର ପୁରୀ ଉପକଣ୍ଠ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ନିକଟ କାଠପୋଲ ଛକଠାରେ ଏକ ବ୍ରିଜ୍‌ ବିପଦପୂର୍ଣ୍ଣ ହୋଇପଡ଼ିଥିଲେ ମଧ୍ୟ ମରାମତି କରାଯାଉନାହିଁ। ବରଂ ବ୍ରିଜ୍‌ ଆରମ୍ଭରେ ଇଟା ସିମେଣ୍ଟ ବାଡ଼ା ତିଆରି କରି ଯାତାୟାତକୁ ବନ୍ଦ କରିବା ଲାଗି ଚେଷ୍ଟା କରାଯାଇଛି। ଏହାଦ୍ୱାରା ବିଭାଗୀୟ କର୍ତ୍ତୃପକ୍ଷ ଗାଡ଼ିଚାଳକଙ୍କ ଜୀବନକୁ ବାଜିରେ ଲଗାଇଦେଇଛନ୍ତି ବୋଲି ଅଭିଯୋଗ ଉଠିଛି।
ପୁରୀରୁ ଭୁବନେଶ୍ୱର ଯିବାବେଳେ ମାଳତିପାଟପୁର ବସ୍‌ଷ୍ଟାଣ୍ଡ ଆଗକୁ କାଠପୋଲ ଛକରେ ରହିଛି ଏହି ବ୍ରିଜ୍‌। ଗୋଟିଏ ପାର୍ଶ୍ୱ (ପୁରୀ ପଟୁ ଗଲେ ଡାହାଣ ପାର୍ଶ୍ୱ) ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପ୍ରାୟ ୩ମାସ ହେବ ଏହାକୁ ସିଲ୍‌ କରି ଦିଆଯାଇଛି।
ଏହି ବ୍ରିଜ୍‌ ସହ ଚନ୍ଦନପୁର ବାଇପାସ୍‌ ଛକଠାରୁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଛକ କଟିଂ ପର୍ଯ୍ୟନ୍ତ ପ୍ରାୟ ୧.୫ କିମି ରାସ୍ତାକୁ ବନ୍ଦ କରାଯାଇଛି। ଗୋଟିଏ ପାର୍ଶ୍ୱ ବ୍ରିଜ୍‌ ଅର୍ଥାତ୍‌ ନୂଆ ବ୍ରିଜ୍‌ରେ ଏବେ ଯାତାୟାତ ହେଉଛି। ପୁରୁଣା ବ୍ରିଜ୍‌ ଉପରେ ଯାତାୟାତ ବାରଣ ଲାଗି ଜାତୀୟ ରାଜପଥ ଆରମ୍ଭରେ ଇଟା ସିମେଣ୍ଟ ବାଡ଼ା ତିଆରି କରାଯାଇଛି। କିନ୍ତୁ ମାଳତୀପାଟପୁର ବାଇପାସ୍‌ ନିକଟରେ ଏ ନେଇ କୌଣସି ସୂଚନା ବା ଅବରୋଧ ନ ଥିବାରୁ ଗାଡ଼ି ଚାଳକମାନେ ବ୍ରିଜ୍‌ ପର୍ଯ୍ୟନ୍ତ ପଳାଇ ଆସୁଛନ୍ତି। କେହି କେହି ପୁଣି ପ୍ରାୟ ୧ କିମି ପଛକୁ ଫେରି ଡାହାଣ ପାର୍ଶ୍ୱ ରାସ୍ତା ଓ ବ୍ରିଜ୍‌ରେ ଯାଉଛନ୍ତି। ମାତ୍ର କେତେକ ଚାଳକ ଗଳି ବାଟ ଦେଇ ବିପଦପୂର୍ଣ୍ଣ ଭାବେ ଏହି ବ୍ରିଜ୍‌ରେ ଯାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ସନ୍ଧ୍ୟା ପରଠାରୁ ଏହି ବ୍ରିଜ୍‌ ପାଇଁ ଗାଡି ଚାଳକଙ୍କ ଜୀବନ ଏକପ୍ରକାର ବାଜିରେ ଲାଗୁଛି। ସାଧାରଣତଃ ବାଇକ୍‌ ଚାଳକମାନେ ଦ୍ରୁତଗତିରେ ଆସୁଥିବାବେଳେ ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ ନ ଥିବାରୁ ଦୂରରୁ ବାଡ଼ା ଦେଖି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏମିତି ପ୍ରାୟ ପ୍ରତିଦିନ ଦୁର୍ଘଟଣାର ଖବର ଆସୁଛି। କୌଣସି ଗାଡ଼ିି ଧକ୍କା ଲାଗିବାରୁ ବୁଧବାର ରାତିରେ ବାଡ଼ା ଭାଙ୍ଗିଯାଇଥିଲା। ଏବେ କେହି ଇଟାଗୁଡ଼ିକୁ କେବଳ ଖଞ୍ଜି ଦେଇଛନ୍ତି। ପର୍ଯ୍ୟଟନ ସହର ପୁରୀକୁ ଦେଶ ବିଦେଶର ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଭକ୍ତ ଆସିଥାନ୍ତି। ବର୍ଷତମାମ୍‌ ଏହି ଜାତୀୟ ରାଜପଥରେ ଗାଡ଼ି ଚଳାଚଳର ଗହଳି ଦେଖିବାକୁ ମିଳିଥାଏ। ୨୦୧୮ରୁ ଏହି ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମାତ୍ର ଏହାର ମରାମତି ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏହାର ଗୁରୁତ୍ୱକୁ ଉପଲବ୍‌ଧି କରି ପୁରୀ ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ ଦାଶ କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୨୦୧୮ ଅଗଷ୍ଟ ୩ରେ ଟୁଇଟ୍‌ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ପୁରୀ ଜିଲାପାଳଙ୍କୁ ବି ଟୁଇଟ୍‌ କରି ଜଣାଇଥିଲେ। କିନ୍ତୁ ବ୍ରିଜ୍‌ ମରାମତି କରାଗଲା ନାହିଁ। ବରଂ ଅବହେଳାକୁ ଘୋଡାଇବା ପାଇଁ ପୂର୍ବରୁ ୱିକ୍‌ ବ୍ରିଜ୍‌ ବୋଲି ଫଳକ ଲଗାଇଥିଲା। ଏବେ ଜାତୀୟ ରାଜପଥରେ ସିମେଣ୍ଟ ବାଡ଼ା କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ବ୍ରିଜ୍‌ର ମରାମତି କରାଯାଇ ଏହାକୁ ଯାତାୟାତ ଉପଯୋଗୀ କରିବା ଦରକାର ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷେ ଏ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri