ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା। କରୋନା କଟକଣା ପାଇଁ ଯଦିଓ ବର୍ତ୍ତମାନ ଏହି ରାଜପଥରେ ଗାଡ଼ି ଚଳାଚଳ ସଂଖ୍ୟା କମ୍‌ ରହିଛି କିନ୍ତୁ ବର୍ଷତମାମ୍‌ ଏହା ଚଳଚଞ୍ଚଳ ରହିଥାଏ। ଏହି ରାଜପଥର ପୁରୀ ଉପକଣ୍ଠ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ନିକଟ କାଠପୋଲ ଛକଠାରେ ଏକ ବ୍ରିଜ୍‌ ବିପଦପୂର୍ଣ୍ଣ ହୋଇପଡ଼ିଥିଲେ ମଧ୍ୟ ମରାମତି କରାଯାଉନାହିଁ। ବରଂ ବ୍ରିଜ୍‌ ଆରମ୍ଭରେ ଇଟା ସିମେଣ୍ଟ ବାଡ଼ା ତିଆରି କରି ଯାତାୟାତକୁ ବନ୍ଦ କରିବା ଲାଗି ଚେଷ୍ଟା କରାଯାଇଛି। ଏହାଦ୍ୱାରା ବିଭାଗୀୟ କର୍ତ୍ତୃପକ୍ଷ ଗାଡ଼ିଚାଳକଙ୍କ ଜୀବନକୁ ବାଜିରେ ଲଗାଇଦେଇଛନ୍ତି ବୋଲି ଅଭିଯୋଗ ଉଠିଛି।
ପୁରୀରୁ ଭୁବନେଶ୍ୱର ଯିବାବେଳେ ମାଳତିପାଟପୁର ବସ୍‌ଷ୍ଟାଣ୍ଡ ଆଗକୁ କାଠପୋଲ ଛକରେ ରହିଛି ଏହି ବ୍ରିଜ୍‌। ଗୋଟିଏ ପାର୍ଶ୍ୱ (ପୁରୀ ପଟୁ ଗଲେ ଡାହାଣ ପାର୍ଶ୍ୱ) ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପ୍ରାୟ ୩ମାସ ହେବ ଏହାକୁ ସିଲ୍‌ କରି ଦିଆଯାଇଛି।
ଏହି ବ୍ରିଜ୍‌ ସହ ଚନ୍ଦନପୁର ବାଇପାସ୍‌ ଛକଠାରୁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ ଛକ କଟିଂ ପର୍ଯ୍ୟନ୍ତ ପ୍ରାୟ ୧.୫ କିମି ରାସ୍ତାକୁ ବନ୍ଦ କରାଯାଇଛି। ଗୋଟିଏ ପାର୍ଶ୍ୱ ବ୍ରିଜ୍‌ ଅର୍ଥାତ୍‌ ନୂଆ ବ୍ରିଜ୍‌ରେ ଏବେ ଯାତାୟାତ ହେଉଛି। ପୁରୁଣା ବ୍ରିଜ୍‌ ଉପରେ ଯାତାୟାତ ବାରଣ ଲାଗି ଜାତୀୟ ରାଜପଥ ଆରମ୍ଭରେ ଇଟା ସିମେଣ୍ଟ ବାଡ଼ା ତିଆରି କରାଯାଇଛି। କିନ୍ତୁ ମାଳତୀପାଟପୁର ବାଇପାସ୍‌ ନିକଟରେ ଏ ନେଇ କୌଣସି ସୂଚନା ବା ଅବରୋଧ ନ ଥିବାରୁ ଗାଡ଼ି ଚାଳକମାନେ ବ୍ରିଜ୍‌ ପର୍ଯ୍ୟନ୍ତ ପଳାଇ ଆସୁଛନ୍ତି। କେହି କେହି ପୁଣି ପ୍ରାୟ ୧ କିମି ପଛକୁ ଫେରି ଡାହାଣ ପାର୍ଶ୍ୱ ରାସ୍ତା ଓ ବ୍ରିଜ୍‌ରେ ଯାଉଛନ୍ତି। ମାତ୍ର କେତେକ ଚାଳକ ଗଳି ବାଟ ଦେଇ ବିପଦପୂର୍ଣ୍ଣ ଭାବେ ଏହି ବ୍ରିଜ୍‌ରେ ଯାଉଥିବା ଲକ୍ଷ୍ୟ କରାଯାଉଛି। ତେବେ ସନ୍ଧ୍ୟା ପରଠାରୁ ଏହି ବ୍ରିଜ୍‌ ପାଇଁ ଗାଡି ଚାଳକଙ୍କ ଜୀବନ ଏକପ୍ରକାର ବାଜିରେ ଲାଗୁଛି। ସାଧାରଣତଃ ବାଇକ୍‌ ଚାଳକମାନେ ଦ୍ରୁତଗତିରେ ଆସୁଥିବାବେଳେ ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ ନ ଥିବାରୁ ଦୂରରୁ ବାଡ଼ା ଦେଖି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏମିତି ପ୍ରାୟ ପ୍ରତିଦିନ ଦୁର୍ଘଟଣାର ଖବର ଆସୁଛି। କୌଣସି ଗାଡ଼ିି ଧକ୍କା ଲାଗିବାରୁ ବୁଧବାର ରାତିରେ ବାଡ଼ା ଭାଙ୍ଗିଯାଇଥିଲା। ଏବେ କେହି ଇଟାଗୁଡ଼ିକୁ କେବଳ ଖଞ୍ଜି ଦେଇଛନ୍ତି। ପର୍ଯ୍ୟଟନ ସହର ପୁରୀକୁ ଦେଶ ବିଦେଶର ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଭକ୍ତ ଆସିଥାନ୍ତି। ବର୍ଷତମାମ୍‌ ଏହି ଜାତୀୟ ରାଜପଥରେ ଗାଡ଼ି ଚଳାଚଳର ଗହଳି ଦେଖିବାକୁ ମିଳିଥାଏ। ୨୦୧୮ରୁ ଏହି ବ୍ରିଜ୍‌ ବିପଦସଙ୍କୁଳ ଅବସ୍ଥାରେ ରହିଛି। ମାତ୍ର ଏହାର ମରାମତି ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଏହାର ଗୁରୁତ୍ୱକୁ ଉପଲବ୍‌ଧି କରି ପୁରୀ ସଚେତନ ନାଗରିକ ମଞ୍ଚ ସଭାପତି ଆଇନଜୀବୀ ପ୍ରସନ୍ନ ଦାଶ କେନ୍ଦ୍ର ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ୨୦୧୮ ଅଗଷ୍ଟ ୩ରେ ଟୁଇଟ୍‌ କରିଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏବଂ ପୁରୀ ଜିଲାପାଳଙ୍କୁ ବି ଟୁଇଟ୍‌ କରି ଜଣାଇଥିଲେ। କିନ୍ତୁ ବ୍ରିଜ୍‌ ମରାମତି କରାଗଲା ନାହିଁ। ବରଂ ଅବହେଳାକୁ ଘୋଡାଇବା ପାଇଁ ପୂର୍ବରୁ ୱିକ୍‌ ବ୍ରିଜ୍‌ ବୋଲି ଫଳକ ଲଗାଇଥିଲା। ଏବେ ଜାତୀୟ ରାଜପଥରେ ସିମେଣ୍ଟ ବାଡ଼ା କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ବ୍ରିଜ୍‌ର ମରାମତି କରାଯାଇ ଏହାକୁ ଯାତାୟାତ ଉପଯୋଗୀ କରିବା ଦରକାର ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷେ ଏ ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri