ଗଳିଆ ନଦୀରେ ବିପଦପୂର୍ଣ୍ଣ ଡଙ୍ଗାଯାତ୍ରା

ମହାକାଳପଡ଼ା,୩୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତିଘର ପଞ୍ଚାୟତକୁ ସ୍ଥଳପଥରେ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। ଫଳରେ ସ୍ଥାନୀୟ ଲୋକେ ଦୈନଦିନ କାର୍ଯ୍ୟରେ ବ୍ଲକ, ତହସିଲ, ଜିଲା କାର୍ଯ୍ୟାଳୟ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଛାତ୍ରୀଛାତ୍ର କଲେଜ ଯିବାକୁ ହେଲେ ଡଙ୍ଗା ହିଁ ଏକ ମାତ୍ର ଭରସା। ମହାନଦୀ ଶାଖା ଗଳିଆ ନଦୀ ଖରିନାସୀ-ଟୁବି ଫେରିଘାଟରେ ଲୋକମାନେ ଯିବାକୁ ହେଲେ ଦୈନନ୍ଦିନ ବିପଦପୂର୍ଣ୍ଣ ଭାବେ ଡଙ୍ଗାରେ ପାର ହୋଇଥାନ୍ତି। ଯେଉଁ ଫେରିଘାଟ ଡଙ୍ଗାରେ ଯାତ୍ରୀମାନେ ପାର ହେଉଛନ୍ତି ତାହା ସୁରକ୍ଷିତ ଅଛି କି ନାହିଁ ସନ୍ଦେହ ସୃଷ୍ଟି ହେଉଛି। ଡଙ୍ଗାରେ ଯାତ୍ରୀମାନେ ବିନା ଲାଇଫ ଜ୍ୟାକେଟରେ ଯାତାୟାତ କରୁଛନ୍ତି। ଏହି କୁମ୍ଭୀର ଭରା ନଦୀରେ ଯଦି କିଛି ଦୁର୍ଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ କରାଯାଇଛି।
ସୂଚନାଯୋଗ୍ୟ, ମହାନଦୀ ଓ ତା’ର ଶାଖା ନଦୀଗୁଡ଼ିକରେ ସାମୁଦ୍ରିକ ଜୁଆର ସ୍ରୋତ ଖୁବ୍‌ କ୍ଷୀପ୍ର ଥିବାରୁ ପୂର୍ବରୁ ଅନେକ ଡଙ୍ଗା ଦୁର୍ଘଟଣା ହେବା ନଜିର ରହିଛି। ଅପରପକ୍ଷରେ ବତିଘର ପଞ୍ଚାୟତର ମହାନଦୀ ଶାଖା ନିପାଣିଆଠାରେ ୨୦୧୯ ଜାନୁୟାରୀ ୨ରେ କୁଜଙ୍ଗ ଅଞ୍ଚଳର କେତେଜଣ ପର୍ଯ୍ୟଟକ ନିକଟ ହୁକିଟୋଲାରୁ ବଣଭୋଜି ସାରି ସାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ି ଦୁର୍ଘଟଣାରେ ୧୦ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା। ତଥାପି ସ୍ଥାନୀୟ ପ୍ରଶାସନର ଚେତା ପଶୁନାହିଁ। ଚାଳକଙ୍କ ଲାଇସେନ୍ସ, ଲାଇଫ ଜ୍ୟାକେଟ, ବୋଟ୍‌ ପଞ୍ଜୀକରଣ, ନାମଫଳକ ଓ ଡଙ୍ଗା ଫିଟ୍‌ନେସ୍‌ରେ କିଛି ନ ଥିବା ବେଳେ ଫେରିଘାଟରେ ଡଙ୍ଗା ଚାଲିଛି। ଡଙ୍ଗାର କ୍ଷମତା ତୁଳନାରେ ଅତ୍ୟଧିକ ଯାତ୍ରୀ ପରିବହନ ହେଉଥିବା ଦେଖିବାକୁ ମିଳୁଛି। ଏହି ଫେରିଘାଟରେ ବାର୍ଷିକ ଲକ୍ଷାଧିକ ଟଙ୍କା ରାଜସ୍ବ ମିଳୁଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ପ୍ରତି ପ୍ରଶାସନର ନିଘା ନାହିଁ। ତୁରନ୍ତ ଡଙ୍ଗାରେ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି। ଏହି ଫେରିଘାଟଟି ପଞ୍ଚାୟତ ଅଧୀନରେ ପରିଚାଳିତ ହେଉଛି। ରାଜ୍ୟ ସରକାରଙ୍କ ନୌଯାତ୍ରୀ ପରିବହନ ୨୦୦୪ ବୋଟ୍‌ ରୁଲ୍‌ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସରପଞ୍ଚ ଶିବାନୀ ବିଜୁଳିଙ୍କୁ ପଚାରିବାରେ ଘାଟ ଖୁବ୍‌ଶୀଘ୍ର ନିଲାମ ହେବ। ଘାଟ ହେଉଛି ବତିଘର ପଞ୍ଚାୟତବାସୀଙ୍କ ଲାଇଫ ଲାଇନ। ତେଣୁ ଘାଟୁଆଙ୍କ ଉପରେ ବିଶ୍ୱାସ ରଖି ଡଙ୍ଗାକୁ ଚଳାଚଳ କରାଯାଉଛି। ରାତିରେ ମଧ୍ୟ ରୋଗୀଙ୍କୁ ଡଙ୍ଗା ମାଧ୍ୟମରେ ପାର କରାଯାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥାଏ। ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri