ବନ୍ୟପ୍ରାଣୀଙ୍କୁ ବିପଦ କୃତ୍ରିମ ଜଳଧାରଣ ଗାତ

ଭୁବନେଶ୍ୱର, ୧୫।୧୨(ବ୍ୟୁରୋ): ପ୍ରାକୃତିକ ଜଙ୍ଗଲରେ ଆର୍ଦ୍ରତା ସଂରକ୍ଷଣରେ ଉନ୍ନତି ଆଣିବା ପାଇଁ ଓଡ଼ିଶା ବନ ବିଭାଗ କୃତ୍ରିମ ଗାତ ଖୋଳୁଛି। ଗତ ୪-୫ ବର୍ଷ ହେଲା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏଭଳି ଗାତ ସବୁ ରହିଛି। ଏହି ଗାତଗୁଡ଼ିକ ସ୍ଥାନୀୟ ଉଦ୍ଭିଦ ଏବଂ ଜୀବଜନ୍ତୁ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ସମ୍ଭାବନା ଯଥେଷ୍ଟ ଅଧିକ ରହିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ତେଣୁ ଏହାକୁ ବନ୍ଦ କରିବା ପାଇଁ ଦାବି ଉଠିଲାଣି। ଏ ନେଇ ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା (ଡବ୍ଲ୍ୟୁଏସ୍‌ଓ) ତରଫରୁ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କ ନିକଟକୁ ତଥ୍ୟଭିତ୍ତିକ ଅଭିଯୋଗପତ୍ର ଦିଆଯାଇଛି।
ଏହି ଅଭିଯୋଗପତ୍ରରେ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି ଢେଙ୍କାନାଳ ଡିଭିଜନ ଅନ୍ତର୍ଗତ କାମାକ୍ଷାନଗର ଅଞ୍ଚଳର ଶାଳ ଜଙ୍ଗଲରେ ଗଛମୂଳରେ ଗାତ ଖୋଳା ଯାଇଥିବା କିଛିି ଫଟୋ ସଂଲଗ୍ନ କରିଛନ୍ତି। ସେ କହିଛନ୍ତି, ଯଦିଓ ବୃକ୍ଷର ମଙ୍ଗଳ ଓ ଜଳ ରଖିବା ନିମନ୍ତେ ବନ ବିଭାଗ ପକ୍ଷରୁ ଜଙ୍ଗଲ ଅଞ୍ଚଳରେ ଗାତ ଖୋଳାଯାଉଛି, କିନ୍ତୁ ସେଗୁଡ଼ିକ ବନ୍ୟପ୍ରାଣୀଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିବ। ଫରେଷ୍ଟ ଫ୍ଲୋର ବା ଜଙ୍ଗଲ ଚଟାଣ ପ୍ରକୃତ ପକ୍ଷେ ବହୁତ ମହତ୍ତ୍ୱପୂର୍ଣ୍ଣ। କାରଣ ଏହା ଜୀବଜନ୍ତୁ ସଂରକ୍ଷଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କୌଣସି କୃତ୍ରିମ ହସ୍ତକ୍ଷେପ ବିନା ଏହା ହଜାର ହଜାର ବର୍ଷ ଧରି ପ୍ରାକୃତିକ ଭୂଗୋଳ ଓ ପରିବେଶକୁ ବଜାୟ ରଖିପାରିଛି। ଗଛ ମୂଳରେ ଗାତ ଖୋଳିଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯିବ। ଗଛ ପାଖରେ ଗାତ ଖୋଳାଯିବାବେଳେ ଚେର ମଧ୍ୟ କିଛି ମାତ୍ରାରେ କଟିଯାଉଛି। ବନ୍ୟପ୍ରାଣୀ ଓ ଗୋରୁ ଏହି ସମତଳ ଚଟାଣରେ ଚାଲିବା ବେଳେ ହଠାତ୍‌ ଏପରି କୃତ୍ରିମ ଗାତ (୧୮ ଇଞ୍ଚ ଗଭୀର)ରେ ପଡ଼ିଲେ ଆଘାତ ପାଇବେ। ଶିକାରୀ ଓ ବନ୍ୟଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ହରିଣ, କୁଟୁରା କିମ୍ବା ବାର୍‌ହା ଆଦି ବନ୍ୟପ୍ରାଣୀ ଦୌଡ଼ିବା ବେଳେ ସେହି ଗାତରେ ପଡ଼ି ଗୋଡ଼ ଭାଙ୍ଗିବା ଆଶଙ୍କା ରହିଛି। ସେହିପରି କିଛି ଦିନ ପରେ ସେହି ଗାତଗୁଡ଼ିକ ଉପରେ ଘାସ ବା ଲଟା ମାଡ଼ିଯାଇ ଲୁଚିଯିବ ଏବଂ ଅଜାଣତରେ ସେଥିରେ କେହି ପଡ଼ିଯିବାର ସମ୍ଭାବନା ରହିଛି। ଗାତ ଖୋଳିବା ସମୟରେ ମାଟି ଚଟାଣରେ ଗଛରୁ ପଡ଼ିଥିବା ମଞ୍ଜି ନଷ୍ଟ ହୋଇ ଜଙ୍ଗଲର ପ୍ରାକୃତିକ ପୁନଃ ନିର୍ମାଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅଧିକାଂଶ ସରୀସୃପ ଜଙ୍ଗଲ ଚଟାଣ ଭୂମିରେ ହିଁ ବାସ କରନ୍ତି। ତେଣୁ ସରୀସୃପଙ୍କ ଛୁଆମାନଙ୍କ ପାଇଁ ଏହି କୃତ୍ରିମ ଗାତଗୁଡ଼ିକ ଘାତକ ସାବ୍ୟସ୍ତ ହେବ। ଗଛ ମୂଳରୁ ବୁଦା ସଫା କରି ଗାତ ଖୋଳିବା ଦ୍ବାରା ସରୀସୃପଙ୍କ ପ୍ରଜନନ ଏବଂ ଅଣ୍ଡା ଦେବା ପ୍ରକ୍ରିୟା ପାଇଁ ସମସ୍ୟା ସୃଷ୍ଟି ହେବ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ଏ ନେଇ ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ମହାନ୍ତି କହିଛନ୍ତି, ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ଜଙ୍ଗଲରେ ଗଛମୂଳରେ ଏଭଳି କୃତ୍ରିମ ଗାତ ଖୋଳିବା ବନ୍ୟପ୍ରାଣୀଙ୍କ ପାଇଁ ଆଦୌ ମଙ୍ଗଳକାରକ ନୁହେଁ। ଆମ ଜଙ୍ଗଲର ଗଛ ଏବଂ ଅନ୍ୟାନ୍ୟ ଉଦ୍ଭିଦ ହଜାର ହଜାର ବର୍ଷ ଧରି ମଣିଷର ହସ୍ତକ୍ଷେପ ବିନା ମଧ୍ୟ ବଞ୍ଚତ୍ ଆସିଛନ୍ତି। ତେଣୁ ବନ୍ୟପ୍ରାଣୀଙ୍କର କ୍ଷତି କରୁଥିବା କୃତ୍ରିମ ଜଳଧାରଣ ଗାତ ଖୋଳା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri