ମାଡ଼ି ଆସୁଛି ବିପଦ: ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି

ଗତ ହଜାରେ କୋଟି ବର୍ଷ ମଧ୍ୟରେ ବ୍ରହ୍ମାଣ୍ଡର ତାପମାତ୍ରା ୧୦ ଗୁଣା ବଢ଼ିଛି। ଏନେଇ ଓହିଓ ବିଶ୍ୱବିଦ୍ୟାଳୟର କସ୍‌ମୋଲୋଜି ଏବଂ ଆଷ୍ଟ୍ରୋପାଟିକିଲ୍‌ ଫିଜିକ୍ସ୍‌ ବିଭାଗ ପକ୍ଷରୁ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବ୍ରହ୍ମାଣ୍ଡର ବିଭିନ୍ନ ଗ୍ୟାସ୍‌ର ତାପମାତ୍ରା ଲଗାତାର ବଢିବାରେ ଲାଗିଛି। ସମ୍ପ୍ରତି ଏହା ୨୦ ଲକ୍ଷ ଡିଗ୍ରୀ କ୍ୱିଲେନ୍‌ ତାପମାତ୍ରାରେ ପହଞ୍ଚିଛି। ଯାହାକି ୪ ନିୟୁତ ଫାରେନହାଇଟ୍‌ ଡିଗ୍ରୀ ସହିତ ସମାନ। ବୈଜ୍ଞାନିକ ଜିମ୍‌ ପିବଲ୍ସ୍‌ଙ୍କ ଅନୁସାରେ ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି। ଗବେଷଣାରେ ପ୍ଲାଙ୍କ୍‌ ଏବଂ ସ୍ଲୋଅନ୍‌ ଡିଜିଟାଲ ସ୍କାଏ ସର୍ଭେ ଡାଟାର ଉପଯୋଗ କରାଯାଇଛି। ଆକାଶଗଙ୍ଗାର ପ୍ରାକୃତିକ ସଂରଚନା ଏବଂ ପ୍ରକ୍ରିୟା ଯୋଗୁ ବ୍ରହ୍ମାଣ୍ଡର ତାପମାତ୍ରା ବୃଦ୍ଧି ହାର ଅଧିକ ରହୁଛି। ବ୍ରହ୍ମାଣ୍ଡ ଆକାଶ ଗଙ୍ଗାରେ ଥିବା ବିଭିନ୍ନ ପଦାର୍ଥ ଏବଂ ଗ୍ୟାସକୁ ନିଜର ଗୁରୁତ୍ୱାକର୍ଷଣ ଶକ୍ତି ଯୋଗୁ ନିଜ ଆଡ଼କୁ ଟାଣିବାରେ ଲାଗିଛି। ଅପରପକ୍ଷରେ ଗ୍ୟାସ୍‌ ଏବଂ ଅନ୍ୟ ପଦାର୍ଥ ମଧ୍ୟ ଆକାଶଗଙ୍ଗା ଉପରେ ଆକର୍ଷଣ ଶକ୍ତି ସୃଷ୍ଟି କରୁଛନ୍ତି। ଏହା ଦାରା ସୃଷ୍ଟି ହେଉଥିବା ଶକ୍ତି ଯୋଗୁ ଗ୍ୟାସ୍‌ର ତାପମାତ୍ରା ପୂର୍ବାପେକ୍ଷା ବଢ଼ିଛି। ଆକାଶଗଙ୍ଗାରେ ଲାଗି ରହିଥିବା ଗୁରୁତ୍ୱାକର୍ଷଣର ପ୍ରଭାବ ପୃଥିବୀ ଉପରେ ମଧ୍ୟ ପଡୁଛି। ଏହାର ଯୋଗୁ ପୃଥିବୀ ସମେତ ଅନ୍ୟ ଗ୍ରହଗୁଡ଼ିକରେ ଥିବା ଗ୍ୟାସର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଥିବା କୁହାଯାଉଛି। ତେବେ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ଅନ୍ୟ କାରଣ ମଧ୍ୟ ରହିଛି। ୧୮୭୦ଠାରୁ ଶିଳ୍ପାୟନ ଧାରା ଜାରି ରହିବା ଯୋଗୁ ଏହାର ପ୍ରଭାବ ପୃଥିବୀର ତାପମାନ ଉପରେ ପଡ଼ିବାରେ ଲାଗିଛି। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କ୍ରମାଗତ ଏଥିରେ ବୃଦ୍ଧି ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ୨୦୧୩ରେ ନିୟୁତ ପିଛା(ପିପିଏମ୍‌) ୪ ଶହ ଥିଲା। ଗତ ୩ ଦଶନ୍ଧି ଧରି ଏକ ନିର୍ଦ୍ଦିଷ୍ଟ ଅନୁପାତରେ ବିଶ୍ୱତାପନ ବଢୁଛି। ୨୦୧୪ରେ ଏଲନିନୋ ଭୂମଧ୍ୟ ରେଖାର ମଧ୍ୟ ପୂର୍ବ ପ୍ରଶାନ୍ତସାଗରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା। ଏହର ପ୍ରଭାବଯୋଗୁ ମଧ୍ୟ ବିଶ୍ୱ ତାପମାନ ସଙ୍କଟ ସ୍ଥିତିରେ ପହଞ୍ଚିଥିଲା । ଏହାଯୋଗୁ ଆଗାମୀ ଦିନରେ ପୃଥିବୀ ଉପରେ ବିପଦ ଘନେଇ ଆସୁଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri