ପରିବେଶକୁ କାଳ ସିନ୍ଥେଟିକ୍‌ କପଡ଼ା

ମାନେକା ଗାନ୍ଧୀ
ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ ସେଥିରେ ମଧ୍ୟ ଏଭଳି ବିପଦକୁ ସାମ୍ନା କରିବାକୁ ପଡୁଛି। ପ୍ରତିଥର କପଡ଼ାର ଜିନିଷ କିଣିବାବେଳେ ତୁମକୁ ଜୀବମଣ୍ଡଳ ଏବଂ ଭୂମଣ୍ଡଳ ବା ସ୍ଥଳମଣ୍ଡଳ ମଧ୍ୟରେ ପସନ୍ଦ କରିବାକୁ ପଡିଥାଏ। ଜୀବମଣ୍ଡଳ ଏକ ପ୍ରକାର କୃଷିକ୍ଷେତ୍ର, ଯେଉଁଠୁ ବିଭିନ୍ନ ଗଛରୁ ସୂତା, ଲାଇଲେନ ଓ ସିଲ୍କ ଉପତ୍ାଦନ କରାଯାଏ। ପୃଥିବୀର ସୁରକ୍ଷା ଆବରଣ ଭୂମଣ୍ଡଳରୁ ଜୀବାଶ୍ମ ଇନ୍ଧନ ଉତ୍ତୋଳନ କରାଯାଇ ତାହାକୁ ପଲିଷ୍ଟର ଭଳି ସିନ୍ଥେଟିକ କପଡ଼ାରେ ପରିଣତ କରାଯାଇଥାଏ। ସ୍ପଷ୍ଟତଃ, ଜଣେ ସମ୍ବେଦନଶୀଳ ବ୍ୟକ୍ତି କେବଳ ପୁନଃ ଉପଯୋଗକ୍ଷମ ତଥା ଅକ୍ଷୟ ସଂସାଧନକୁ ପସନ୍ଦ କରିବ। କିନ୍ତୁ ସବୁ କପଡାର ୭୦% ଅଣ ପାରମ୍ପରିକ ଇନ୍ଧନରୁ ହିଁ ଆସିଥାଏ। ଆମେ ପ୍ଲାଷ୍ଟିକ, ନାଇଲନ, ଏର୍କିଲିକ, ପଲିଷ୍ଟର ପିନ୍ଧୁଛୁ। ଏପରି କି ଆକର୍ଷଣୀୟ ବନାରସୀ ଶାଢୀରେ ବି ଏବେ ପଲିଷ୍ଟର ମିଶିଲାଣି। ଆମେ ଫ୍ୟାଶନ ଶିଳ୍ପ ଉପରେ ଗୁରୁତ୍ୱ ଦେଉ ନାହଁୁ। ଫ୍ୟାଶନ ଶିଳ୍ପ ଯୋଗୁ ହଜାର ହଜାର ଜଙ୍ଗଲ କଟାଯାଉଛି। ଗଛରୁ ପ୍ରସ୍ତୁତ କପଡା ପାଇଁ ବାଉଁଶ, ୟୁକାଲିପଟାସ ଆଦି ଗଛ କାଟିବାକୁ ପଡେ। ପୁଣି ଗଛ ଲଗାଯାଏ ଓ ତାହାକୁ କାଟି ପୁଣି କପଡ଼ା ପ୍ରସ୍ତୁତ କରାଯାଏ। ଯଦି ସୂତା କପଡ଼ା ପାଇଁ କପାକୁ ପସନ୍ଦ କରିବ ତେବେ ଏହାଦ୍ୱାରା ବହୁତ କ୍ଷତି ହେବ। ଭାରତରେ କପା ଚାଷରେ ପ୍ରଚୁର ନେଓନିକୋଟିନୋଏଡ୍‌ କୀଟନାଶକ ବ୍ୟବହାର ହୋଇଥାଏ। ଏହାଯୋଗୁ ଲକ୍ଷ ଲକ୍ଷ ମହୁମାଛିଙ୍କ ଜୀବନ ଚାଲିଯାଏ ଏବଂ ଏହା ଆମ ଖାଦ୍ୟ ଭଣ୍ଡାରକୁ ବ୍ୟାପକ କ୍ଷତିକରିଥାଏ। ପଲିିଷ୍ଟର କିମ୍ବା ନାଇଲନ ପାଇଁ ଅତ୍ୟଧିକ ଖଣି ଖନନ କରିବାକୁ ପଡେ ଓ ଏହାଦ୍ୱାରା ଜଙ୍ଗଲ ନଷ୍ଟ ହୋଇଥାଏ। ଏହା ସହ ଖଣି ଚାରିପାଖରେ ମାଇଲ ମାଇଲ ପର୍ଯ୍ୟନ୍ତ ପାଣି ବିଷାକ୍ତ ହୋଇଯାଏ। ପରିବେଶ ଉପଯୋଗୀ ପୋଷାକ ତଥା କୃଷି ଉପତ୍ାଦରୁ ପ୍ରସ୍ତୁତ କପଡା ପିନ୍ଧିବା ଲାଗି ପସନ୍ଦ କଲେ ମଧ୍ୟ ସେଥିରେ ରଙ୍ଗ ସମସ୍ୟା ରହିଛି। କପଡ଼ା ଜୈବିକ ସୂତାର ହୋଇପାରେ, କିନ୍ତୁ ଏହାର ରଙ୍ଗ ସିନ୍ଥେଟିକ୍‌, ଯାହା କୃତ୍ରିମ ଓ ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଏ। ଆମେ ପିନ୍ଧୁଥିବା ଅଧିକାଂଶ କପଡ଼ା ବା ପୋଷାକର ରଙ୍ଗ ସିନ୍ଥେଟିକ୍‌। ଏକ ଆକଳନରୁ ଜଣାଯାଏ ଯେ, କପଡା ଉପତ୍ାଦନ ଏବଂ ରଙ୍ଗରେ ବିଶ୍ୱରେ ଉପତ୍ାଦିତ ମୋଟ ରାସାୟନିକର ୨୫% ବ୍ୟବହାର କରାଯାଏ। କପଡ଼ାରେ ରଙ୍ଗକୁ ବାନ୍ଧିବା ପାଇଁ ଏବେ ୬୦-୭୦% ରଙ୍ଗରେ କାଡିୟମ,ମର୍କ୍ୟୁରି, ଟିନ୍‌, କୋବାଲ୍‌ଟ, ଲିଡ୍‌ ଏବଂ କ୍ରୋମ୍‌ ଭଳି ଭାରି ଧାତୁ ବ୍ୟବହାର କରାଯାଉଛି। ରଙ୍ଗ ଶିଳ୍ପରେ ପ୍ରଚୁର ପାଣି ଉପଯୋଗ ହୁଏ ଏବଂ ବଳକା ରଙ୍ଗକୁ ସଫାକରି ନଦୀକୁ ଫିଙ୍ଗି ଦିଆଯାଏ। ପ୍ରାଣୀମାନେ ଏହି ନଦୀପାଣି ପିଇ ମୃତ୍ୟୁମୁଖରେ ପଡନ୍ତି। ରାସାୟନିକ ରଙ୍ଗ ଶିଳ୍ପର କର୍ମଚାରୀମାନେ ଅନ୍ତସ୍ରାବୀ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତିି।
ଭାରତରେ ସବୁ ଶିଳ୍ପଠାରୁ କପଡ଼ା ଶିଳ୍ପ ସବୁଠୁ ପ୍ରଦୂଷିତ। ବିଶ୍ୱ ସ୍ତରରେ ତେଲ ପରେ କପଡା ଶିଳ୍ପ ଦ୍ୱିତୀୟ ପ୍ରଦୂଷିତ ଉତ୍ସ। ବିଶ୍ୱରେ ମୋଟ କାର୍ବନ ନିର୍ଗମନର ୧୦% ଏହି ଶିଳ୍ପରୁ ହୋଇଥାଏ। ଏହା ମଧ୍ୟ ବିଶ୍ୱର ପଞ୍ଚମ କାର୍ବନ ଡାଇଅକ୍ସାଇଡ ନିର୍ଗମନକାରୀ ଉତ୍ସ। ବିଶ୍ୱର ଶୀର୍ଷ ୩ଟି ଜଳ ନଷ୍ଟ କରୁଥିବା ଶିଳ୍ପ ମଧ୍ୟରେ ଏହା ଅନ୍ତର୍ଭୁକ୍ତ ଓ ମଧୁରଜଳ ଉତ୍ସକୁ ଭୀଷଣ ଭାବେ ପ୍ରଦୂଷିତ କରିଥାଏ। ଗୋଟିଏ ଟି-ଶାର୍ଟ ତିଆରି କରିବା ପାଇଁ ୨୬୦୦ ଲିଟର ପାଣି ଆବଶ୍ୟକ । ନ୍ୟାଶ୍‌ନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ ଆଡ୍‌ମିନିଷ୍ଟ୍ରେଶନର ମେରାଇନ ଡେବ୍ରିସ ପ୍ରୋଗ୍ରାମ ଅନୁଯାୟୀ, ପ୍ରତିଥର ତୁମେ ଧୋଉଥିବା ସିନ୍ଥେଟିକ୍‌ ଜିନିଷରୁ ପାଣିରେ କୋଟି କୋଟି ମାଇକ୍ରୋଫାଇବର ମିଶିିଥାଏ। ମାଇକ୍ରୋଫାଇବର ଏକ ପ୍ରକାର ମାଇକ୍ରୋପ୍ଲାଷ୍ଟିକ। ଏହା ପ୍ଲାଷ୍ଟିକ ଆଧାରିତ ସୂତା। ଏହି ସୂତାଗୁଡ଼ିକ ଏତେ ଛୋଟ ଯେ , ତାହା ଓ୍ବେଷ୍ଟ ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ଯାଇ ସମୁଦ୍ରରେ ମିଶିଥାଏ । ସି ପ୍ଲାଙ୍କଟନ( ସମୁଦ୍ରରେ ରହୁଥିବା ସୂକ୍ଷ୍ମ ଜୀବ) ଏହି ପ୍ଲାଷ୍ଟିକ ସୂତାକୁ ଖାଇଥାଏ । ମାଛ ପ୍ଲାଙ୍କଟନକୁ ଖାଏ ଓ ମଣିଷ ସେହି ମାଛକୁ ଖାଇଥାଏ। ଏଣୁ କପଡ଼ାରେ ଉପଯୋଗ ଏହି ପ୍ଲାଷ୍ଟିକ ସୂତା ସିଧା ପାକସ୍ଥଳୀରେ ପହଞ୍ଚିଯାଏ। ଫ୍ଲୋରିଡା ମାଇକ୍ରୋପ୍ଲାଷ୍ଟିକ ଆଓ୍ବାରନେସ୍‌ ପ୍ରୋଜେକ୍ଟ(ଏଫ୍‌ଏମ୍‌ଏପି) ଅନୁଯାୟୀ, ଉପକୂଳ ଅଞ୍ଚଳରୁ ସଂଗୃହୀତ ପାଣି ନମୁନାର ୮୯%ରେ ଅତି କମ୍‌ରେ ଖଣ୍ଡେ ମାଇକ୍ରୋପ୍ଲାଷ୍ଟିକ ରହିଥିବା ଜଣାପଡ଼ିଛି।
କପଡ଼ା ଉପତ୍ାଦନରେ ବ୍ୟବହୃତ ସିନ୍ଥେଟିକ୍‌ ସୂତା ପରିବେଶର କ୍ଷତି କରିଥାଏ। ଏହାର ଉପତ୍ାଦନ ପ୍ରକ୍ରିୟାରୁ ନାଇଟ୍ରସ ଅକ୍ସାଇଡ ଏବଂ ହାଇଡ୍ରୋକ୍ଲାରିନ ଭଳି ଏସିଡିକ୍‌ ଗ୍ୟାସ୍‌ ନିର୍ଗତ ହୋଇଥାଏ। ସାଇନ୍ସ ନ୍ୟୁଜ୍‌ ଗବେଷଣାରୁ ଜଣାପଡିଛି ଯେ,ବାୟୁମଣ୍ଡଳରେ ପ୍ରତିବର୍ଷ ୦.୨% ନାଇଟ୍ରସ ଅକ୍ସାଇଡ ବୃଦ୍ଧିପାଉଛି ଓ ଏହାର କିଛି ଅଂଶ ନାଇଲନ ଏବଂ ପଲିଷ୍ଟର ଉପତ୍ାଦନରୁ ଆସୁଛି। ନାଇଟ୍ରସ ଅକ୍ସାଇଡ୍‌ ଏକ ଗ୍ରୀନ୍‌୍‌ ହାଉସ୍‌ ଗ୍ୟାସ୍‌(ସବୁଜଗୃହ ଗ୍ୟାସ) ଓ କାର୍ବନ ଡାଇଅକ୍ସାଇଡଠାରୁ ଏହାର ୩୦୦ ଗୁଣ କ୍ଷତିକାରକ କ୍ଷମତା ରହିଛି। ପଲିଷ୍ଟର ଉପତ୍ାଦନରେ କପଡା ଶିଳ୍ପ ୨୦୧୫ରେ ପ୍ରାୟ ୭୦୬ ବିଲିୟନ କେ.ଜି.(୧.୫ ଟ୍ରିଲିୟନ ପାଉଣ୍ଡ)ସବୁଜଗୃହ ଗ୍ୟାସ୍‌ ନିର୍ଗମନ କରିଥିଲା। ଏହା ୧୮୫ ତାପଜ (କୋଇଲା ଚଳିତ) ପାଓ୍ବାର ପ୍ଲାଣ୍ଟରୁ ନିର୍ଗମନ ହେଉଥିତ୍ବା ସବୁଜଗୃହ ଗ୍ୟାସ୍‌ ସହ ପ୍ରାୟ ସମାନ। ପ୍ଲାଷ୍ଟିକ ପୋଷାକ ଆମ ତ୍ୱଚା ଏବଂ ଶ୍ୱାସନଳୀକୁ ପ୍ରଭାବିତ କରେ। ଏହା ମଧ୍ୟ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ କରେ। ଉକ୍ତ କପଡ଼ାରେ ଥିବା କ୍ୟାନ୍‌ସର ସୃଷ୍ଟକାରୀ ଫର୍ମାଲଡିହାଇଡ୍‌ ଯୋଗୁ ସ୍କିନ ଆଲର୍ଜି, ଆଖିରୁ ପାଣି ବାହାରିବା ସମସ୍ୟା ଦେଖାଦିଏ। ଟିଟାନିୟମ ଅକ୍ସାଇଡ, ବେରିୟମ ସଲ୍‌ଫେଟ ହାଇପର ସ୍କିନ ପିଗମେଣ୍ଟେସନ, ଡର୍ମାଟିଟିସ୍‌ ଏବଂ କେନ୍ଦ୍ର ସ୍ନାୟବିକ ପ୍ରକ୍ରିୟାକୁ ପ୍ରଭାବିତ କରେ। ଏହା ଯୋଗୁ ମୁଣ୍ଡବିନ୍ଧା ଏବଂ ମେରୁଦଣ୍ଡ ଯନ୍ତ୍ରଣା ଦେଖାଦିଏ। ଏଥିରୁ ମୁକ୍ତି ପାଇବାକୁ ହେଲେ ଗ୍ରୀନ୍‌ କୁହାଯାଉଥିବା ନାଇଲନ, ପଲିଷ୍ଟର,ଲିକ୍ରା,ଆର୍କିଲିକ୍‌ ପୋଷାକ କିଣନ୍ତୁ ନାହିଁ ।
ଅପ୍‌ସାଇକ୍ଲିଡ ପ୍ଲାଷ୍ଟିକ ଫ୍ୟାଶନ ବ୍ରାଣ୍ଡ୍‌ରୁ ଦୂରେଇ ରୁହନ୍ତୁ। ମନୁଷ୍ୟକୃତ ସିନ୍ଥେଟିକ୍‌ ପୋଷାକ ବ୍ୟବହାର ବନ୍ଦ କଲେ ତାହା ମାଇନିଂ କମାଇବା ସହ ଜଙ୍ଗଲର ସୁରକ୍ଷା କରିବ। ପ୍ରଚୁର ପେଟ୍ରୋଲିୟମ ବଞ୍ଚିପାରିବ। ଆଂଶିକ ସିନ୍ଥେଟିକ ରେୟୋନ ଗଛର ସେଲୁଲୋଜ( ଏକପ୍ରକାର ପ୍ରାକୃତିକ ପଦାର୍ଥ)ରୁ ପ୍ରସ୍ତୁତ ହେଉଥିଲେ ମଧ୍ୟ କପଡ଼ା କୃତ୍ରିମ ଉପାୟରେ ତିଆରି କରାଯାଏ। ରେୟୋନ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଏ। ଏଥରୁ ସଂରକ୍ଷିତ ଜଙ୍ଗଲ ମଧ୍ୟ ବାଦ୍‌ ପଡେନି। ରେୟୋନ ଯୋଗୁ ବହୁ ପ୍ରଜାତିର ଜୀବ ଏବେ ବିଲୁପ୍ତିର ଦ୍ୱାର ଦେଶରେ। ଅଧିକ ପୋଷାକ କିଣ ନାହିଁ କି ବାହାରେ ଫିଙ୍ଗି ଦିଅନାହିଁ। ନିକଟରେ ମ୍ୟାକ୍‌ଆର୍ଥର ଫାଉଣ୍ଡେଶନ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ପ୍ରତି ସେକେଣ୍ଡରେ ଗୋଟିଏ ଟ୍ରକ କପଡା ବଜ୍ୟ ନଷ୍ଟ କରାଯାଉଛି। କୋପେନହାଗେନ ଫ୍ୟାଶନ ସମିଟ ପ୍ରକାଶ କରିଛି ଯେ, ଫ୍ୟାଶନ ଯୋଗୁ ପ୍ରତିବର୍ଷ ୯୨ ମିଲିୟନ ଟନ୍‌ କଠିନ ବର୍ଜ୍ୟ ଭୂପୃଷ୍ଠରେ ଠୁଳ ହୋଇ ରହୁଛି। ସିନ୍ଥେଟିକ କପଡା ବା ସୂତା ବିଘଟନ ହେବା ପାଇଁ ୨୦୦ ବର୍ଷ ଲାଗିଯାଏ। ପ୍ରତିବର୍ଷ ୧ ମିଲିୟନ ଟନ୍‌ରୁ ଅଧିତ୍କ କପଡା ବାହାରେ ଫିଙ୍ଗି ଦିଆଯାଉଛି। ପ୍ରତିବର୍ଷ ୧୫୦ ବିଲିୟନ ପୋଷାକ ତିିଆରି କରାଯାଉଛି , ପ୍ରତ୍ୟେକ ବ୍ୟକ୍ତି ପାଇଁ ୨୦ଟି ନୂଆ ପୋଷାକ ପ୍ରସ୍ତୁତ ହେଉଛି। ୧୯୯୯ରୁ ୨୦୦୯ ଅବ୍ୟବହୃତ କପଡା ପରିମାଣ ୪୦% ବୃଦ୍ଧିପାଇଛି।
ପାଇନାପଲ୍‌ ଲେଦର ଭଳି କପଡା ପସନ୍ଦ କରନ୍ତୁ। ପ୍ଲାଣ୍ଟ କିମ୍ବା ଫ୍ରୁଟ୍‌ସ ଲେଦର ବର୍ଜ୍ୟରୁ ପ୍ରସ୍ତୁତ କରାଯିବା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଫିଲିପାଇନ୍ସରେ ମିଳୁଥିତ୍ବା ଏକ ପ୍ରକାର ସପୁରି ପତ୍ରରୁ ପିନାଟେକ୍ସ (ଏକ ପ୍ରକାର କପଡ଼ା) ତିଆରି ହେଉଛି। ଏହା ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁୂତ ଲେଦରଠାରୁ ଅଧିକ ସ୍ଥାୟୀ ଓ ମଜଭୁତ । ଏଥିପାଇଁ କମ୍‌ ପାଣି ଆବଶ୍ୟକ। ପ୍ରାଣୀମାନଙ୍କୁ ପରିବେଶଗତ କ୍ଷତି ପହଞ୍ଚାଇବା ଭଳି ରାସାୟନିକ ପଦାର୍ଥ ଏଥିରେ ନାହିଁ। ବର୍ଜ୍ୟଭାବେ ବଳିପଡୁଥିବା ପତ୍ରକୁ ଖତ କିମ୍ବା ବାୟୋମସ ଭାବେ ବି ଉପଯୋଗ କରାଯାଉଛି। ସୋୟ ଫାବ୍ରିକ ଏକ ପ୍ରକାର ପରିବେଶ ଉପଯୋଗୀ କପଡ଼ା ଯାହା ସୋୟାବିନର ଚୋପାରୁ ପ୍ରସ୍ତୁତ ହେଉଛି। ଏହା ସହଜରେ ମାଟିରେ ମିଶିପାରୁଛି। ଏଣୁ ଜୈବିକ ସୂତା ଓ ଜୈବିକ ରଙ୍ଗର ପୋଷାକ କିଣନ୍ତୁ ଓ ପୃଥିବୀ ତଥା ପରିବେଶ୦ର ସୁରକ୍ଷା କରନ୍ତୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri