Categories: ଜାତୀୟ

ବିପଦ ଉପରେ ବିପଦ: ତଉକ୍‌ତାଏ ପରେ ଏବେ ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ବିପଦ ଉପରେ ବିପଦ ମାଡ଼ି ଆସୁଛି। ସମ୍ପ୍ରତି ବାତ୍ୟା ତଉକ୍‌ତାଏ ଯୋଗୁ ଗୁଜରାଟ,କରେଳ, ଗୋଆ, ମହାରାଷ୍ଟ୍ରରେ ବହୁ କ୍ଷୟକ୍ଷତି ହୋଇଛି। ଏହି ବାତ୍ୟା ଯୋଗୁ ଗୁଜରାଟରେ ୪୫ ଏବଂ ମହାରାଷ୍ଟ୍ରରେ ୧୮ଜଣଙ୍କ ଜୀବନ ଯାଇଛି। ଏପରିସ୍ଥଳେ ପୁଣି ଏକ ନୂଆ ବାତ୍ୟା ଆସିବାର ଆଶଙ୍କାରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଉ ୫ ଦିନ ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍‌ ସ୍ଥଳଭାଗରେ ମାଡ଼ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମେ ୨୩-୨୪ରେ ବାତ୍ୟା ୟାସ୍‌ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ୟାସ୍‌ ବାତ୍ୟା ଅମ୍ଫନଠାରୁ ଅଧିକ ଶକ୍ତିଶାଳୀ ବୋଲି ପାଣିପାଗ ବିଭାଗ କହିଛି। ୟାସ୍‌ର ପ୍ରଭାବ ଆଣ୍ଡାମାନ୍‌ ନିକୋବର ଦ୍ୱୀପ ସମୂହ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବାର ଆଶଙ୍କା ରହିଛି। ସୂଚନା ଯୋଗ୍ୟ ବାତ୍ୟା ୟାସ୍‌ର ନାମକରଣ ଓମାନ କରିଛି।

Share