Posted inଜାତୀୟ

ଉତ୍ତର ଭାରତକୁ ନଡ଼ା ପୋଡ଼ି ବିପଦ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଦିଲ୍ଲୀ ତଥା ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ପାଇଁ ନଡ଼ା ପୋଡ଼ିବା ବିପଦ ସାଜିଛି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଫସଲ ଅମଳ କରିବା ପରେ ବିଲରେ ଥିବା ମୂଳିନଡ଼ାକୁ ଜାଳି ଦେଉଥିବାରୁ ତାହା ଉତ୍ତର ଭାରତରେ ପ୍ରଦୂଷଣ ବୃଦ୍ଧିର କାରଣ ପାଲଟିଛି। ଏହାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜଣିକିଆ କମିଟି ଗଠନ କରିଛନ୍ତି। ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ବି. ଲୋକୁରଙ୍କୁ ଏହି କମିଟି ପାଇଁ ନିଯୁକ୍ତ କରାଯାଇଛି। ଏହି ପଦକ୍ଷେପକୁ ଦିଲ୍ଲୀର ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ନଡ଼ା ପୋଡ଼ି ପ୍ରସଙ୍ଗକୁ ଅଣଦେଖା କରି ଲୋକୁର କମିଟି ଗଠନକୁ ବିରୋଧ କରିଥିଲା ବୋଲି ଏଏପି ସମାଲୋଚନା କରିଛି।
ଭାରତରେ ମୂଳିନଡ଼ା ପୋଡ଼ି ଯୋଗୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଶୀତଋତୁରେ ନଡ଼ାପୋଡ଼ି କରୋନା ସଂକ୍ରମଣକୁ ବଢ଼ାଇବା ଆଶଙ୍କା ଥିବାରୁ ଏହାକୁ ରୋକିବା ଲାଗି ଆଦିତ୍ୟ ଦୁବେ ବରିଷ୍ଠ ଆଇନଜୀବୀ ବିକାଶ ସିଂଙ୍କ ଜରିଆରେ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଶୀର୍ଷ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରି କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ସମେତ ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ଲୋକୁର ପ୍ୟାନେଲ୍‌କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଅଞ୍ଚଳରେ ନଡ଼ାପୋଡ଼ି ହେଉଛି ଏମାନେ ଲୋକୁର କମିଟିକୁ ଦେଖାଇବେ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ-ଏନ୍‌ସିଆର୍‌ର ଲୋକେ ବିନା ପ୍ରଦୂଷଣରେ ବିଶୁଦ୍ଧ ବାୟୁ ଗ୍ରହଣ କରନ୍ତୁ ବୋଲି ଆମେ ଚାହୁଁ। ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କମିଟି ଗଠନକୁ ବିରୋଧ କରି ଯୁକ୍ତି ବାଢ଼ିଥିଲେ, ସମ୍ପୃକ୍ତ ରାଜ୍ୟଗୁଡ଼ିକ ଏନେଇ ନିଜ ନିଜ ପକ୍ଷ ରଖିସାରିଛନ୍ତି। ତେଣୁ ଇପିସିଏ ଏହାର ଅନୁଧ୍ୟାନ କରିବା ଉଚିତ। ଏହି ପ୍ରସଙ୍ଗରେ ଦଶହରା ଛୁଟି ପରେ ଶୁଣାଣି କରାଯାଉ ବୋଲି ମେହେଟା ଅନୁରୋଧ କରିଥିଲେ। ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ଆମେ ଜଷ୍ଟିସ୍‌ ଲୋକୁରଙ୍କୁ କୌଣସି ଅସାଧାରଣ କ୍ଷମତା ଦେଇନାହୁଁ। ରାଜ୍ୟଗୁଡ଼ିକର ଓ କେନ୍ଦ୍ରର ପକ୍ଷ ମଧ୍ୟ ଶୁଣିଛୁ।
ଲୋକୁର ପ୍ୟାନେଲକୁ ପର୍ଯ୍ୟାପ୍ତ ସୁରକ୍ଷା, ପ୍ରଶାସନିକ ଭିତ୍ତିଭୂମି ଓ ପରିବହନ ସୁବିଧା ଯୋଗାଇବା ଲାଗି ରାଜ୍ୟଗୁଡ଼ିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଲୋକୁର କମିଟି ନଡ଼ା ପୋଡ଼ି ସମ୍ପର୍କରେ ପ୍ରତି ୧୫ ଦିନରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ। ପ୍ରକାଶ ଯେ, ସୁପ୍ରିମକୋର୍ଟ ବିଚାରପତି ଥିବାବେଳେ ନିଜ କାର୍ଯ୍ୟକାଳ ସମୟରେ ଜଷ୍ଟିସ୍‌ ଏମ୍‌.ବି. ଲୋକୁର ନଡ଼ା ପୋଡ଼ି ସମେତ ପ୍ରଦୂଷଣ ସମ୍ପର୍କିତ ପ୍ରସଙ୍ଗରେ ବିଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri