Posted inଜାତୀୟ

ଉତ୍ତର ଭାରତକୁ ନଡ଼ା ପୋଡ଼ି ବିପଦ

ନୂଆଦିଲ୍ଲୀ,୧୭ା୧୦(ପି.ଟି.): ଦିଲ୍ଲୀ ତଥା ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ପାଇଁ ନଡ଼ା ପୋଡ଼ିବା ବିପଦ ସାଜିଛି। ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚାଷୀମାନେ ଫସଲ ଅମଳ କରିବା ପରେ ବିଲରେ ଥିବା ମୂଳିନଡ଼ାକୁ ଜାଳି ଦେଉଥିବାରୁ ତାହା ଉତ୍ତର ଭାରତରେ ପ୍ରଦୂଷଣ ବୃଦ୍ଧିର କାରଣ ପାଲଟିଛି। ଏହାକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜଣିକିଆ କମିଟି ଗଠନ କରିଛନ୍ତି। ସର୍ବୋଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ବି. ଲୋକୁରଙ୍କୁ ଏହି କମିଟି ପାଇଁ ନିଯୁକ୍ତ କରାଯାଇଛି। ଏହି ପଦକ୍ଷେପକୁ ଦିଲ୍ଲୀର ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ବାଗତ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ନଡ଼ା ପୋଡ଼ି ପ୍ରସଙ୍ଗକୁ ଅଣଦେଖା କରି ଲୋକୁର କମିଟି ଗଠନକୁ ବିରୋଧ କରିଥିଲା ବୋଲି ଏଏପି ସମାଲୋଚନା କରିଛି।
ଭାରତରେ ମୂଳିନଡ଼ା ପୋଡ଼ି ଯୋଗୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଶୀତଋତୁରେ ନଡ଼ାପୋଡ଼ି କରୋନା ସଂକ୍ରମଣକୁ ବଢ଼ାଇବା ଆଶଙ୍କା ଥିବାରୁ ଏହାକୁ ରୋକିବା ଲାଗି ଆଦିତ୍ୟ ଦୁବେ ବରିଷ୍ଠ ଆଇନଜୀବୀ ବିକାଶ ସିଂଙ୍କ ଜରିଆରେ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଶୀର୍ଷ ଅଦାଲତ ଶୁକ୍ରବାର ଏହାର ଶୁଣାଣି କରି କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ସମେତ ହରିୟାଣା, ପଞ୍ଜାବ ଓ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ଲୋକୁର ପ୍ୟାନେଲ୍‌କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଅଞ୍ଚଳରେ ନଡ଼ାପୋଡ଼ି ହେଉଛି ଏମାନେ ଲୋକୁର କମିଟିକୁ ଦେଖାଇବେ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦିଲ୍ଲୀ-ଏନ୍‌ସିଆର୍‌ର ଲୋକେ ବିନା ପ୍ରଦୂଷଣରେ ବିଶୁଦ୍ଧ ବାୟୁ ଗ୍ରହଣ କରନ୍ତୁ ବୋଲି ଆମେ ଚାହୁଁ। ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା କମିଟି ଗଠନକୁ ବିରୋଧ କରି ଯୁକ୍ତି ବାଢ଼ିଥିଲେ, ସମ୍ପୃକ୍ତ ରାଜ୍ୟଗୁଡ଼ିକ ଏନେଇ ନିଜ ନିଜ ପକ୍ଷ ରଖିସାରିଛନ୍ତି। ତେଣୁ ଇପିସିଏ ଏହାର ଅନୁଧ୍ୟାନ କରିବା ଉଚିତ। ଏହି ପ୍ରସଙ୍ଗରେ ଦଶହରା ଛୁଟି ପରେ ଶୁଣାଣି କରାଯାଉ ବୋଲି ମେହେଟା ଅନୁରୋଧ କରିଥିଲେ। ଖଣ୍ଡପୀଠ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, ଆମେ ଜଷ୍ଟିସ୍‌ ଲୋକୁରଙ୍କୁ କୌଣସି ଅସାଧାରଣ କ୍ଷମତା ଦେଇନାହୁଁ। ରାଜ୍ୟଗୁଡ଼ିକର ଓ କେନ୍ଦ୍ରର ପକ୍ଷ ମଧ୍ୟ ଶୁଣିଛୁ।
ଲୋକୁର ପ୍ୟାନେଲକୁ ପର୍ଯ୍ୟାପ୍ତ ସୁରକ୍ଷା, ପ୍ରଶାସନିକ ଭିତ୍ତିଭୂମି ଓ ପରିବହନ ସୁବିଧା ଯୋଗାଇବା ଲାଗି ରାଜ୍ୟଗୁଡ଼ିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଲୋକୁର କମିଟି ନଡ଼ା ପୋଡ଼ି ସମ୍ପର୍କରେ ପ୍ରତି ୧୫ ଦିନରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ। ପ୍ରକାଶ ଯେ, ସୁପ୍ରିମକୋର୍ଟ ବିଚାରପତି ଥିବାବେଳେ ନିଜ କାର୍ଯ୍ୟକାଳ ସମୟରେ ଜଷ୍ଟିସ୍‌ ଏମ୍‌.ବି. ଲୋକୁର ନଡ଼ା ପୋଡ଼ି ସମେତ ପ୍ରଦୂଷଣ ସମ୍ପର୍କିତ ପ୍ରସଙ୍ଗରେ ବିଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଆଜି ମେଷ-ମିଥୁନ ସମେତ ୫ ରାଶିର ଭାଗ୍ୟୋଦୟ, ଗ୍ରହ ଚଳନରୁ ଧନ- କ୍ୟାରିୟରରେ ମିଳିବ ବଡ଼ ଖୁସିଖବର

ଆଜି ଶ୍ରାବଣ ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଶୁକ୍ରବାର। ଦୃକ ପଞ୍ଚାଙ୍ଗ ଅନୁସାରେ ପ୍ରତିପଦା ତିଥି ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ରହିବ। ଏହାପରେ…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri