ଭୁବନେଶ୍ୱର ପାଇଁ ଆଗକୁ ବଢ଼ିପାରେ ବିପଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତି ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଦିନକୁ ଦିନ ଭୁବନେଶ୍ୱରରେ ସଂକ୍ରମଣ ମାଡ଼ୁଥିବାବେଳେ ବର୍ତ୍ତମାନର ସ୍ଥିତିରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଲାଣି। ପଜିଟିଭ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ତାହା ଆଗାମୀ ଦିନରେ ବିପଦ ଆଣିପାରେ। ଏ ପରିସ୍ଥିତିରେ ସତର୍କ ନ ରହିଲେ ସହରକୁ ପୁଣିଥରେ ଭୂତାଣୁ ଫେରିବ ବୋଲି ଭୁବନେଶ୍ୱର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ସଚିବ ଅନୁ ଗର୍ଗ କହିଛନ୍ତି। ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗର୍ଗ ଏଭଳି ଚେତାବନୀ ଦେଇ କହିଲେ, ଶୁକ୍ରବାର ମଧ୍ୟାହ୍ନ ଓ ଅପରାହ୍ନରେ ମାର୍କେଟରେ ଭିଡ଼ ବଢିଯାଉଛି। ଲୋକେ ମାସ୍କ ପିନ୍ଧୁନାହାନ୍ତି କି ସାମାଜିକ ଦୂରତ୍ୱ ରଖୁନାହାନ୍ତି। ସଚେତନ, ସତର୍କ ରହିଲେ ହିଁ କରୋନାର ମୁକାବିଲା ସମ୍ଭବପର ହୋଇପାରିବ। ମାସ୍କକୁ ଭଲ ଭାବେ ପିନ୍ଧିବା ସହ ନିୟମିତ ହାତ ଧୋଇବା, ବାହାରକୁ ଗଲେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗର୍ଗ ଭୁବନେଶ୍ୱରବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ, ଭୁବନେଶ୍ୱରରେ କୋଭିଡ୍‌ ମୁକାବିଲା ପାଇଁ ୬୭ଟି ଓ୍ବାର୍ଡରେ ଓ୍ବାର୍ଡ ସଚେତକ କମିଟି ଗଠନ ହୋଇଛି। ଏଥିରେ ୨୫ଜଣ ଲେଖାଏ ସଦସ୍ୟ ରହିଥିବାବେଳେ ସ୍ବେଚ୍ଛାସେବୀ, ବରିଷ୍ଠ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଡାକ୍ତରଙ୍କୁ ସାମିଲ କରାଯାଇଛି। ସେମାନେ ନିଜ ଓ୍ବାର୍ଡରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ। ମୋଟ ୨୦୮୫ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପ୍ରତି କମିଟିକୁ ହେଲ୍‌ଥ କିଟ୍‌ ଏବଂ ଥର୍ମାଲ ସ୍କାନର ଦିଆଯାଇଛି। କମିଟି ସଦସ୍ୟଙ୍କୁ ନେଇ ପ୍ରତି ଓ୍ବାର୍ଡ ପାଇଁ ସ୍ବତନ୍ତ୍ର ହ୍ବାଟସ୍‌ଆପ୍‌ ଗ୍ରୁପ କରାଯାଇଛି। ୫ଟି ଓ୍ବାର୍ଡରେ ଜଣେ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥିପାଇଁ ସମସ୍ତଙ୍କୁ ୩ରୁ ୪ଟି ପର୍ଯ୍ୟାୟରେ ତାଲିମ ଦିଆଯାଇଥିବା ଗର୍ଗ କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ପାଇଁ ଏକ ଟ୍ରାଞ୍ଜିଟ ହୋମ୍‌ କରାଯାଇଛି। ହୋମ୍‌ କ୍ୱାରାଣ୍ଟାଇନକୁ ଅନୁମତି ଦିଆଯାଇଛି। ସମ୍ବେଦନଶୀଳ ବର୍ଗ ବିଶେଷ କରି ବୟସ୍କ, ଗର୍ଭବତୀ, କୋମବିର୍ଡିଟି ବା ଏକାଧିକ ରୋଗ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଘରକୁ ଘର ସର୍ଭେ କରି ରେସିଡେନ୍ସିଆଲ୍‌ ଓ୍ବେଲ୍‌ଫେୟାର କମିଟି, ପୂଜା କମିଟି ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରାଯାଉଛି। ଭୁବନେଶ୍ୱରବାସୀ ସରକାରଙ୍କ ‘ସଚେତକ’ ଆପକୁ ଡାଉନଲୋଡ୍‌ କରନ୍ତୁ। ବର୍ତ୍ତମାନ ସୁଦ୍ଧା ୬୨୦୦ ଲୋକ ଏହି ଆପ୍‌ ଡାଉନଲୋଡ କରି ସମସ୍ତ ସୂଚନା ପାଇପାରୁଛନ୍ତି। ଯେଉଁଠାରେ ବୟସ୍କମାନେ ଏକାକୀ ରହୁଛନ୍ତି, ସେଠାରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ପ୍ରତି ପରିବାର ସହ ଜଣେ ଜଣେ ସଚେତକଙ୍କୁ ସାମିଲ କରାଯାଇଛି। ପଜିଟିଭ୍‌ କେସ୍‌ ଆସିଲେ ୨୪ଘଣ୍ଟା ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂ ହେଉଥିବା ଗର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri