ଭୁବନେଶ୍ୱର ପାଇଁ ଆଗକୁ ବଢ଼ିପାରେ ବିପଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତି ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଦିନକୁ ଦିନ ଭୁବନେଶ୍ୱରରେ ସଂକ୍ରମଣ ମାଡ଼ୁଥିବାବେଳେ ବର୍ତ୍ତମାନର ସ୍ଥିତିରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଲାଣି। ପଜିଟିଭ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ତାହା ଆଗାମୀ ଦିନରେ ବିପଦ ଆଣିପାରେ। ଏ ପରିସ୍ଥିତିରେ ସତର୍କ ନ ରହିଲେ ସହରକୁ ପୁଣିଥରେ ଭୂତାଣୁ ଫେରିବ ବୋଲି ଭୁବନେଶ୍ୱର କୋଭିଡ୍‌ ପର୍ଯ୍ୟବେକ୍ଷକ ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ସଚିବ ଅନୁ ଗର୍ଗ କହିଛନ୍ତି। ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗର୍ଗ ଏଭଳି ଚେତାବନୀ ଦେଇ କହିଲେ, ଶୁକ୍ରବାର ମଧ୍ୟାହ୍ନ ଓ ଅପରାହ୍ନରେ ମାର୍କେଟରେ ଭିଡ଼ ବଢିଯାଉଛି। ଲୋକେ ମାସ୍କ ପିନ୍ଧୁନାହାନ୍ତି କି ସାମାଜିକ ଦୂରତ୍ୱ ରଖୁନାହାନ୍ତି। ସଚେତନ, ସତର୍କ ରହିଲେ ହିଁ କରୋନାର ମୁକାବିଲା ସମ୍ଭବପର ହୋଇପାରିବ। ମାସ୍କକୁ ଭଲ ଭାବେ ପିନ୍ଧିବା ସହ ନିୟମିତ ହାତ ଧୋଇବା, ବାହାରକୁ ଗଲେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗର୍ଗ ଭୁବନେଶ୍ୱରବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ, ଭୁବନେଶ୍ୱରରେ କୋଭିଡ୍‌ ମୁକାବିଲା ପାଇଁ ୬୭ଟି ଓ୍ବାର୍ଡରେ ଓ୍ବାର୍ଡ ସଚେତକ କମିଟି ଗଠନ ହୋଇଛି। ଏଥିରେ ୨୫ଜଣ ଲେଖାଏ ସଦସ୍ୟ ରହିଥିବାବେଳେ ସ୍ବେଚ୍ଛାସେବୀ, ବରିଷ୍ଠ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଡାକ୍ତରଙ୍କୁ ସାମିଲ କରାଯାଇଛି। ସେମାନେ ନିଜ ଓ୍ବାର୍ଡରେ କୋଭିଡ୍‌ ମୁକାବିଲା ପାଇଁ କାମ କରିବେ। ମୋଟ ୨୦୮୫ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପ୍ରତି କମିଟିକୁ ହେଲ୍‌ଥ କିଟ୍‌ ଏବଂ ଥର୍ମାଲ ସ୍କାନର ଦିଆଯାଇଛି। କମିଟି ସଦସ୍ୟଙ୍କୁ ନେଇ ପ୍ରତି ଓ୍ବାର୍ଡ ପାଇଁ ସ୍ବତନ୍ତ୍ର ହ୍ବାଟସ୍‌ଆପ୍‌ ଗ୍ରୁପ କରାଯାଇଛି। ୫ଟି ଓ୍ବାର୍ଡରେ ଜଣେ ଲେଖାଏ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏଥିପାଇଁ ସମସ୍ତଙ୍କୁ ୩ରୁ ୪ଟି ପର୍ଯ୍ୟାୟରେ ତାଲିମ ଦିଆଯାଇଥିବା ଗର୍ଗ କହିଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ପାଇଁ ଏକ ଟ୍ରାଞ୍ଜିଟ ହୋମ୍‌ କରାଯାଇଛି। ହୋମ୍‌ କ୍ୱାରାଣ୍ଟାଇନକୁ ଅନୁମତି ଦିଆଯାଇଛି। ସମ୍ବେଦନଶୀଳ ବର୍ଗ ବିଶେଷ କରି ବୟସ୍କ, ଗର୍ଭବତୀ, କୋମବିର୍ଡିଟି ବା ଏକାଧିକ ରୋଗ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଘରକୁ ଘର ସର୍ଭେ କରି ରେସିଡେନ୍ସିଆଲ୍‌ ଓ୍ବେଲ୍‌ଫେୟାର କମିଟି, ପୂଜା କମିଟି ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରାଯାଉଛି। ଭୁବନେଶ୍ୱରବାସୀ ସରକାରଙ୍କ ‘ସଚେତକ’ ଆପକୁ ଡାଉନଲୋଡ୍‌ କରନ୍ତୁ। ବର୍ତ୍ତମାନ ସୁଦ୍ଧା ୬୨୦୦ ଲୋକ ଏହି ଆପ୍‌ ଡାଉନଲୋଡ କରି ସମସ୍ତ ସୂଚନା ପାଇପାରୁଛନ୍ତି। ଯେଉଁଠାରେ ବୟସ୍କମାନେ ଏକାକୀ ରହୁଛନ୍ତି, ସେଠାରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ପ୍ରତି ପରିବାର ସହ ଜଣେ ଜଣେ ସଚେତକଙ୍କୁ ସାମିଲ କରାଯାଇଛି। ପଜିଟିଭ୍‌ କେସ୍‌ ଆସିଲେ ୨୪ଘଣ୍ଟା ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂ ହେଉଥିବା ଗର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri