ପୁଣି ମାଡ଼ିଆସୁଛି ବିପଦ: ଭାରତରେ ମିଳିବନି ଦୁଇବେଳା ଦୁଇମୁଠା

ଜେନେଭା, ୨୨।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାପଛକୁ ପୁଣି ଏକ ନୂଆ ବିପଦ ପୃଥିବୀ ଉପରେ ମାଡ଼ିଆସିବ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ନୂଆ ବିପଦ ପଙ୍ଗପାଳଙ୍କ ଯୋଗୁ ସୃଷ୍ଟି ହେବ। ଚାଷ ଜମିରେ ପଙ୍ଗପାଳଙ୍କ ଯୋଗୁ ଫସଲ ନଷ୍ଟ ହେବା ଜାରି ରହିଛି। ପଙ୍ଗପାଳ ଫସଲ ଖାଇଯିବାରୁ ଆଗାମୀ ଦିନରେ ଭାରତ,ପାକିସ୍ତାନ ସମେତ ପୂର୍ବ ଆଫ୍ରିକାରେ ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ସୋମାଲିଆରେ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବା କୁହାଯାଉଛି। ଭାରତରେ ଗରିବଙ୍କୁ ଦୁଇବେଳା ଦୁଇମୁଠା ଖାଦ୍ୟ ମଧ୍ୟ ମିଳିବା କଷ୍ଟକର ହେବ ବୋଲି ଡବ୍ଲ୍ୟୁଏମ୍‌ଓ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ ପାକିସ୍ତାନରର ସୀମାବର୍ତ୍ତୀ ଅଞ୍ଚଳରେ ପଙ୍ଗପାଳଙ୍କ ଯୋଗୁ ସଙ୍କଟ ଜନକ ସ୍ଥିତି ଦେଖାଯିବାର ଆଶଙ୍କା ଥିବା ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ପକ୍ଷରୁ ମଧ୍ୟ ଏହି ପ୍ରକାଶିତ ରିପୋର୍ଟକୁ ସମର୍ଥନ କରାଯାଇଛି।

Share