ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା ପ୍ଲସ୍‌ ଚିହ୍ନଟ କରାଯାଇଛି। କରୋନା ଭୂତାଣୁ ଲଗାତାର ମ୍ୟୁଟେଶନ ଦ୍ୱାରା ନିଜର ନୂଆ ନୁଆ ରୂପ ସୃଷ୍ଟି କରୁଥିବାରୁ ଏନେଇ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏବେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌କୁ ଏଓ୍ବାଇ-୧ ଭାବେ ମଧ୍ୟ ନାମିତ କରାଯାଇଛି। ନୂଆ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବାର ଆଶଙ୍କା ରହିଛି। ସେହିପରି ଏହା ତୀବ୍ର ବେଗରେ ମଧ୍ୟ ସଂକ୍ରମଣ କରିବାର ଆଶଙ୍କା ରହିଛି। ତେବେ ଭାରତରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ର କମ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ସିଏସ୍‌ଆଇଆର୍‌ ଆଇଜିଆଇବିର ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଏନେଇ ଅଧିକ ସତର୍କତାର ଆବଶ୍ୟକତା ଥିବା ସେ କହିଛନ୍ତି।

Share