ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ ଦେଖାଦେଇଛି। ଏକ ଭୟଙ୍କର ସୌରଝଡ଼ ପୃଥିବୀ ମୁହାଁ ହୋଇଛି। ଏହା  ପୃଥିବୀରେ ମାଡ଼ ହେବାର ଆଶଙ୍କା ରହିଥିବା ସ୍ପେସ୍‌ ଓ୍ବେଦର ଡଟ୍‌ କମ୍‌ ଓ୍ବେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଘଣ୍ଟା ପ୍ରତି ୧୬ ଲକ୍ଷ ୯ ହଜାର ୩୪୪ କିଲୋମିଟର ବେଗରେ ଏହା ପୃଥିବୀ ମୁହାଁ ହୋଇ ମାଡ଼ି ଆସୁଛି। ସୂର୍ଯ୍ୟରେ ସୃଷ୍ଟି ହୋଇଥିବା ଏହି ଭୟଙ୍କର ଝଡ଼ ଯୋଗୁ ପୃଥିବୀରେ ସାଟେଲାଇଟ୍‌ ସିଗ୍‌ନାଲ୍‌ରେ ବାଧା ସୃଷ୍ଟି ହେବା ସହିତ ବିମାନ ଉଡ଼ାଣ, ରେଡ଼ିଓ ସିଗ୍‌ନାଲ୍‌, ମୋବାଇଲ୍‌ ସିଗ୍‌ନାଲ୍‌, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣିପାଗ ଉପରେ ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଥିବା ମହାକାଶ ବିଜ୍ଞାନୀ ସତର୍କ ସୂଚନା ଜାରି କରିଛନ୍ତି। ଏହା ପୂର୍ବରୁ ୧୮୫୯ ଏବଂ ୧୯୮୯ରେ ଏଭଳି ସୌରଝଡ଼ ଆସିଥିଲା। ୧୯୮୯ରେ ଆସିଥିବା ଝଡ଼ଯୋଗୁ କାନାଡ଼ାର କ୍ୟୁବେକ୍‌ ସହରରେ ୧୨ ଘଣ୍ଟା ଧରି ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

ଅବ୍ୟବସ୍ଥାରେ ସାପ୍ତାହିକ ହାଟ, ପରିବା ପାଇଁ ଯିବାକୁ ନାକ ଟେକୁଛନ୍ତି ଲୋକେ

ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କାଳୀମନ୍ଦିର ନିକଟସ୍ଥ କଲେଜ ରୋଡ୍‌ଠାରେ କିଛି ମାସ ହେବ ଶନିବାର ସାପ୍ତାହିକ ହାଟର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ଉକ୍ତ ସାପ୍ତାହିକ ହାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri