ହୀରାକୁଦ ଡ୍ୟାମ୍‌ ପ୍ରତି ବଢୁଛି ବିପଦ

ସମ୍ବଲପୁର,୧୬ା୯(ବ୍ୟୁରୋ): ଲପୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ପାଖରେ ପହଞ୍ଚତ୍ୟାଇଛି। ରିପୋର୍ଟ ଅନୁସାରେ ୭ଦିନ ଭିତରେ ଡ୍ୟାମ୍‌ରେ ପ୍ରାୟ ୮ଫୁଟ୍‌ ଜଳ ବୃଦ୍ଧି ପାଇଛି। ଗତ ୯ତାରିଖରେ ଜଳସ୍ତର ୬୨୦.୯୫ଫୁଟ୍‌ ରହିଥିଲା। ଏବେ ଏହା ୬୨୮.୭୫ରେ ପହଞ୍ଚତ୍ଛି। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଓ ସେଠାକାର ଡ୍ୟାମ୍‌ଗୁଡିକ ଖୋଲିଦିଆଯାଇଥିବାରୁ ଆଶାଠାରୁ ଅଧିକ ପରିମାଣ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୭ ହଜାର ୯୨୯ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୮୪ ହଜାର ୩୯୬ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ କରିବା ପରିମାଣ ଧୀରେ ଧୀରେ ବୃଦ୍ଧି ପାଉଛି। ହେଲେ ସେହି ତୁଳନାରେ ନିଷ୍କାସନ ପରିମାଣ କମ୍‌ ରହିଛି। ତେଣୁ ହୀରାକୁଦ ଡ୍ୟାମ୍‌ ବିପଦ ମୁହାଁ ହେଉଥିବା ଆଲୋଚନା ହେଉଛି। ଏଥିପାଇଁ ପରିଚାଳନଗତ ତ୍ରୁଟି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ମୌସୁମୀ ବର୍ଷା ଧୋକ୍କା ଦେଇଥିଲା। ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଡ୍ୟାମ୍‌ରେ ଜଳସ୍ତର କମ୍‌ ରହିଥିଲା। ତେଣୁ ଗେଟ୍‌ ଖୋଲାଯାଇ ନ ଥିଲା। ଲଘୁଚାପ ବର୍ଷାରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇଥିଲା। ମଙ୍ଗଳବାର ଗେଟ ଖୋଲାଯାଇଥିଲା। ସେ ସମୟରେ ଜଳସ୍ତର ୬୨୬.୮୩ ଫୁଟ୍‌ ରହିଥିବା ବେଳେ ୨ ଲକ୍ଷ ୧୦ ହଜାର ୩୧୨ କ୍ୟୁସେକ ଜଳ ପ୍ରବେଶ କରୁଥିଲା। କର୍ତ୍ତୃପକ୍ଷ ରୁଲକର୍ଭ ପାଳନ କରି ଡ୍ୟାମ୍‌ରେ ଜଳସ୍ତରକୁ ପରିଚାଳନ କରି ନ ଥିଲେ। ତେଣୁ ଏବେ ଜଳସ୍ତର ସର୍ବାଧିକ ଜଳଧାରଣ କ୍ଷମତା ଅର୍ଥାତ୍‌ ୬୩୦ଫୁଟ୍‌ ପାଖରେ ପହଞ୍ଚତ୍ ଯାଇଛି। ଏହାକୁ ନେଇ ବରଗଡ଼ ଓ ଝାରସୁଗୁଡ଼ା, ସମ୍ବଲପୁର ଜିଲାର ଡ୍ୟାମ୍‌ ଉପାନ୍ତ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ବରଗଡ଼ ଜିଲା ଚିକିଲି ଓ ଆଖପାଖ କେତେକ ଗ୍ରାମରେ ପିଛିଲା ପାଣି ପ୍ରବେଶ କରିଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କୁ ଲୋକେ ଦାୟୀ କରିଛନ୍ତି। ପୂର୍ବରୁ କୃଷି କାର୍ଯ୍ୟକୁ ନେଇ ଜଳଭଣ୍ଡାର ପରିଚାଳନା ହେଉଥିଲା। ହେଲେ ଏବେ କମ୍ପାନୀକୁ ପାଣି ଯୋଗାଇବା ପ୍ରାଥମିକତା ଦିଆଯାଉଛି। ତେଣୁ ପ୍ରତିଦିନ କମ୍ପାନୀ ଯେତେ ପରିମାଣରେ ପାଣି ନେଉଛନ୍ତି ହିସାବ କରି ବର୍ଷତମାମ ଗଚ୍ଛିତ ରଖିବାକୁ ପଡୁଛି। କମ୍ପାନୀ ପାଇଁ ଡ୍ୟାମ୍‌କୁ ବିପଦ ଆଡକୁ ଠେଲି ଦିଆଯାଉଥିବା କୁହାଯାଉଛି।

ଆସନ୍ତା ୧୮ରେ ପୁଣି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଆହୁରି ଚିନ୍ତା ବଢାଇ ଦେଇଛି। ଯଦି ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଏ ତା’ହେଲେ ସମ୍ବଲପୁର ସହରବାସୀ ଓ ମହାନଦୀ ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ପ୍ରତି ବିପଦ ରହିଛି। ଏହି ସମ୍ପର୍କରେ ଡ୍ୟାମ୍‌ ମୁଖ୍ୟ ନିର୍ବାହୀଯନ୍ତ୍ରୀ ଆନନ୍ଦଚନ୍ଦ୍ର ସାହୁ କହିଛନ୍ତି, ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ। ଉପରମୁଣ୍ଡରେ ଜଳ ପ୍ରବେଶ କରୁଛି। ଏପଟେ ଜଳ ନିଷ୍କାସନ କରାଯାଉଛି । ପ୍ରବେଶ ପରିମାଣ ବୃଦ୍ଧି ହେଲେ ନିଷ୍କାସନ ମଧ୍ୟ ଅଧିକ କରାଯିବ। କୌଣସି ସମସ୍ୟା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri