ବିପଦ ସଂକେତ ଟପିଲା ଜଳକା: ବନ୍ୟା ଆଶଙ୍କାରେ ଭୟଭୀତ ନଦୀକୂଳିଆବାସୀ

ରୂପସା, ୩୦।୭(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଚଳିତ ବର୍ଷ ପ୍ରଥମ ଥର ପାଇଁ ବୃଦ୍ଧି ପାଇଛି l ମଙ୍ଗଳବାର ମଥାନୀଠାରେ ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି l ଏଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୬ମିଟରରେ ପହଞ୍ଚିଥିଲା। ଦିନ ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୦ ମିଟରରେ ପହଞ୍ଚିଛି l ଫଳରେ ବନ୍ୟା ଆଶଙ୍କା ଥିବାରୁ ନଦୀ କୁଳିଆବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ୩ ଦିନ ଧରି ଜଳକା ନଦୀର ଉପରମୁଣ୍ଡ ରାସଗୋବିନ୍ଦପୁର,ଶୁଳିଆପଦା,ମୋରଡା,ତିତ୍ରଡା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି l ଗତକାଲି ରାସଗୋବିନ୍ଦପୁର ଅଞ୍ଚଳରେ ୧୨୮ ମିମି ଓ ମୋରଡା ଅଞ୍ଚଳରେ ୫୩.୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି l ଫଳରେ ରାତି ଗୋଟାଏ ସମୟରେ ଜଳକାର ଜଳସ୍ତର ବିପଦ ସଂକେତ ଟପି ୫.୬୦ ମିଟରରେ ପ୍ରବାହିତ ହୋଇଥିଲା l ବସ୍ତା ଅଞ୍ଚଳରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି l ଯାହା ଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି l ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି l ଏବେ ଜୋରସୋର ଚାଷ କାମ ଚାଲିଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି l ଏ ବର୍ଷ ବସ୍ତା ଓ ସଦର ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀ ବିଳମ୍ବିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ l ବିଳମ୍ବରେ ଚାଷୀ ଏବେ ମଧ୍ୟ ତଳି ପକାଇଛନ୍ତି l ଜଳସେଚ ପଏଣ୍ଟର ସୁବିଧା ଥିବା ଜମିରେ ରୁଆ କାର୍ଯ୍ୟ ସରିଛି। ଯଦି ବନ୍ୟା ହୁଏ ତାହାହେଲେ ତଳି ନଷ୍ଟ ହେବା ସହିତ ଏବେ ଏବେ ବିଭିନ୍ନ ଜଳଉତ୍ସରୁ ପାଣି ନେଇ ରୁଆ ଯାଇଥିବା ତଳି ପଚି ନଷ୍ଟ ହେବାର ଆଶଙ୍କା ଥିବାରୁ ଚାଷୀକୂଳ ଚିନ୍ତାରେ ରହିଛନ୍ତି l ଯଦି ବନ୍ୟା ହୁଏ ତାହାହେଲେ ବସ୍ତା ବ୍ଲକର ୮ ଟି ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି।

କାରାକାସ୍‌,୨୯ା୭ ଭେନେଜୁଏଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ଶାସକ ଓ ବିରୋଧୀ ଉଭୟ ବିଜୟୀ ହୋଇଥିବା ଦାବି କରିଛନ୍ତି। ସରକାରୀ ଭାବେ ଘୋଷିତ ଫଳାଫଳ ଉପରେ ଆମେରିକା ସମେତ ବିଦେଶୀ ରାଷ୍ଟ୍ରଗୁଡ଼ିକ ସନ୍ଦେହ ବ୍ୟକ୍ତ କରିଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଏଡମୁଣ୍ଡୋ ଗୋଞ୍ଜାଲେଜ୍‌ ସୋମବାର ନିଜକୁ ବିଜୟୀ ଦାବି କରିବା ଫଳରେ ନିର୍ବାଚନ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ୫୧% ଭୋଟ ସହ ମାଦୁରୋ ତୃତୀୟ ପାଳି ପାଇଁ ବିଜୟୀ ହୋଇଥିବା ନିର୍ବାଚନ କର୍ତ୍ତୃପକ୍ଷ ରବିବାର ମଧ୍ୟରାତ୍ରରେ ଘୋଷଣା କରିଥିଲେ। ତେବେ ନିରପେକ୍ଷ ଏକ୍‌ଜିଟ୍‌ ପୋଲ୍‌ ଗୋଞ୍ଜାଲେଜ୍‌ଙ୍କ ସପକ୍ଷରେ ମତ ଦେଇଛି। ଗୋଞ୍ଜାଲେଜ୍‌ଙ୍କୁ ୭୦ ପ୍ରତିଶତ ଭୋଟ ମିଳିଥିବା ବିରୋଧୀ ନେତା ମାରିଆ କୋରିନା ମାଚାଡୋ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri