ଡଙ୍ଗରିଆ କନ୍ଧଙ୍କ ନିୟମରାଜା ପର୍ବ ସମ୍ପନ୍ନ, ନିୟମଗିରି ପାହାଡ଼ ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ରଶପଥ

ଲାଞ୍ଜିଗଡ, ୨୩/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଓ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୀମାନ୍ତରେ ଥିବା ଡଙ୍ଗରିଆ କନ୍ଧମାନଙ୍କ ଦ୍ବାରା ନିୟମରାଜା ପର୍ବ ପାଳନ ରବିବାର ସମ୍ପନ୍ନ ହୋଇଯାଇଛି। ନିୟମରାଜାଙ୍କ ନିୟମଗିରି ପାହାଡ଼ ଶିଖରରେ ଥିବା ଧଙ୍ଗଡ଼Iବସା ଠାରେ ଦୀର୍ଘ ବର୍ଷ ଧରି ପୂଜା କରି ଆସୁଛନ୍ତି ଡଙ୍ଗରିଆ କନ୍ଧ। ଏଥିରେ ଜିଲ୍ଲା ଏବଂ ରାଜ୍ୟ ବାହାରୁ ହଜାର ହଜାର ମହିଳା ଓ ପୁରୁଷଙ୍କ ସମାଗମ ଦେଖିବାକୁ ମିଳିଥିଲା l ଏହି ପର୍ବ ପ୍ରତିବର୍ଷ ମାଘ ମାସରେ ହୋଇଥାଏ। ଜଳ, ଜମି, ଜଙ୍ଗଲ, ଭାଷା, ସଂସ୍କୃତି, ଜୀବନ ଜୀବିକା ଓ ପ୍ରାକୃତିକ ପରିବେଶ ସୁରକ୍ଷା ନିମନ୍ତେ ନିୟମ ରାଜାଙ୍କୁ ଆରାଧନା କରି ଆସୁଛନ୍ତି। ଏହି ଦୁଇ ଜିଲାର ଲୋକଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସଙ୍ଗଠନ, ସମାଜସେବୀ ଏହି ପର୍ବ ଦେଖିବା ପାଇଁ ପ୍ରବଳ ଭିଡ ଜମାଇଥା’ନ୍ତି।

ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହା ମୁଖ୍ୟ ପର୍ବ ବୋଲି ସମସ୍ତଙ୍କୁ ନିମନ୍ତ୍ରଣ କରିଥା’ନ୍ତି। ପରମ୍ପରା କ୍ରମେ ଏହି ପର୍ବକୁ ପ୍ରତି ବର୍ଷ ଫେବୃୟାରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଡଙ୍ଗରିଆମାନେ ନିୟମଗିରି ପରବ ବା ନିୟମରାଜା ପରବ ବୋଲି ଡଙ୍ଗରିଆ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନାଚ ଗୀତର ଆସର ଜମାଇ ପୂଜା ଆଡ଼ମ୍ବରରେ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ନିୟମଗିରି ଅଞ୍ଚଳସ୍ଥିତ ୧୧୨ରୁ ଉର୍ଦ୍ଧ ଗ୍ରାମର ଝରଣିଆ ଓ ଡ଼ଙ୍ଗରିଆ ଆଦିବାସୀ ସମେତ ବିଭିନ୍ନ ସଙ୍ଗଠନ ଏହି ପର୍ବରେ ସମବେଶ ହୋଇ ରକ୍ତ ଚାଉଳ ଧରି ମରିବୁ ପଛେ ଛାଡ଼ିବୁ ନାହିଁ ନିୟମଗିରି ପାହାଡକୁ ସୁରକ୍ଷା ଦେବା ଆମ ଦାୟିତ୍ୱ କୌଣସି ପ୍ରକାରେ ଧ୍ୱଂସ ହେବାକୁ ଦିଆଯିବ ନାହିଁ ବୋଲି ବଜ୍ରଶପଥ ନେଇଥିଲେ ଆଦିବାସୀ ମାନେ l

ସ୍ଥାନୀୟ ଆଦିବାସୀଙ୍କ ମତାମତକୁ ଉପେକ୍ଷା କରି ପରିବେଶକୁ ବିପର୍ଯ୍ୟସ୍ତ ମୁହଁକୁ ଠେଲିଦେଇ ସରକାର ଏହାକୁ ବହୁରାଷ୍ଟ୍ରୀୟ କମ୍ପାନୀ ହାତକୁ ଟେକି ଦେଇଛନ୍ତି ତେବେ ଏଠାରେ ଖଣି ଖୋଳାଗଲେ ଶହଶହ ଆଦିବାସୀ ଡ଼ଙ୍ଗରିଆଙ୍କ ଜୀବନ ଜୀବିକା ବିପନ୍ନ ହୋଇ ପଡିବ ତେଣୁ ସମସ୍ତେ ଏକଜୁଟ ହୋଇ ଆନ୍ଦୋଳନକୁ ଓଲ୍ଲାଇବାକୁ ପଡିବ ନଚେତ ଆମ ଜଳ,ଜମି,ଜଙ୍ଗଲକୁ ସରକାର ବହୁରାଷ୍ଟୀୟ କମ୍ପାନୀ ହାତରେ ଟେକିଦେବ ବୋଲି ଉପସ୍ଥିତ ଆନ୍ଦୋଳନକାରି ମାନେ ଏହି ପର୍ବ ଅବସରରେ ଆହ୍ବାନ ଦେଇ ଯେ କୌଣସି ମୂଲ୍ୟରେ ନିୟମଗିରୀକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ ବୋଲି ମତପ୍ରକାଶ କରିଛନ୍ତି l ଉକ୍ତ ପର୍ବରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୂଷାରେ ସଜ୍ଜିତ ହୋଇ ସେମାନେ ସକାଳୁ ପୋଢବଳି ସମେତ ବୋଦା, ପାରା, କୁକୁଡ଼ା ବଳି ଦେଇ ଦେବତାଙ୍କୁ ଆବାହନ କରିଥିଲେ ଓ ଏଥିପୂର୍ବରୁ ଶୁଭଖମ୍ବ ପାଖରେ ବାଉଁଶ ପାତିଆ କୂଲାରେ ମନ୍ତୁରା ଚାଉଳରେ ବନ୍ଦାପନା କରିବାପରେ ଆଦିବାସୀ ତଥା ଡ଼ଙ୍ଗରିଆ ଓ ଝରଣିଆ କନ୍ଧ ଯୁବକମାନେ ଟାଙ୍ଗୀ ଟାଙ୍ଗିଆ ଧରି ନୃତ୍ୟ କରିବା ସହିତ ପୋଢ଼, ବୋଦା ଓ କୁକୁଡ଼ା ବଳି ଦେଇଥିଲେ। ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଦଧି ପୁଷିକା, କୃଷ୍ଣ ସିକକା, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଟଙ୍କଧର ଧାରୁଆ,ଖଣ୍ଡୁଆଲ ମାଳି ସୁରକ୍ଷା ସମିତି ସଭାପତି ବ୍ରିଟିଶ କୁମାର, ଦାସରୁ କାଡ୍ରାକା, ଲେଲିନ କୂମାର, ଭୂବନେଶ୍ବର ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନର ନରେନ୍ଦ୍ର ମହାନ୍ତି, ସିପିଆଇ ସଂଜୟ ସୁନାମୀ, ଥୁଆମୂଳ ରାମପୁରରୁ ବିରବଜରଙ୍ଗ ଚାରୁ ମୁଜୁମଦାର ନାଏକ ପ୍ରମୁଖ ନେତୃତ୍ୱ ନେଇଁଥିବା ବେଳେ ସଂଗ୍ରାମୀ ନେତା ସମସ୍ତ କର୍ମକର୍ତ୍ତା ସମେତ ବହୁ ଡଙ୍ଗରିଆ ଯୁବକ ଯୁବତୀଙ୍କ ସହ କଳାହାଣ୍ଡି ଜିଲା ସୁରକ୍ଷା ସମିତିର ସଦସ୍ୟ, କର୍ମୀ, ସାଧାରଣ ଲୋକ ବହୁସଂଖ୍ୟାରେ ଏହି ଉତ୍ସବରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri