ନୃତ୍ୟ ଦେଇଛି ପରିଚୟ

ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ମାଆ ସୌମ୍ୟାସ୍ମିତା ଏବଂ ବାପା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ଝିଅ ସ୍ବସ୍ତିଦୀପା। ନୃତ୍ୟ ତାଙ୍କର ନିଶା ହେଲେ ମଧ୍ୟ ଭବିଷ୍ୟତର ଲକ୍ଷ୍ୟ ପ୍ରଶାସନିକ ସେବାରେ ଯୋଗ ଦେବା। ଯେଉଁଥିପାଇଁ ନିଜ ରୁଚି ସହ ପାଠପଢ଼ାକୁ ମଧ୍ୟ ସେ ସମାନ ଭାବେ ଗୁରୁତ୍ୱଦିଅନ୍ତି। ବର୍ତ୍ତମାନ ସେ ଭୁବନେଶ୍ୱର ୟୁନିଟ୍‌-୮ ସ୍ଥିତ ଡିଏଭି ସ୍କୁଲ୍‌ରୁ ଦଶମ ଶ୍ରେଣୀ ପଢ଼ା ସମାପ୍ତ କରିଛନ୍ତି। ମାତ୍ର ତିନି ବର୍ଷ ବୟସରୁ ଦେଖାଦେଇଥିଲା ତାଙ୍କର ନୃତ୍ୟ ପ୍ରତି ଆଗ୍ରହ। ଏହା ଦେଖି ମା’ବାପା ତାଙ୍କୁ ପ୍ରୋତ୍ସାହିତ କରିଥିଲେ। ଓଡ଼ିଶା ଡ୍ୟାନ୍ସ ଏକାଡେମୀରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ପରେ ଗୁରୁ ଶ୍ରୀଗୌତମ ଭଟ୍ଟାଚାର୍ଯ୍ୟଙ୍କଠାରୁ ସେମି କ୍ଲାସିକାଲ ନୃତ୍ୟ ଶିକ୍ଷା ଗ୍ରହଣ କଲେ। ବର୍ତ୍ତମାନ ସୁଦ୍ଧା ସେ ଅଭିନ୍ନ କଳାକ୍ଷେତ୍ର, ସାଇ କଳା ସଂସଦ, ପିକକ୍‌ ସଂସ୍କୃତି ସମ୍ମାନ ଏବଂ ଆହୁରି ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି। ୨୦୧୯ ମସିହାରେ ଓଡ଼ିଶୀ ନୃତ୍ୟରେ ଜାତୀୟ ମେଧାବୃତ୍ତି ମଧ୍ୟ ପାଇଛନ୍ତି। ୨୦୧୮ ମସିହାରେ ସେ ଜାତୀୟ ସ୍ତରୀୟ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଅଂଶ ଗ୍ରହଣ କରି ଶ୍ରେଷ୍ଠ ୧୬ଜଣଙ୍କ ମଧ୍ୟରେ ରହିଥିଲେ। ହେଲେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ବାଧ୍ୟ ହୋଇ ଓହରି ଯିବାକୁ ପଡ଼ିଥିଲା। ଏସବୁ ବ୍ୟତୀତ ଧଉଳି ମହୋତ୍ସବ, ଓଡ଼ିଶା ସ୍କିଲ୍‌ ଡେଭଲ୍‌ପମେଣ୍ଟ, ବିଜୁ କାଳିଆ ଯୋଜନା, ମା’ ଭବାନୀ ଚାରିଟେବ୍‌ଲ ଟ୍ରଷ୍ଟ, କଳିଙ୍ଗ ଚାରିଟେବ୍‌ଲ ଟ୍ରଷ୍ଟ, ନିର୍ମଳାକୃତି ବିକାଶ ଟ୍ରଷ୍ଟ ଆଦି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ଅଭିନୟ ଓ ନୃତ୍ୟ ପାଇଁ ଅନେକବାର ପୁରସ୍କୃତ ହୋଇଛନ୍ତି। ଏହାଛଡ଼ା ସେ ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ‘ମାଆ’, ‘ସିନ୍ଦୂର’ରେ ଅଭିନୟ କରି ନିଜର ଅଭିନୟ କଳାରେ ପାରଦର୍ଶିତା ଦେଖାଇ ସାରିଛନ୍ତି। ନୃତ୍ୟ ବ୍ୟତୀତ ବକ୍ତୃତା ଏବଂ ଅଭିନୟରେ ମଧ୍ୟ ସେ ପାରଦର୍ଶିତା ଦେଖାଇ ସଭିଙ୍କ ମନ ଜିଣି ପାରିଛନ୍ତି। ତେବେ ନିଜ ସମସ୍ତ ସଫଳତାର ଶ୍ରେୟ ଅଭିଭାବକଙ୍କ ସହ ଗୁରୁଙ୍କୁ ଦିଅନ୍ତି ସ୍ବସ୍ତିଦୀପା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri