ସପ୍‌ନାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଭାଉଜ

ବମ୍ବେ: ଅଡ଼ୁଆରେ ହରିୟାଣାର ଲୋକପ୍ରିୟ ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ। ତାଙ୍କ ସହ ଭାଇ କର୍ଣ୍ଣ ଏବଂ ମା’ ନୀଲମ୍‌ଙ୍କ ବିରୋଧରେ ଭାଉଜ ପାଲଓ୍ବାଲ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଭାଉଜଙ୍କ ଅଭିଯୋଗ ପରେ ଯୌତୁକ ନିର୍ଯାତନା ସମେତ ଅନେକ ଗୁରୁତର ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ସପ୍‌ନା ବିବାଦ ଘେରକୁ ଆସିଛନ୍ତି।

ପାଲଓ୍ବାଲର ବାସିନ୍ଦା ସପ୍‌ନାଙ୍କ ଭାଉଜ ମହିଳା ଥାନାରେ ଅଭିଯୋଗ କରିଛନ୍ତି ଯେ, ୨୦୨୮ରେ ସେ ଦିଲ୍ଲୀର ନଜାଫଗଡ଼ର ବାସିନ୍ଦା ତଥା ସପନାଙ୍କ ଭାଇ କର୍ଣ୍ଣଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ତାଙ୍କୁ ଯୌତୁକ ଲାଗି ହଇରାଣ କରାଯାଉଥିଲା। ତାଙ୍କୁ ମାରପିଟ୍‌ କରାଯାଉଥିଲା। ହେଲେ ଝିଅ ହେବା ପରେ ତାଙ୍କୁ ପୂଜା କରିବାୁ ସମୟରେ କ୍ରେଟା ଗାଡ଼ି ଆଣିବାକୁ କୁହାଯାଇଥିଲା। ଏହାଶୁଣି ତାଙ୍କ ବାପା ନଗଦ ୩ ଲକ୍ଷ ଟଙ୍କା, ସୁନା, ରୂପା ଏବଂ ପୋଷାକ ଦେଇଥିଲେ। ଏହାସତ୍ତ୍ୱେ ତାଙ୍କ ଶାଶୁଘର ଲୋକଙ୍କ ଲାଳସା କମି ନ ଥିଲା। ସେ ପୁଣିଥରେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ୨୦୨୦ ମେ ୨୬ରେ ତାଙ୍କ ସ୍ବାମୀ ମଦ ନିଶାରେ ତାଙ୍କ ସହ ମାରପିଟ୍‌ ଏବଂ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଛଅ ମାସ ପୂର୍ବେ ସେ ବାପଘର ଚାଲିଆସିଛନ୍ତି। ଏବେ ସେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି।

ତେବେ ସପ୍‌ନାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ନେଇ ଯାଞ୍ଚ କରାଯାଉଛି। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥିବା ପୋଲିସ କହିଛି।

Share