ବର୍ଷାରେ ଦବିଲା ଘାଇ ମରାମତି ସ୍ଥଳ

ରସୁଲପୁର,୨୦ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତରଠାରେ ମୂଳ ଖରସ୍ରୋତା ନଦୀବନ୍ଧର ତଳମୁଣ୍ଡରେ ସ୍ଲୁଇସ୍‌ ଗେଟ୍‌ ନିକଟରେ ଏକ ବଡ ଫାଟ ସୃଷ୍ଟି ହୋଇଛି ା ଏହି ଫାଟ ଯୋଗୁ ସ୍ଲୁଇସ୍‌ ଗେଟ ପ୍ରତି ବିପଦ ସୃଷ୍ଟି କରୁଛି ା ନଦୀରେ ବନ୍ୟା ଆସିବା ପୂର୍ବରୁ ଦୁର୍ବଳ ସ୍ଥାନକୁ ସୁଦୃଢୀକରଣ କରିବା ପାଇଁ ନଦୀକୂଳବାସୀ ଦାବି କରୁଛନ୍ତି। ହେଲେ ସେଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି।
ନଦୀରେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ସ୍ଲୁଇସ୍‌ ଗେଟ ନିର୍ମାଣ କରାଯାଇଛି ା ରକ୍ଷଣାବେକ୍ଷଣ ଅଭାବରୁ ସ୍ଲୁଇସ୍‌ ଗେଟ୍‌ର ଫାଟ ସୃଷ୍ଟି ହୋଇଛି ା ଏହାଛଡା ୨୯ ଅଗଷ୍ଟ,୨୦୨୦ରେ ଖରସ୍ରୋତାରେ ବନ୍ୟା ଆସିବାରୁ ଏହି ସ୍ଥାନରେ ୩୦୦ଫୁଟ୍‌ର ଘାଇ ସୃଷ୍ଟି ହୋଇଥିଲା ା ଏହି ଘାଇ ଯୋଗୁ ସେତେବେଳେ ରସୁଲପୁର, ଭୋଟକା, ଗନ୍ଧଣ ଆଦି ପଞ୍ଚାୟତର ୧୫ରୁ ଊର୍ଦ୍ଧ୍ୱ ଗାଁ ପ୍ରଭାବିତ ହୋଇଥିଲା ା ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇ ଫସଲ ପ୍ରଭାବିତ ହୋଇଥିଲା ା ବନ୍ୟା ଛାଡି ଯିବା ପରେ ବିଭାଗ ପକ୍ଷରୁ ଘାଇକୁ ମରାମତି କରାଯାଇ ବନ୍ଧକୁ ସୁଦୃଢୀକରଣ କରାଯାଇଥିଲା ା ଏହାରି ଭିତରେ ୨ବର୍ଷ ବିତି ସାରିଛି ା ନଦୀରେ ବନ୍ୟା ଆସିନାହିଁ ା ଏଥର ବର୍ଷାଋତୁ ଆରମ୍ଭରେ ଏହି ସ୍ଥାନରେ ଫାଟ ସୃଷ୍ଟି ହେବାକୁ ନେଇ ନଦୀକୂଳିଆ ଆତଙ୍କିତ ହୋଇପଡିଛନ୍ତି ା ନଦୀରେ ବନ୍ୟା ଆସିଲେ ଏହି ଦୁର୍ବଳ ସ୍ଥାନରେ ପୁଣିଥରେ ଘାଇ ସୃଷ୍ଟି ହେବାର ସମ୍ଭାବନା ବଢି ଯାଇଛି ା ଏଥିସହ ସ୍ଲୁଇସ୍‌ ଗେଟ୍‌ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ତେବେ ନିମ୍ନମାନର କାର୍ଯ୍ୟ ହୋଇଥିଲା ବୋଲି ବନ୍ଧରେ ଫାଟ ସୃଷ୍ଟି ହୋଇଛି ବୋଲି ଲୋକେ କହୁଛନ୍ତି ା ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଜାଣିବା ପରେ ସେହି ସ୍ଥାନରେ କ୍ରସର ଗୁଣ୍ଡ ପକାଇ ଦୋଷ ଘୋଡାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ା ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବାସ ସାହୁଙ୍କୁ ପଚାରିବାରୁ ପଥର ପାର୍କିଂ ବେଳେ ରହିଥିବା ଫାଙ୍କରୁ ମାଟି ଧୋଇ ଯିବା ଫଳରେ ଏଭଳି ହୋଇଛି ା ତେବେ ଏହାକୁ ମରାମତି କରିବା ପାଇଁ ବ୍ୟବସ୍ଥା କରାଯାଉଛି ା ଫାଟ ସ୍ଥାନରେ ଏବେ କ୍ରସର ଗୁଣ୍ଡ ପକାଯାଇ ବନ୍ଧର ସ୍ଥିତିକୁ ମଜୁଭୁତ୍‌ କରାଯାଇଛି ା ପରେ ସୁଦୃଢୀକରଣ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri