ବିକାଶରେ ବାଧକ ଶୋଚନୀୟ ରାସ୍ତା

ଯାଜପୁର ଅଫିସ,୨୦।୨: ଯାଜପୁର ଜିଲା ଗଠନ ହେବାର ୩୦ ବର୍ଷ ପରେ ବି ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ହୋଇ ପାରିନାହିଁ। ସବୁଦିନିଆ ରାସ୍ତା ସୁଦୃଢ଼ ନ ଥିଲେ ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ବାଣିଜ୍ୟ ଆଦି କ୍ଷେତ୍ରରେ ବିକାଶ ସମ୍ଭବ ନୁହେଁ। ଏହି କଥା ଖୋଦ୍‌ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ଯାଜପୁର ଜିଲା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀ ଅଧୀନରେ ୩୭ଟି ଗ୍ରାମ୍ୟ ଉନ୍ନୟନ ରାସ୍ତା ଜରାଜୀର୍ଣ୍ଣ ଓ ଶୋଚନୀୟ ହୋଇ ପଡିଛି। ତେଣୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ସ୍ବତନ୍ତ୍ର ମରାମତି ଅନୁଦାନ(ସ୍ପେଶାଲ ରିପାୟର ଗ୍ରାଣ୍ଟ)ରେ ମରାମତି କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ସେ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହାକୁ ଭିତ୍ତିକରି ବିଭାଗ ପକ୍ଷରୁ ଯାଜପୁର ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ କରି ୭ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କହିବା ବାହୁଲ୍ୟ ଯେ, ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଏକ ଉଦାହରଣ ହୋଇଥିବାବେଳେ ଜିଲାର ଶତାଧିକ ରାସ୍ତା ଗମନାଗମନ ଅନୁପଯୋଗୀ ହୋଇପଡ଼ିଛି। ଦୁର୍ବଳ ନେତୃତ୍ୱ ତଥା ଠିକାଦାରି ରାଜନୀତି ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ରାଜନୈତିକ କର୍ମୀଙ୍କୁ ପୋଷିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗର ଅର୍ଥକୁ ମାଧ୍ୟମ କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିବର୍ଷ ରାସ୍ତା ମରାମତି ନାମରେ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟବରାଦ ହେଉଛି। ହେଲେ ତାହାର ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ ରାସ୍ତା ଅବସ୍ଥାରେ ଉନ୍ନତି ଆସିପାରୁନାହିଁ। ଦୀର୍ଘବର୍ଷ ଧରି ଜିଲାର ତିନି ପ୍ରମୁଖ ଦଳର ବରିଷ୍ଠ ନେତାମାନେ ସରକାରଙ୍କ ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି। ହେଲେ ସେମାନଙ୍କ ଆନ୍ତରିକତା ଅଭାବ ଜିଲାର ବିକାଶରେ ଅନ୍ତରାୟ ସାଜିଥିବା ମତପ୍ରକାଶ ପାଉଛି।
ମନ୍ତ୍ରୀ ମଲ୍ଲିକଙ୍କ ପତ୍ର ଅନୁଯାୟୀ ବିଞ୍ଝାରପୁର ନିର୍ବାଚନମଣ୍ଡଳୀର କାଟିଆ-କାଳୀପଡ଼ିଆ, ରାଧାମୋହନ-ମନ୍ଦାରଖଣ୍ଡ, ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ ଯୋଗୀମଠ, ପାରେଶ୍ୱରପୁରଠାରୁ କୋଟପୁର, ସିଂହପୁର ହାଇସ୍କୁଲଠାରୁ ଟିଣା, ମହାଦେବ ଛନ୍ଦାଠାରୁ ହରିଜନ ସାହି, ବିଞ୍ଝାରପୁର ଉଠାଜଳସେନ କେନ୍ଦ୍ରଠାରୁ ଖରସ୍ରୋତା ନଦୀବନ୍ଧ, ବରୀ-ବିଞ୍ଝାରପୁର, କଲ୍ୟାଣପୁର-ସାମଲପୁର, ନାରିଗାଁଠାରୁ ଜୁଣ୍ଡୁପୁର, ଉତ୍ତଙ୍ଗରା-ଚିକଣା-ରଘୁନାଥପୁର, ଆଉଁରି ହାଇସ୍କୁଲଠାରୁ ମାଟିଆକଣ ଭାୟା ଆଉଁରୀ, କପିଳାଠାରୁ ବରପଦା-ଚିଲାପଡିଆ ଭାୟା ନାଗପୁର, ଗ୍ରାମନନ୍ଦିପୁର ପଞ୍ଚାୟତ ଅଫିସଠାରୁ ବିତନା, ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ କୁଜି ବଡ଼ପାଲ ଓ ଲେଙ୍କା ସାହି ଭାୟା ଅରେଇ, ବରେଇ/ନୂଆବିଲଠାରୁ ମଣିପାଟଣା ଭାୟା ଶ୍ରୀମା ହାଇସ୍କୁଲ, ସାନକୁଆଁଲଠାରୁ ଖାନନଗର ଭାୟା କୋଟପୁର ଓ ନୂଆପାଟଣା, ଜୁଣ୍ଡୁପୁରଠାରୁ ଗରବନ୍ଧ, ଚଣ୍ଡିଗୋଳ ଛକଠାରୁ ମନ୍ଦାରଖଣ୍ଡ ଭାୟା ଗଙ୍ଗାଧରପୁର, ଷଡ଼ଙ୍ଗୀସାହି ଓ ବାଇଟାଙ୍ଗି, ମନ୍ଦାରଖଣ୍ଡ ଛକଠାରୁ ବାବଲପୁର, ଭଅଁରା ଶାସନ ରାସ୍ତା, ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ ମାଧପୁର, ବରିକୁଳଠାରୁ ଶ୍ରୀଧରପୁର, ଏମ୍‌ଡିଆର୍‌-୧୩ଠାରୁ ପ୍ରୀତିପୁର-ବରକୋଟି, ପ୍ରୀତିପୁର-ଡିହକୁଳାଠାରୁ ଉତ୍ତରକୁଳ, ଫଳପୁରଠାରୁ ହଳଦିଡ଼ିହ, ନନ୍ଦିପୁର ପ୍ରୀତିପୁରଠାରୁ ଝିଙ୍କିରି, ବିଞ୍ଝାରପୁର ଆର୍‌ ଆଣ୍ଡ୍‌ ବି ରାସ୍ତାଠାରୁ କଏଣା ରାସ୍ତା, ଡିହକୁଳଠାରୁ ଛୋଟାଗଡ଼ି, ଶାସନପଡ଼ାଠାରୁ ବାସୁଦେବପୁର, ପ୍ରୀତିପୁର ଦୁର୍ଗାପଡ଼ିଆଠାରୁ କୁଆଁରପୁର, ରାହାସୋଇଠାରୁ ସାଉଣ୍ଡି, କମାରଡ଼ିହଠାରୁ ଦରଭା, ଗୋବିନ୍ଦପୁରଠାରୁ ନାଥସାହି, ଟାଉଁତରାଠାରୁ ବଣିଆପାଳ ଭାୟା ଇଞ୍ଜନପୁର, ଦେହୁଡିସାହିଠାରୁ ଦିୱାନୀପାଟଣା, ଆର୍‌ଡି ରାସ୍ତାଠାରୁ କରାଣ୍ଡିପୁର ଏବଂ ପିଡବ୍ଲ୍ୟୁଡି ରାସ୍ତାଠାରୁ ବୋତଲଟାଙ୍ଗ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେବେ ଉପରୋକ୍ତ ଅଧିକାଂଶ ରାସ୍ତା ନିର୍ମାଣ ସରି ଯାଇଥିବାବେଳେ କେତେକ ରାସ୍ତା ଠିକ ଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷେ ଉକ୍ତ ତାଲିକା ବାଦ ଏକାଧିକ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି, ହେଲେ ସେଥିପ୍ରତି କାହାରି ନିଘା ନାହିଁ ବୋଲି ମତପ୍ରକାଶ ପାଇଛି। ଏଭଳି ପାତରଅନ୍ତର ନୀତି ଜିଲାର ସାମୂହିକ ବିକାଶରେ ଅନ୍ତରାୟ ସାଜିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri