Categories: ଜାତୀୟ

ଚୋର ସନ୍ଦେହରେ ଦଳିତ ନାବାଳିକାଙ୍କୁ ନିର୍ଯାତନା

ଲକ୍ଷ୍ନୌ,୨୯।୧୨: କିଛି ବ୍ୟକ୍ତି ନିର୍ଦୟ ଭାବେ ଦଳିତ ନାବାଳିକାଙ୍କୁ ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଉତ୍ତରପ୍ରଦେଶର ଆମେଠି ଅଞ୍ଚଳର ଜଣାପଡ଼ିବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଭିଡିଓରେ ଦୁଇ ଜଣ ବ୍ୟକ୍ତି ନାବାଳିକାଙ୍କୁ ଚଟାଣରେ ମାଡ଼ି ବସିଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ପାଦକୁ ବାଡ଼ିରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ଚୋରି ଅଭିଯୋଗରେ ନାବାଳିକାଙ୍କୁ ଭିଡିଓରେ ୩ ଜଣ ମହିଳା ପଚରାଉଚରା କରୁଛନ୍ତି। ଯନ୍ତ୍ରଣାରେ ପୀଡ଼ିତା ଚିତ୍କାର କରୁଥିଲେ ମଧ୍ୟ ତାଙ୍କୁ ମାଡ଼ ଦେବା ବନ୍ଦ କରି ନ ଥିଲେ ପରିବାର ଲୋକେ। ନାବାଳିକାଙ୍କୁ ଚୁଟି ଧରି ଘୋଷାରି ମାଡ଼ ଦେଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ସରକାର ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମ୍ରିତି ଇରାନୀ ଘଟଣାକୁ ନିନ୍ଦା କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆମେଠି ପୋଲିସ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଥିବା ବିବୃତିରେ ସର୍କଲ ଅଫିସର ଅର୍ପିତ କପୁର କହିଛନ୍ତି, ପୋକ୍‌ସୋ ଆଇନ ଏବଂ ଏସ୍‌ସି/ଏସ୍‌ଟି ଆଇନରେ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ।

Share