Categories: ଜାତୀୟ

ଦଳିତ ଦମ୍ପତି ଓ ପୁଅଙ୍କୁ ଗୁଳିକରି ହତ୍ୟା

ଡାମୋହ,୨୬।୧୦: ମଧ୍ୟପ୍ରଦେଶର ଡାମୋହ ଜିଲା ଡେଭ୍ରାନ୍‌ ଗ୍ରାମରେ ଏକ ବିବାଦକୁ କେନ୍ଦ୍ରକରି ମଙ୍ଗଳବାର ସକାଳେ ଦଳିତ ଦମ୍ପତି ଓ ସେମାନଙ୍କ ୩୨ ବର୍ଷର ପୁଅଙ୍କୁ ଗୁଳିକରି ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ୬ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଦମ୍ପତିଙ୍କ ଅନ୍ୟ ଦୁଇ ପୁଅ ଆହତ ହୋଇଛନ୍ତି। ଫେରାର ଥିବା ଅଭିଯୁକ୍ତମାନଙ୍କ ଘର ଉକ୍ତ ଗ୍ରାମରେ। ପୋଲିସ ସେମାନଙ୍କ ବିରୋଧରେ ହତ୍ୟା ସମେତ ଆଇପିସିର ଅନ୍ୟାନ୍ୟ ଦଫା ଏବଂ ଅନୁସୂଚିତ ଜାତି/ଉପଜାତି ଅତ୍ୟାଚାର ନିରାକରଣ ଆଇନର ଧାରା ଲଗାଇ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି।

Share