Categories: ଖେଳ

ଭାରତର ଏହି ଖେଳାଳିଙ୍କୁ ଏବି ଡି ଭିଲିୟର୍ସଙ୍କ ସହ ତୁଳନା କଲେ ଷ୍ଟେନ୍‌; କହିଲେ ବିଶ୍ୱକପ୍‌ରେ ଚମକିବେ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର ଡାଲ୍‌ ଷ୍ଟେନ୍‌। ସୂର୍ଯ୍ୟକୁମାର ଜଣେ ମହାନ ଖେଳାଳି ଯିଏ କି ପଡ଼ିଆର ସବୁ ଦିଗରେ ଶଟ୍‌ ମାରିବାରେ ସକ୍ଷମ। ଏପରିକି ତାଙ୍କୁ ଖେଳୁଥିବାର ଦେଖିଲେ ଏବି ଡି ଭିଲିୟର୍ସ ଖେଳୁଥିବା ପରି ମନେହୁଏ ବୋଲି ଷ୍ଟେନ୍‌ କହିଛନ୍ତି।

ଟି୨୦ ବିଶ୍ୱକପ୍‌ ପୂର୍ବରୁ ଷ୍ଟାର ସ୍ପୋଟ୍ସର ଏକ ଇଭେଣ୍ଟରେ ଷ୍ଟେନ୍‌ କହିଛନ୍ତି, ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆର ପିଚ୍‌ରେ ଭଲ ଖେଳିବେ। ଭାରତୀୟ ଦଳ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ପଡ଼ିଆର ଚାରିପଟରେ ସେ ଶଟ୍‌ ଖେଳିପାରନ୍ତି, ଯାହାକୁ ଦେଖିଲେ ଏବି ଡି ଭିଲିୟର୍ସ ମନେ ପଡ଼ନ୍ତି। ଏଣୁ ସେ ଭାରତର ଏବି ଡି ଭିଲିୟର୍ସ ହୋଇପାରନ୍ତି। ବର୍ତ୍ତମାନ ସେ ଯେଭଳି ଫର୍ମରେ ଅଛନ୍ତି ତାକୁ ଦେଖିଲେ ବିଶ୍ୱକପ୍‌ରେ ସେ କ’ଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ।

ସୂର୍ଯ୍ୟକୁମାର ବଲ୍‌ର ଗତିକୁ ଉପଯୋଗ କରିବାକୁ ପସନ୍ଦ କରନ୍ତି। ପର୍ଥ, ମେଲବୋର୍ନ ଏବଂ ସେଠାରେ ଥିବା ସମସ୍ତ ଗ୍ରାଉଣ୍ଡରେ ଅତିରିକ୍ତ ଗତି ରହିବ, ଏହାକୁ ବ୍ୟବହାର କରିହେବ। ତାଙ୍କର ବ୍ୟାକ୍‌ଫୁଟ୍‌ କଭର୍‌ ଡ୍ରାଇଭ୍‌ ବହୁତ ଭଲ। ସେ ବହୁତ ଭଲ ଭାବେ ଏହାକୁ ଖେଳନ୍ତି। ସେ ଜଣେ ଅଲରାଉଣ୍ଡର ଖେଳାଳି ବୋଲି ଷ୍ଟେନ୍‌ ମଧ୍ୟ କହିଛନ୍ତି।

Share