Categories: ଫୁରସତ

୧,୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଦଲାଇ ଲାମା, ଧାର୍ମିକ ଗୁରୁ ସତ୍ତ୍ୱେ…

ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦଲାଇ ଲାମାଙ୍କୁସବୁଠାରୁ ବଡ଼ ଧାର୍ମିକ ନେତା ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ୧୪ତମ ଦଲାଇ ଲାମା ଅଛନ୍ତି, ଯାହାଙ୍କ ନାମ ହେଉଛି ଟେନ୍‌ଜିନ୍‌ ଗିଆଟୋ। ଦଲାଇ ଲାମା ଧନସମ୍ପତ୍ତିଠାରୁ ଦୂରରେ ରହି ସାଧାରଣ ଜୀବନ ଅତିବାହିତ କରିଥାନ୍ତି। ହେଲେ ଏବେର ୮୮ ବର୍ଷୀୟ ଦଲାଇ ଲାମା ୧,୨୫୦ କୋଟି ସମ୍ପତ୍ତିର ମାଲିକ। ତିବ୍ବତର ନେତା ଭାବେ ତାଙ୍କ ପାଖରେ ଏହି ଟଙ୍କା ଥିବା କୁହାଯାଏ। ଆଗାମୀ ଦିନରେ ୧୫ତମ ଦଲାଇ ଲାମା ଯିଏ ହେବେ ସେ ଏହି ଟଙ୍କା ମଧ୍ୟ ସମ୍ଭାଳିବେ।

ଦଲାଇ ଲାମାଙ୍କ ନିକଟକୁ ସାସ୍କୃତିକ ବିଷୟବସ୍ତୁକୁ ନେଇ କିଛି ଟଙ୍କା ମଧ୍ୟ ଆସିଥାଏ, ଯେଉଁଥିରେ ପ୍ରକାଶିତ ହୋଇଥିବା ୫୮ ପୁସ୍ତକ, ୭ ଫିଚର ଫିଲ୍ମ ଡକୁମେଣ୍ଟାରୀ ଆଦି ସାମିଲ ଅଛି। ସେହିଭଳି କିଛି ପୁରସ୍କାର ଏବଂ ସମ୍ମାନ ଯୋଗୁ ମଧ୍ୟ ତାଙ୍କ ନିକଟକୁ ଟଙ୍କା ଆସିଛି।

ତେବେ ଦଲାଇ ଲାମା ସର୍ବଦା ଇକୋନୋମିକ୍‌ ଏବଂ ଫାଇନାନ୍ସ ବିଷୟରେ କଥା ହୋଇଥାନ୍ତି। ବିଶେଷକରି ଟଙ୍କା ଏବଂ ସମାଜରେ ଏହାର କି ଆବଶ୍ୟତା ରହିଛି ତାହାକୁ ନେଇ ସେ ଆଲୋଚନା କରିଛନ୍ତି। ତେବେ ଦଲାଇ ଲାମା ବିଶ୍ୱର ଅନେକ ଧନୀ ବ୍ୟକ୍ତିଙ୍କୁ ଭେଟିଛନ୍ତି। ସେ ବ୍ୟବସାୟକୁ ନେଇ ପରାମର୍ଶ ମଧ୍ୟ ଦେଇଥାନ୍ତି। ଏକଦା ସେ ‘ଟଙ୍କା ଭଲ। ଏହା ଜରୁରୀ। ଟଙ୍କାପଇସା ବିନା ସାଧାରଣ ଆବଶ୍ୟକତା ପୂରଣ କରିବା ଅସମ୍ଭବ ବୋଲି କହିଥିଲେ’।

Share