ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟ

ବାଲିଗୁଡ଼ା,୧୩।୬ (ଡି.ଏନ.ଏ.): ବାଲେଶ୍ୱର ଜିଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ୱ ସ୍ମରଣୀୟ। ଗତ ୧୦ ତାରିଖ ସାଂସ୍କୃତିକ ସନ୍ଧ୍ୟାରେ ୨୦ ଜଣିଆ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରି କନ୍ଧମାଳର ପାରମ୍ପରିକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ। ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ସମେତ ନୃତ୍ୟ ଗୁରୁ କ୍ଷୀରୋଦ ପ୍ରସାଦ ଦଣ୍ଡସେନା, କଣ୍ଠଶିଳ୍ପୀ ବିଶ୍ୱଜିତ ସାହୁ, ଲୋକନୃତ୍ୟ କଳାକାର ଅଶ୍ୱିନୀ ପାତ୍ର, ଲକ୍ଷ୍ମୀ ନାରାୟଣ ମଳିକ, ମାଧୁରୀ ପଣ୍ଡା, ଅଭୀଲିପ୍ସା ପ୍ରଧାନ, ପ୍ରିୟଙ୍କା ନାୟକ, ଇନ୍ଦୁରେଖା ପୂଜାରୀ ପ୍ରମୁଖ ପ୍ରତିନିଧିତ୍ୱ କରି ମଞ୍ଚ ଦୁଲୁକାଇ ଥିଲେ। ପ୍ରକୃତିର ପୂଜକ ଆଦିବାସୀଙ୍କ ପୂଜାର୍ଚ୍ଚନା ଏବଂ ପାରମ୍ପରିକ ବୀରବାଦ୍ୟ ନୃତ୍ୟ ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।