ଦୀର୍ଘାୟୁ ପାଇଁ ଦିନଚର୍ଯ୍ୟା

ଆଧୁନିକ ଯୁଗରେ ମଣିଷ ଯନ୍ତ୍ରମାନବରେ ପରିଣତ ହୋଇଯାଇଅଛି। ବସ୍ତୁବାଦୀ ଯୁଗରେ ମଣିଷର ନିଅଣ୍ଟ ପରିପୂର୍ଣ୍ଣ ହେଉନାହିଁ। ମୋବାଇଲ୍‌, ଟିଭି, ଲାପଟପ ଧରି ସମୟ ବିତୁଛି। ଏହି ଇଲେକଟ୍ରୋନିକ୍‌ ଯନ୍ତ୍ରଗୁଡ଼ିକରୁ ବାହାରୁଥିବା ରଶ୍ମି ଆମ ଶରୀର ଉପରେ କୁପ୍ରଭାବ ପକାଉଛି। ଏହାର ମୂଳ ହେଉଛି ମନ। ମନ ଦ୍ୱାରା ଆମର ଅନ୍ୟ ଦଶଗୋଟି ଇନ୍ଦ୍ରିୟ ପରିଚାଳିତ ହୋଇଥାଏ। ତେଣୁ ମନକୁ ଆୟତ୍ତ କରିବା ଦ୍ୱାରା କାମ, କ୍ରୋଧ, ଲୋଭ, ମୋହ ଆଦି ଷଡ଼ରିପୁରୁ ନିଜକୁ ଆୟତ୍ତ କରିବା ସମ୍ଭବ। ଯଦ୍ଦ୍ବାରା ମଣିଷକୁ ପ୍ରବୃତ୍ତିରୁ ମୁକ୍ତି ମିଳିବା ସହ ସେ ଶାନ୍ତି ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଜଣେ ନିଜକୁ ଈଶ୍ୱରଙ୍କ ନିକଟତର ମଧ୍ୟ କରାଇପାରିଥାଏ। ନିଜକୁ ସୁସ୍ଥ ଏବଂ ଦୀର୍ଘାୟୁ ରଖିବାକୁ କିଏ ବା ନ ଚାହେଁ? ହେଲେ ଏହା ଏତେ ସହଜ କଥା ନୁହେଁ। ଏଥିଲାଗି କେତେକ ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ସେ ବିଷୟରେ ନିମ୍ନରେ ଆଲୋଚନା କରାଯାଉଛି।
ପ୍ରାତଃ ଶଯ୍ୟାତ୍ୟାଗ ପରେ ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରି ‘ଓଁକାର’ ଜପ କରିବେ। ହାତ ପାପୁଲି ଦ୍ୱୟକୁ ଦେଖି ତାହାକୁ ପରସ୍ପର ମଧ୍ୟରେ ଘର୍ଷଣ କରି ଉଷୁମ କରିବେ। ଏହାଦ୍ୱାରା ସ୍ନାୟୁ ଗ୍ରନ୍ଥିଗୁଡ଼ିକ ସତେଜ ହୋଇ ରକ୍ତ ସଞ୍ଚାଳନ ଆହୁରି ସକ୍ରିୟ ହୋଇଥାଏ। ମୁଖମଣ୍ଡଳରେ କାନ୍ତି ବଢ଼େ।
ମୁହଁରେ ପାଣି ଭର୍ତ୍ତି କରି ଆଖିକୁ ଗୋଲାକାର କରି କୋଡ଼ିଏ ଥର ପାଣି ଛାଟିବେ। ସବୁଜ ପତ୍ରକୁ ଦେଖିଲେ ଦୃଷ୍ଟି ଶକ୍ତି ଆହୁରି ପ୍ରଖର ହୋଇଥାଏ। ଗୋଟିଏ ଦୀପ ଶିଖା ବିନ୍ଦୁକୁ ଦେଖିଲେ ଏକାଗ୍ରତା ବଢ଼ିଥାଏ।
ସକାଳୁ ଖାଲି ପେଟରେ ଦୁଇ ଗ୍ଲାସ ପାଣି ପିଅନ୍ତୁ। ନିମ୍ବ, ଅପମାରଗ, କରଞ୍ଜ, ଗବ, ବବୁଲ ବା ଶାଳ ଦାନ୍ତ କାଠିରେ ଦାନ୍ତ ଘଷିଲେ ମାଢ଼ି ସୁଦୃଢ଼ ହୁଏ। ଏହାବ୍ୟତୀତ ଦାନ୍ତ ଦ୍ୱୟ ମଧ୍ୟରେ ଫାଙ୍କ ସୃଷ୍ଟି ହୁଏ ନାହିଁ। ଦାନ୍ତ ପୋକ ଲାଗିବା, ଦାନ୍ତ କ୍ଷୟ ହେବାରୁ ମଧ୍ୟ ରକ୍ଷା ମିଳେ। ନିଜକୁ ସୁସ୍ଥ ରଖିବା ଲାଗି ପ୍ରତିଦିନ ସକାଳରୁ ପ୍ରାତଃ ଭ୍ରମଣ (ମର୍ନିଂ ଓ୍ବାକ୍‌) କରନ୍ତୁ। ସକାଳ ୬ଟାରୁ ୭.୩୦ ମଧ୍ୟରେ କଅଁଳ ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ କଲେ ଶରୀର ସୁସ୍ଥ ରହିଥାଏ। ଗାଧୋଇବା ସମୟରେ ପ୍ରଥମେ ସୋରିଷ ତେଲ ନସ୍ୟ ନେବେ ତା’ପରେ ବୃଦ୍ଧାଙ୍ଗୁଠି ନଖରେ ଲଗାଇ ପରେ ଦେହ, ଗୋଡ଼, ହାତରେ ଭଲ ଭାବରେ ମାଲିସ କରିବେ। ପେଟରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ବାତ ରୋଗ ହୋଇ ନ ଥାଏ। ଏହାସହ ପାଚନ କ୍ରିୟା ଆହୁରି ସକ୍ରିୟ ରହିଥାଏ। ସ୍ନାନ ପରେ ଈଶ୍ୱର ପୂଜନ, ଧ୍ୟାନ କରିବା ଉଚିତ। ଏହାଦ୍ୱାରା ମାନସିକ ଶାନ୍ତି ମିଳେ ଓ ଆତ୍ମବିଶ୍ୱାସ ବଢ଼େ।
ପ୍ରାତଃ ଭୋଜନ ସକାଳ ୮ରୁ ୯.୩୦ ମଧ୍ୟରେ ଶେଷ କଲେ ଭଲ। ସକାଳ ଜଳଖିଆରେ ହାଲୁକା ଜଳଖିଆ ଖାଇଲେ ସ୍ବାସ୍ଥ୍ୟ ପ୍ରତି ଭଲ। ଇଡିଲି, ଉପମା, ତଟକା ଫଳମୂଳ ଏହି ତାଲିକାରେ ସାମିଲ କରନ୍ତୁ। ଅଧିକାଂଶ ସମୟ ଉପବାସ ରୁହନ୍ତୁ ନାହିଁ।
ମଧ୍ୟାହ୍ନ ଭୋଜନ ୧୨.୩୦ରୁ ୧.୩୦ ମଧ୍ୟରେ କରନ୍ତୁ। ଏହି ତାଲିକାରେ ଭାତ, ରୁଟି, ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି, ସାଲାଡ, ଡାଲି ଆଦି ଖାଇପାରନ୍ତି। ମଧ୍ୟାହ୍ନ ଭୋଜନରେ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଖାଇବାର ଅଧ ଘଣ୍ଟାରୁ ଏକ ଘଣ୍ଟା ପରେ ପାଣି ପିଇବେ। ଖାଇବା ସମୟରେ ପାକସ୍ଥଳୀର ଚାରି ଭାଗରୁ ଦୁଇ ଭାଗ ଖାଦ୍ୟ, ଏକ ଭାଗ ପାଣି ଏବଂ ଅନ୍ୟ ୧ ଭାଗ ଖାଲି ରଖିବେ।
ଉପରବେଳା କିମ୍ବା ସନ୍ଧ୍ୟା ସମୟରେ ମୁଢ଼ି, ଚୁଡ଼ାଭଜା, ଅମୃତଭଣ୍ଡା, ପିଜୁଳି, କଦଳୀ ଇତ୍ୟାଦି ମଧ୍ୟରୁ ଅଳ୍ପ ପରିମାଣରେ ଖାଆନ୍ତୁ। ଏହି ସମୟରେ ସର ପଡ଼ି ନ ଥିବା କ୍ଷୀର ପିଇପାରନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଦ୍ୟରେ ତେଲ, ଲୁଣ, ମିଠା, ମସଲାର ମାତ୍ରା ଯେତେ କମ୍‌ ରହିବ ତାହା ସ୍ବାସ୍ଥ୍ୟ ପାଇଁ ସେତେ ହିତକର। ଧୂମପାନ ଏବଂ ନିଶାଦ୍ରବ୍ୟ ସେବନ ଅଭ୍ୟାସ ବର୍ଜନ କରନ୍ତୁ। କାରଣ ଏହା ପରୋକ୍ଷରେ ଅନେକ ରୋଗର କାରଣ ସାଜିଥାଏ ଏବଂ ଅକାଳ ମୃତ୍ୟୁକୁ ଡାକି ଆଣିଥାଏ। ସବୁବେଳେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଖାଦ୍ୟ ଖାଇବା ପରେ ଅଳ୍ପ ସମୟ ଚାଲବୁଲ କରନ୍ତୁ। ଏହାଦ୍ୱାରା ଖାଇଥିବା ଖାଦ୍ୟ ହଜମ ହୋଇଥାଏ। ତା’ପରେ ବିଶ୍ରାମ ନିଅନ୍ତୁ। ଖାଦ୍ୟ ପାକ କାଠ ଚୁଲି, ମାଟି, ଲୁହା ପାତ୍ରରେ କରିବେ। ଏହା ଶରୀର ପାଇଁ ହିତକର। ସିଲଭର, ନନ୍‌ଷ୍ଟିକ୍‌ ଜିନିଷରେ ରୋଷେଇ କଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ।
ରାତ୍ର ୯ଟାରୁ ୧୦ଟା ମଧ୍ୟରେ ରାତ୍ରଭୋଜନ କରନ୍ତୁ। ସବୁବେଳେ ରାତ୍ରଭୋଜନରେ ହାଲୁକା ଖାଦ୍ୟ ସାମିଲ କରନ୍ତୁ। କାରଣ ରାତିରେ ଏଭଳି ଖାଦ୍ୟ ଖାଇଲେ ତାହା ସହଜରେ ହଜମ ହୋଇଥାଏ। ରାତିରେ ଗୁରୁପାକ ଖାଦ୍ୟ ଯେତେ ନ ଖାଇବେ ସେତେ ଭଲ। ଖାଇବା ପରେ ଆମାଶୟ ନିକଟରେ ରକ୍ତ ସଞ୍ଚାଳନ ବୃଦ୍ଧି ପାଇବା ହେତୁ ନିଦ ଆସିଯାଇଥାଏ। ତେଣୁ ରାତ୍ରଭୋଜନ କରିବାର ଅଧ ଘଣ୍ଟାଏରୁ ଏକ ଘଣ୍ଟା ମଧ୍ୟରେ ଶୋଇବା ଉଚିତ।
ଶୋଇବା ପୂର୍ବରୁ କହୁଣିରୁ ତଳକୁ ହାତରେ ଏବଂ ଆଣ୍ଠୁ ତଳକୁ ପାଦ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଶୋଇବା ପୂର୍ବରୁ ନିଜର ଦୈନିକ କର୍ମକୁ ଭଗବାନ୍‌ଙ୍କ ନିକଟରେ ସମର୍ପଣ କରି ମୁଣ୍ଡରୁ ଚିନ୍ତା ସମ୍ପୂର୍ଣ୍ଣ ଦୂର କରି ଶୁଅନ୍ତୁ।
ପରିବେଶ ସ୍ଥିତି ଉପରେ ଜୀବଜଗତ ନିର୍ଭର କରେ। ଏଣୁ ଏହାକୁ ସମତୁଲ ରଖିବା ପାଇଁ ପର୍ଯ୍ୟାପ୍ତ ବୃକ୍ଷରୋପଣ କରନ୍ତୁ। ଏହାଦ୍ୱାରା ପ୍ରଦୂଷଣ କେତେକାଂଶରେ କମିଯାଇଥାଏ। ପ୍ରତିଦିନ ଖୋଲା ପବନରେ କିଛି ସମୟ ବୁଲନ୍ତୁ। ପ୍ରକୃତି, ପରିବେଶ, ଜଙ୍ଗଲ, ଝରଣା ନିକଟରେ କିଛି ସମୟ ବିତାନ୍ତୁ। ଏହାଦ୍ୱାରା ମାନସିକ ଶାନ୍ତି ମିଳିଥାଏ ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର,
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

ପୁଣି କିମ୍‌ ଯଙ୍ଗ୍‌ ଉନ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୧୯ା୩: ଉତ୍ତର କୋରିଆ ଶାସକ କିମ୍‌ ଯଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ ଗତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri