Posted inଜାତୀୟ

୨ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୫।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୪ ହଜାରରୁ କମ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ୨ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ଏହା ୧୭୩ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୨୦୨ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ଥିଲା। ଏହି ସମୟରେ ସକ୍ରିୟ ମାମଲା ୩ ହଜାର ୧୯୩ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୩୪୩ ଥିଲା। ସେହିପରି ୨୪ ଘଣ୍ଟାରେ ୩୫୯ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪୬୭ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୮୮୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୯ ଲକ୍ଷ ୯୧ ହଜାର ୭୫୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୪ ଲକ୍ଷ ୫୬ ହଜାର ୬୮୧ଜଣ ସୁସ୍ଥ ହୋଇ ସାରିଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୮ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ଯୁଦ୍ଧରୁ ବାହାରିବାକୁ ଛଟପଟ ହେଲାଣି ଆମେରିକା! ଜେଡି ଭାନ୍ସ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ବିବାଦ ଆରମ୍ଭ; ଟ୍ରମ୍ପଙ୍କୁ ଫସାଇଲା ଇସ୍ରାଏଲ

ଓ୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ରିପୋର୍ଟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ଏକ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri