ଦୈନିକ ସଂକ୍ରମଣ ୧୪ ଶହରୁ କମ୍‌ , ସକ୍ରିୟ ମାମଲା ୧୮ ହଜାର ତଳେ…

ନୂଆଦିଲ୍ଲୀ, ୩୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ଏହା ୧୪ ଶହରୁ କମ୍‌ ରହିଛି। ଏହା୧,୩୨୧ ରହିଛି। ଗୋଟିଏ ଦିନ ତଳେ ଏହା ୧,୬୦୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩ ରହିଛି। ଗୋଟିଏ ଦିନ ତଳେ ଏହା ୫ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୧୭ ହଜାର ୯୧୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୮ ହଜାର ୩୧୭ ଥିଲା। ସେହିପରି ୨୪ ଘଣ୍ଟାରେ ୧ ହଜାର ୭୨୩ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୨ ହଜାର ୮୧ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୯ ହଜାର ୨୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୫୩ ହଜାର ୫୯୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୬ ହଜାର ୬୫୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share