ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ଲଗାମ୍‌…

ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଶନିବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୭୬୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୨୦୬ ଥିଲା। ତେବେ ରବିବାର ଏହା କମିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୫୦୬ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୮୯୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୧ ହଜାର ୫୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୨୦ ପ୍ରତିଶତ ଛୁଇଁଛି। ସେହିପରି ଦୈନିକ ପଜିଟିଭ୍‌ ହାର ୧.୪୮ ପ୍ରତିଶତ ରହିଛି। ମୃତକଙ୍କ ହାର ୧.୩୨ ପ୍ରତିଶତ ରହିଛି। ଅପରପକ୍ଷରେ ୪ ଲକ୍ଷ ୫୪ ହଜାର ୧୧୮ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୮ ହଜାର ୪୦ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୭ କୋଟି ୬୦ ଲକ୍ଷ ୩୨ ହଜାର ୫୮୬ ଜଣ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୩ କୋଟି ୮ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୭୫ ହଜାର ୬୪ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri