ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ୫ ଦିନ ପରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୫୦ ହଜାର ତଳେ ରହିଛି। ଏହା ପୂର୍ବରୁ ଜୁନ୍‌ ୨୧ରେ ଏହା ୪୮ ହଜାର ୬୪୦ ରହିଥିଲା। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମି ୪୮ ହଜାର ୬୯୮ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୧,୧୮୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୬୪ ହଜାର ୮୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୫ ଲକ୍ଷ ୯୫ ହଜାର ୫୬୫ ଜଣ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୩୧ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୪୦ କୋଟିରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୪୯୩ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ୟେଦୁରପ୍ପାଙ୍କ ପରେ କିଏ ଧରିବ କର୍ନାଟକ ଭାଜପା ଡୋର: ଦୌଡ଼ରେ ୫

ବେଙ୍ଗାଲୁର, ୭।୬: କକର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ପରେ କିଏ ଭାଜପା ଡୋର ସେନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ୭୮ ବର୍ଷ ବୟସ୍କ...

ମୈସୁର ପ୍ୟାଲେସରେ ଯୋଗ କଲେ ମୋଦି

ମୈସୁର,୨୧ ।୬: ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ମୈସୁର ପ୍ୟାଲେସରେ ଯୋଗ କରିଛନ୍ତି । ତାଙ୍କ ସହ ପ୍ରାୟ...

ଗୁରୁବାର ଝାଡଖଣ୍ଡ ଯିବେ ନଡ୍ଡା, ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ ରଣନୀତି

ନୂଆଦିଲ୍ଲୀ,୨୧।୬: ଲୋକ ସଭା ନିର୍ବାଚନ ପ୍ରସ୍ତୁତି ନେଇ ଗୁରୁବାର ଝାଡଖଣ୍ଡ ଗସ୍ତ କରିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ସୂଚନାନୁଯାୟୀ, ଜୁନ ୨୨ରେ ନଡ୍ଡା...

ମୋଦିଙ୍କ ଶପଥ ଗ୍ରହଣରେ ଫସିଲେ ଆଶା: ସ୍ମୃତି କଲେ ସାହାଯ୍ୟ

ନୂଆଦିଲ୍ଲୀ,୩୧।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ...

‘ ଘାଇଲା ବାଘ ବେଶ୍‌ ବିପଦଜନକ ’

କୋଲକାତା,୧୪।୩ : ମୋ ଜୀବନରେ ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। କିନ୍ତୁ ମୁଣ୍ଡ ନୁଆଁଇ ନାହିଁ। ଆଉ ଘାଇଲା ବାଘ ବେଶ୍‌ ବିପଦଜନକ। ହ୍ବିଲଚେୟାରରେ ବସି...

ଅନୁପ୍ରବେଶ ପାଇଁ ନିୟନ୍ତ୍ରଣ ରେଖାରେ ଡେରା ପକାଇଛନ୍ତି ୫ ଶହ ଆତଙ୍କବାଦୀ: ଯୋଗାଯୋଗ ଲାଗି ବ୍ୟବହାର କରୁଛନ୍ତି ନୂଆ କୋଡ୍‌

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ୫ଶହରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଡେରା ପକାଇଛନ୍ତି। ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ଳାଗି ସେମାନେ ନୂଆ...

ଦାଦନଙ୍କୁ ନେଇ ତେଜିଲା ରାଜନୀତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୨୦।୫: ଦାଦନ ଶ୍ରମିକ ପ୍ରସଙ୍ଗକୁ ନେଇ ଉତ୍ତରପ୍ରଦେଶ(ୟୁପି)ରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। କରୋନା ସଂକ୍ରମଣ ସମୟରେ ଲକ୍‌ଡାଉନ୍‌ ଯୋଗୁ ବାହାରେ କାମଧନ୍ଦା ହରାଇ ଭୋକ...

Advertisement
Archives

Model This Week