୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଏହି ସମୟରେ ୮ ହଜାର୮୬୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେହିପରି ୧୧ ହଜାର ୯୨୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୭ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୩୦ ହଜାର ୭୯୩ ରହିଛି। ୫୨୫ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୭ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୮୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୮ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୩ ହଜାର ୬୫୫ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୧୧୨ କୋଟି ୯୭ ଲକ୍ଷ ୮୪ ହଜାର ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୫୯ ଲକ୍ଷ ୭୫ ହଜାରରୁ ଅଧିକ ଜଣଙ୍କୁ ଟିକାଦାନ କରାଯାଇଛି। ସେହିପରି ଇତିମଧ୍ୟରେ ୬୨ କୋଟି ୫୭ ଲକ୍ଷ ୭୪ ହଜାର ୧୫୯ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୧୧ ଲକ୍ଷ ୭ ହଜାର ୬୧୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୮ ଲକ୍ଷ ୬୧ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ୩ କୋଟି ୪୪ ଲକ୍ଷ ୫୬ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ୪,୫୪୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୫୭ ରହିଛି। ସେହିପରି ରାଜ୍ୟରେ ଏହି ସମୟ ମଧ୍ୟରେ ୬,୮୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri