Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୫ ତାରିଖ – Daily Horoscope

ମେଷ
ଆଜିର ଏକାଦଶସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ। ନୂତନ ଗୃହୋପକରଣ କ୍ରୟ କରିପାରନ୍ତି।
ବୃଷ
ବୃଷ

କର୍ମସ୍ଥ ଚନ୍ଦ୍ର ପ୍ରଭାବରୁ ପରିବାର ସକାଶେ ପରିସ୍ଥିତି ତାଡନାରେ କେତେକ କାମ କରିବାକୁ ବାଧ୍ୟ ହେବେ। ଦୀର୍ଘଦିନରୁ ପରିକଳ୍ପନା କରିଥିବା ନୂତନ ଯୋଜନା ପାଇଁ ଅନୁକୂଳ ପରିବେଶ ସୃଷ୍ଟିହେବ। ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।

ମିଥୁନ
ମିଥୁନ
ଆର୍ଥିକ ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟକରିପାରେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାମାଜିକ ସ୍ତରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପୁନର୍ବସୁ ନକ୍ଷତ୍ରର ବହୁ ବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ।
କର୍କଟ
କର୍କଟ
ବୁଧାଦିତ୍ୟ ଯୋଗ ପ୍ରଭାବରୁ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପ୍ରଶାସନିକ ସ୍ତରରେ, ସାଂଗଠନିକ ସ୍ଥିତିରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ସାଧାରଣ ଭାବରେ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେଇପାରେ।
ସି˚ହ
ସି˚ହ
କର୍ମ କ୍ଷେତ୍ରରେ ଆହ୍ବାନ ବ୍ୟତିରେକ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବନ୍ଧୁମାନଙ୍କୁ କୌଶଳପୂର୍ଣ୍ଣ କଥା କହି ନିିଜର କାର୍ଯ୍ୟ ହାସଲ କରିନେବେ।
କନ୍ୟା
ପୂର୍ବରାଗ ଶୁଝାଇବାକୁ ଯାଇ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ପୁରାତନ ରୋଗ, ଋଣ ଓ କାର୍ଯ୍ୟହାନି ଯୋଗୁ ଅଧିକାଂଶ ସମୟ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ରାହୁ ଦୃଷ୍ଟିରେ ଚନ୍ଦ୍ର ହେତୁ ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିବ। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ବିଛା
ବିଛା
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟହାସଲ ସକାଶେ ନିଜର ଆତ୍ମୀୟ ମାନଙ୍କ ସହ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ପଡୋଶୀଙ୍କ ସହ କଳହ ଲାଗିପାରେ। ଆଇନ, ଅଦାଲତ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଉତ୍ତରାଷାଢା ନକ୍ଷତ୍ରର ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ସୂଚନା ରହିଛି।
ମକର
ମକର

ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ। ଶ୍ରବଣା ନକ୍ଷତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ଯାତ୍ରା ସମୟରେ ଅନ୍ୟମନସ୍କ ରହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।

କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ସ୍ବାସ୍ଥ୍ୟହାନି, ଅର୍ଥାଭାବ, ପଡୋଶୀଙ୍କ କଳହ, ଆତ୍ମୀୟଙ୍କ ବେଖାତିର ଯୋଗୁ ମନ ଅଶାନ୍ତ ରହିବ।ଯାତ୍ରା, ବାଣିଜ୍ୟ, ପରିବହନ ବାଧାପ୍ରାପ୍ତ ହେବନାହିଁ।
ମୀନମୀନ

ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଟେନ୍ସନ ଜମା ଛାଡିବ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ଅନୁଧ୍ୟାନ କରି ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ଶତ୍ରୁମାନେ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri