ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକ ମାନଙ୍କୁ ଦାୟୀ କରିବେ। ଆଜିର ଫେରନ୍ତା ବାଟରେ ଅଶ୍ୱିନୀ ନକ୍ଷତ୍ର ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇବେ।
ପରୋକ୍ଷ ଶତ୍ରୁତାରୁ ନିଜେ କୌଣସି ଭୁଲ୍ ନ କରି ମଧ୍ୟ ଦୋଷୀ ରୂପେ ପରିଗଣିତ ହେବେ। କେତେକ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଏହା ଘଟିବାର ସୂଚନା ଅଧିକ ରହିଛି । ଆବଶ୍ୟକତା ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସାଧାରଣ ପରିସ୍ଥିତିରେ ପଡ଼ୋଶୀଙ୍କ ସହ ମୃଗଶିରା ନକ୍ଷତ୍ରର ସମ୍ପର୍କ ବୃଦ୍ଧି ପାଇବ।
ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି, ଜମିଜମା ବିବାଦର ସମାଧାନ କାରଣରୁ ଆନନ୍ଦ ଅନୁଭବ କରିବେ। ଆର୍ଦ୍ରା ନକ୍ଷତ୍ରର ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ। ପ୍ରେସ୍ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଶିଳ୍ପବାଣିଜ୍ୟରେ ଚାପର ସମ୍ମୁଖୀନ ହୋଇପାରନ୍ତି।
କର୍ମାରମ୍ଭର ପ୍ରାଥମିକ ସ୍ତରରେ ପ୍ରତିବନ୍ଧକ ଦେଖାଦେବ। ଭ୍ରମଣ ସୁଯୋଗ, ସତ୍ସଙ୍ଗ, ଦୂରଯାତ୍ରା ଓ ବନ୍ଧୁମିଳନଜନିତ ମନ ଖୁସି ରହିବ। ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ, କେତେକ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବେ। ଅଶ୍ଳେଷା ନକ୍ଷତ୍ର ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ପରିସ୍ଥିତି ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ଉତ୍ତରାଫାଲ୍ଗୁନୀ ନକ୍ଷତ୍ରର ସଦାବେଳେ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ। ସଂଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଉପରିସ୍ଥ ପଦାଧିକାରୀଙ୍କୁ କୈଫିୟତ୍ ଦେବାକୁ ପଡ଼ିପାରେ।
ଭୁଲ୍ ବୁଝାମଣାରୁ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇପାରେ। ବନ୍ଧୁଙ୍କ ସହାୟତାରେ ଚିତ୍ରା ନକ୍ଷତ୍ର ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିପାରନ୍ତି। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ପଛରେ ବିଭିନ୍ନ କଟୁ କଥା କହିବାର ସୂଚନା ରହିଛି।
ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବାରେ ସମର୍ଥ ହେବେ। ବିଶାଖା ନକ୍ଷତ୍ର ସକାଶେ ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ବନ୍ଧୁ ମିଳନ ଘଟିବ। ସାମାଜିକ ସ୍ତରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବକେୟା ଟଙ୍କା ପାଇଁ ସମସ୍ୟା ଉପୁଜିବା ସହ ପରିବହନରେ ଝଗଡ଼ା ଲାଗିପାରେ।
ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁମାନଙ୍କ ସହ ମତାନ୍ତରର ସମ୍ଭାବନା ରହିଛି। ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଜ୍ୟେଷ୍ଠା ନକ୍ଷତ୍ର ପ୍ରିୟଜନମାନଙ୍କ ସାହାଯ୍ୟରୁ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମାଧାନ କରିବାରେ ପ୍ରଶାସନ ସାହାଯ୍ୟ କରିବ। ଯେ କୌଣସି କାମ ଆରମ୍ଭ ପୂର୍ବରୁ ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ବହୁତ ହଇରାଣ, ହରକତ ହେବାକୁ ପଡ଼ିପାରେ। ମୂଳା ନକ୍ଷତ୍ର ଲେଖାପଢ଼ା ତଥା ପ୍ରକାଶନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ ।
ଶ୍ରବଣା ନକ୍ଷତ୍ରର ପ୍ରିୟଜନଙ୍କ ସମ୍ପର୍କରେ ଚିନ୍ତା କରି ମନ ଭଲ ଲାଗି ନ ପାରେ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ବିବାଦୀୟ ଘଟଣା ନିର୍ମାଣ ଓ ପରିବହନରେ ସମସ୍ୟା ଆଶଙ୍କା ରହିଛି। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ।
ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ,ଧାତୁ ଅଳଙ୍କାର ପ୍ରଭୃତି ଜିନିଷ କିଣିବା ପାଇଁ ମନ ବଳାଇବେ। ଶତଭିଷା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକ ସମସ୍ୟା, ମାମଲା, ଜମିଜମା ପିଲା ମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍ବିଗ୍ନ ରହିବ। ସରକାରୀ ସହୟତାରୁ ତୀର୍ଥଯାତ୍ରା କରିବାକୁ ସୁଯୋଗ ପାଇପାରନ୍ତି।
ଆଜି ଯେଉଁ କାମରେ ହାତଦେବେ, ସେଥିରେ ନିଶ୍ଚିତ ସଫଳତା ହାସଲ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ପୂର୍ବଭାଦ୍ର ନକ୍ଷତ୍ର ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates