Categories: Rasifala

ରାଶିଫଳ: ବୁଧବାର, ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ
ଆଜି ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆର୍ଥିକ ଉନ୍ନତି ସହ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ବାଣିଜ୍ୟ, ପ୍ରତିଯୋଗିତାଦି କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି ହେବ। ପାରସ୍ପରିକ ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ କର୍ମକ୍ଷେତ୍ରରେ ଶାନ୍ତି ଫେରି ଆସିବ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ।
ବୃଷ
ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ଖୁସି ରହିବେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀମାନେ ସହଯୋଗର ହାତ ବଢ଼ାଇ ଆପଣଙ୍କ କାମରେ ସାହାଯ୍ୟ କରିବେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀମାନେ କହିବେ ବହୁତ, କିନ୍ତୁ କାମ କଲାବେଳକୁ ସେମାନଙ୍କ ଦେଖା ମିଳିନପାରେ।
ମିଥୁନ
ଆଜିର ଗ୍ରହଯୋଗ କାର୍ଯ୍ୟକ୍ଷେତ୍ରରେ ସାମ୍ୟତା ଆଣିବା ସହ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ। ମିଥ୍ୟା ଗୁଜବକୁ ନେଇ ମାନସିକ ଆଘାତ ପାଇପାରନ୍ତି। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ମିଳିବ। ଅନ୍ୟମାନଙ୍କ ଛଳନାପୂର୍ଣ୍ଣ ଲୋଭନୀୟ ପ୍ରତିଶ୍ରୁତିରେ ଭଳିଯିବା ଠିକ୍‌ ହେବନି।
କର୍କଟ
ଆଜି ଚନ୍ଦ୍ରଙ୍କ ଉଚ୍ଚାବସ୍ଥାନଜନିତ ଦୃଢ଼ ମନୋବଳରେ କାମ ସମ୍ପନ୍ନ କରି ଆମତ୍ତୃପ୍ତି ଲଭିବେ। ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ ସତ, କିନ୍ତୁ ମାନସିକ ଶାନ୍ତି ହରାଇବେ। କେତେକ କ୍ଷେତ୍ରରେ ସଠିକ୍‌ ନିଷ୍ପତ୍ତି ଆପଣ ନେଇ ପାରିବେ ନାହିଁ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବା ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ସି˚ହ
କର୍ମଜଞ୍ଜାଳ ବୃଦ୍ଧି ପାଉଥିବା କାରଣରୁ ଦିନଟି ଆପଣଙ୍କୁ ଅସ୍ଥିରତାଯୁକ୍ତ କରାଇବେ। ଫଳତଃ ଆପଣ କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟକର ହେବ। ତଥାପି କୌଶଳରେ କାମ ହାସଲ କରିବା ସହ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ପରିସ୍ଥିତି ଓ ରହୁଥିବା ପରିବେଶରେ କିଛି ଗଡ଼ବଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।
କନ୍ୟା
ଆପଣଙ୍କ ଲୋକପ୍ରିୟତା କାରଣରୁ ସାମାଜିକ ସମ୍ମାନ ସହ ବନ୍ଧୁଙ୍କ ଶ୍ରଦ୍ଧାଭାଜନ ହେବେ। ଆଜି ଯାହାକୁ ଯାହା କହିବେ କିମ୍ବା କରିବେ ପ୍ରତ୍ୟେକ କାମରେ ସଫଳତା ଅବଶ୍ୟମ୍ଭାବୀ। ଦୀର୍ଘଦିନର ଚେଷ୍ଟା ପରେ ଋଣସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢ଼ିପାରେ।
ତୁଳା
ମଙ୍ଗଳ ଏବଂ ବୃହସ୍ପତିଙ୍କ ପ୍ରଭାବରେ ଭୂ-ସମ୍ପତ୍ତି, ଯାନ୍ତ୍ରିକ ଜିନିିଷ ଏବଂ ଅର୍ଥଲାଭର ସୂଚନା ରହିଛି। ପାପଗ୍ରହ ଯୋଗୁ ଦୀର୍ଘ ଦିନର ସମ୍ପର୍କ ଛିନ୍ନ ହୋଇପାରେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଆଳସ୍ୟବଶତଃ କାଳକ୍ଷେପଣ ନୀତି ହେତୁ ସୁଯୋଗ ହରାଇପାରନ୍ତି।
ବିଛା
ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ କାର୍ଯ୍ୟସିଦ୍ଧି, ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା, ସାମାଜିକ ସମ୍ମାନ ପ୍ରଦାନ କରିବ। ନିଜକୁ ସଜାଡ଼ି ନେବାର ପ୍ରୟାସ କରି ନୂତନ ଚିନ୍ତା ଓ କର୍ମର ଅଭ୍ୟୁଦୟ ଘଟିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ଉପକୃତ ହେବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ଧନୁ
ଶୁଭ ଚନ୍ଦ୍ର ପ୍ରଭାବରେ ଖଳ ଲୋକଙ୍କ ଅଭିଶାପ ଆଶୀର୍ବାଦରେ ପରିଣତ ହେବ। ସମସ୍ୟା ସମାଧାନ, ସାହାଯ୍ୟ, ସହାନୁଭୂତି ଲାଭର ସୁଯୋଗ ପାଇବେ। ଅନ୍ୟମାନଙ୍କ ସକାଶେ ଯେତେ ଉଦାର ହେଲେ ମଧ୍ୟ ସେମାନଙ୍କ ଚିନ୍ତାଧାରା ବଦଳାଇ ପାରିବେ ନାହିଁ। ଆଗୁଆ ପଦକ୍ଷେପ ନେଲେ ମଧ୍ୟ ଉନ୍ନୟନ କାମ ସମ୍ପନ୍ନ କରିପାରିବେ ନହିଁ।
ମକର
ଆଜି ଯାହା ଚାହୁଁଛନ୍ତି, ତାହା ଲାଭକରି ଖୁସି ମନେଇବେ। ପରିବାରରେ ଅଶାନ୍ତି ଓ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦୂରେଇଯିବ। ଯାତ୍ରା, ନୂତନ କର୍ମ, ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ବାହାର ଜାଗାରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
ନିଜ ଲୋକଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ସକାଳ ସମୟରେ ବହୁ ପ୍ରତୀକ୍ଷିତ ଶୁଭ ଖବରଟି ପାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଆଗାମୀ ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
ମୀନ
ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଶୁଭଦୃଷ୍ଟି ଯୋଗୁ ଦୀର୍ଘଦିନର ଅଭିଳାଷ ପୂରଣ ହେବ। ସହକର୍ମୀଙ୍କ ସହ ସୃଷ୍ଟି ହୋଇଥିବା ମନାନ୍ତରର ସମାଧାନ ଆଶା ରହିଛି। ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଯୋଗୁ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବୟସ୍କବ୍ୟକ୍ତିଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.