Categories: Rasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୨୨ ତାରିଖ – Daily Horoscope

ମେଷ
ଆଜିର ରାହୁଯୁକ୍ତ ଚନ୍ଦ୍ର ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। ଅବୁଝା ବନ୍ଧୁଙ୍କୁ ମନାଇ କାମରେ ଲଗାଇପାରନ୍ତି। ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖିଲେ ଆଶା ଅପୂରଣୀୟ ରହିବ ନାହିଁ। ବାଣିଜ୍ୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନ କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ।
ବୃଷ
ବୁଧଙ୍କ ସୁପ୍ରଭାବରୁ ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ସହ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବାରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ଆଲୋଚନା ପରିସରରେ ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତିତର୍କଜନିତ ବିବାଦୀୟ ପରିସ୍ଥିତି ଉପୁଜିପାରେ।
ମିଥୁନ
ଧନଭାବସ୍ଥ ଗ୍ରହଯୋଗରୁ ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ସକାଶେ ବନ୍ଧୁଙ୍କୁ ନେହୁରା ହେବେ। ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଅବଶ୍ୟ ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
ଅଷ୍ଟମସ୍ଥ ପାପାକ୍ରାନ୍ତ ଚନ୍ଦ୍ରଙ୍କ ଯୋଗୁଁ ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥତା ରହିନପାରେ। ଅଧିକାଂଶ ସମୟ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଷ୍ଟେଶନାରୀ, ଧାତୁ ଅଳଙ୍କାର ଓ ପୋଷାକପତ୍ର କାରବାର ଦିଗରୁ ଉପକୃତ ହୋଇପାରନ୍ତି।
ସି˚ହ
ନୀଚସ୍ଥ ରବି ଯୋଗୁ କଥା ଓ କାମରେ ସାମ୍ୟତା ଅଭାବରୁ ସମାଲୋଚିତ ହେବେ। ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା ବଢ଼ିଯିବାରୁ ମାନସିକ ଅବସାଦ ବୃଦ୍ଧି ପାଇବ। ଏକାଧିକ କାମରେ ଅନୁପ୍ରବେଶ କାରଣରୁ କୌଣସି କାର୍ଯ୍ୟ ଉତ୍ସାହପ୍ରଦ ନ ହୋଇପାରେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
କନ୍ୟା
ଅଷ୍ଟମସ୍ଥ ଗୁରୁଜନିତ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ପରୋକ୍ଷ ଶତ୍ରୁତା, ଋଣ ଉଠାଣ, ଯୋଗାଣ କାରବାରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ।
ତୁଳା
ଗୁରୁଦୃଷ୍ଟ ଶନି ହେତୁ ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। ବନ୍ଧୁମାନଙ୍କ ସହ ହସଖୁସି ଓ ବିଳାସ ବ୍ୟସନରେ ସମୟ ଅତିବାହିତ ହେବ। ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
କର୍ମଭାବସ୍ଥ କେତୁ ଯୋଗୁଁ କାର୍ଯ୍ୟହାନି ସାଙ୍ଗକୁ ପରିବେଶ ଓ ପରିସ୍ଥିତିକୁ ନେଇ ଅସ୍ଥିରତା ସୃଷ୍ଟି ହେବ। ବନ୍ଧୁଙ୍କ ଆମନ୍ତ୍ରଣକ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତି ପର୍ବରେ ଲାଗିପାରନ୍ତି। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେଇପାରେ। ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବାରୁ ଖୁସି ହୋଇପାରନ୍ତି ।
ଧନୁ
ଶନିଙ୍କ କୁପ୍ରଭାବରେ ନିଜ ଲୋକମାନଙ୍କ ଚକ୍ଷୁଶୂଳର କାରଣ ସ୍ବରୂପ ଶ୍ରଦ୍ଧା, ସମ୍ମାନ ଓ ଆଦରର ନୂ୍ୟନତା ଉପଲବ୍ଧି କରିବେ। କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବିଶ୍ୱସନୀୟ ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି।
ମକର
ସ୍ବଗୃହୀ ଶୁକ୍ର ଯୋଗୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଲାଭକରି କାର୍ଯ୍ୟସାଧନ କରିବେ। ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
କୁମ୍ଭ
କର୍ମସ୍ଥାନ ଗୁରୁଦୃଷ୍ଟିରୁ ସମସ୍ୟା ରହିଥିଲେ ମଧ୍ୟ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ଘର ସାଜସଜ୍ଜାରେ, ନିର୍ମାଣରେ, ଆନୁଷ୍ଠାନିକ କାମରେ, ମେଳା ମଉତ୍ସବରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। କୌଣସି ଜନହିତକର କାମରେ ସହଯୋଗ କରି ଉଚ୍ଚ ପ୍ରଶଂସିତ ହେବାର ସୁଯୋଗ ପାଇବେ।
ମୀନ
ପାରସ୍ପରିକ ମତାନ୍ତରଜନିତ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜଣେ ବ୍ୟକ୍ତି କର୍ମକ୍ଷେତ୍ରରେ ହଠାତ୍‌ ଅସହଯୋଗ କରି ସମସ୍ୟାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରନ୍ତି। ଶନି ଓ ରାହୁଙ୍କ ପ୍ରଭାବରୁ ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚନା ଶୁଣିବାକୁ ପଡ଼ିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.