Categories: Rasifala

ରାଶିଫଳ: ଶନିବାର, ଅକ୍ଟୋବେର ୨୪ ତାରିଖ – Daily Horoscope

ମେଷ
ଆଜି ଦିନଟି ଆଶା ଓ ଅଭିଳାଷକୁ ପୂର୍ଣ୍ଣତା ପ୍ରାପ୍ତ କରାଇବ। କାର୍ଯ୍ୟସିଦ୍ଧି ସହ ହସଖୁସିରେ ସମୟ ଅତିବାହିତ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଦୂରାଗତ ବନ୍ଧୁଙ୍କ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ସାମୂହିକ ଆଲୋଚନା, ଆନୁଷ୍ଠାନିକ କାମ, ମଜା ମଉଜର ପରିସରରୁ ଖୁସି ହୋଇପାରନ୍ତି।
ବୃଷ
ମନ ଅନୁଯାୟୀ କାର୍ଯ୍ୟ ସାଧନ ସହ ବନ୍ଧୁଙ୍କ ଆନୁଗତ୍ୟପୂର୍ଣ୍ଣ କଥାରେ ଖୁସି ହୋଇଯିବେ। ଯାତ୍ରା କାଳରେ ଅଜଣା ଲୋକଙ୍କୁ ମନେଇବାରେ ସଫଳ ହେବେ। ରବିଙ୍କ ଦୁର୍ବଳତା ପାରିବାରିକ କ୍ଷେତ୍ର ସକାଶେ କୌଣସି ଅପୂର୍ଣ୍ଣତା ଦୁଃଖର କାରଣ ହେବ। କର୍ମକ୍ଷେତ୍ରରେ କାନକୁହା କଥା ଶୁଣି ପଦାଧିକାରୀ ଭୁଲ୍‍ ବୁଝତ୍ପାରନ୍ତି।
ମିଥୁନ
ଆଜି ଦିନଟିରେ ମନ ଖୁସି ରହିବ। ବହୁ ଦିନ ପରେ ନିକଟ ସମ୍ପର୍କୀୟମାନଙ୍କ ସହ ଆଲୋଚନାରେ ଭାଗ ନେଇପାରନ୍ତି। ସତର୍କତା ଅଭାବରୁ ଅର୍ଥ କିମ୍ବା କୌଣସି ଜିନିଷ ହରାଇ ବ୍ୟସ୍ତତା ଅନୁଭବ କରିବେ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାରେ ପାରିବାରିକ ସମର୍ଥନ ସହାୟକ ହେବ।
କର୍କଟ
ଦୈହିକ ଏବଂ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ସମ୍ପର୍କୀୟଙ୍କ ପରାମର୍ଶରେ ନୂତନ କାମର ପରିକଳ୍ପନା କରି ଉପକୃତ ହୋଇପାରନ୍ତି। ପରିବାରର ବ୍ୟୟ ଅଟଳଳ କରିବେ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ, ଅନ୍ୟଥା ସମସ୍ୟା ଭିତରକୁ ଯିବାକୁ ପଡ଼ିପାରେ।
ସି˚ହ
ନିଜ କାମ ପଛକୁ ପକାଇ ଅନ୍ୟମାନଙ୍କ କାମକୁ ପ୍ରାଧାନ୍ୟ ଦେଇ ବିବାଦଗ୍ରସ୍ତ ହେବେ। ଆନୁଷ୍ଠାନିକ କାମରେ ବନ୍ଧୁମାନେ ବିରୋଧ କରିପାରନ୍ତି। କୌଣସି ବନ୍ଧୁ ରାଗ ଶୁଝାଇବାକୁ ଯାଇ ଠିକଣା ସମୟରେ ପ୍ରତିଶୋଧ ନେଇପାରନ୍ତି। ପଛକଥା ନ ଭାବି ପରିସ୍ଥିତିକୁ ସାମ୍‍ନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ।
କନ୍ୟା
ପାରିବାରିକ କ୍ଷେତ୍ରରେ ଦୁର୍ଭାବନା ବଢ଼ିିଚାଲିବ। ଏହା ସାଙ୍ଗକୁ ଆତ୍ମୀୟଙ୍କ କଟା ଘାରେ ଚୂନଛିଟା ଦେଲାଭଳି କଥା ମନକୁ ବେଶି ବାଧିପାରେ। ନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ଆବଶ୍ୟକତା ପୂରଣ କରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ।
ତୁଳା
ଆଜିର ଯାତ୍ରା, ସ୍ଥଗିତ କାମ ଯଥା ସମୟରେ ସମ୍ପନ୍ନ ହେବ। ସାମୟିକ ଭାବରେ ଶାରୀରିକ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। ସତର୍କତା ରକ୍ଷା ନ କଲେ ନିଜ ଲୋକମାନେ ବିଶ୍ୱାସଘାତକତାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ ପ୍ରକାର ସମସ୍ୟା ରହିଥିଲେ ମଧ୍ୟ ଆପଣଙ୍କ କୌଣସି କାର୍ଯ୍ୟ ଅଟକି ରହିବନାହିଁ।
ବିଛା
ଦିନସାରା ଦୃଢ଼ ମନୋବଳ ନେଇ କାମ କରିବେ ଓ ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ। ଆତ୍ମୀୟମାନେ ଦୂରେଇ ଯିବା ସମସ୍ୟା ସୃଷ୍ଟି କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ସ୍ଥଗିତ କାମ ପାଇଁ ଉପରିସ୍ଥ ଅଧିକାରୀ କୈଫିୟତ୍‍ ତଲବ କରିପାରନ୍ତି।
ଧନୁ
ଦୂରଯାତ୍ରା ଶେଷ ସମୟରେ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ପରିବାରରୁ ଅପ୍ରୀତିକର ଖବର ପାଇ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ବନ୍ଧୁମାନଙ୍କ ମାଧ୍ୟମରେ ନୂତନ ବସ୍ତ୍ରଭୂଷଣ କିମ୍ବା ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ବ୍ୟବସାୟ, ପରିବହନ ଧିମା ଗତିରେ ଚାଲିବା କାରଣରୁ କ୍ଷୋଭ ପ୍ରକାଶ କରିପାରନ୍ତି।
ମକର
ବନ୍ଧୁଙ୍କ ସହିତ ଟଙ୍କା ପଇସାକୁ କେନ୍ଦ୍ରକରି ଆକସ୍ମିକ କଳହ ଲାଗିପାରେ। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ଖଳ ଲୋକମାନଙ୍କ ଦ୍ୱାରା କୌଣସି ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ସୂଚନା ରହିଛି। ଅବଶ୍ୟ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ଅକ୍ଷୁଣ୍ଣ ରହିବାରୁ ଖୁସି ହେବେ।
କୁମ୍ଭ
ଆଜି ଆପଣ ଦୂରାଗତ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ପରିବାରରୁ ଭୁଲ୍‍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅକସ୍ମାତ୍‍ ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି। ଆମତ୍ୀୟସ୍ବଜନଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କୁ ସ୍ତମ୍ଭୀଭୂତ କରିଦେଇପାରେ।
ମୀନ
ମନରେ ଯାହା ଥାଉନା କାହିଁକି ହସିଲେ କଥା କହିବେ। ଦିନଟି ବହୁତ ଭଲ ରହିବା ସାଙ୍ଗକୁ ଯାହା ଓ ଯେମିତି ଚାହୁଁଛନ୍ତି ତାହା ଅବଶ୍ୟ ମିଳିପାରିବ। ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟିରୁ ମନ ଖୁସି ରହିବା ସହ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଉଥିବାରୁ ଚିନ୍ତିତ ରହିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.