Categories: Rasifala

ରାଶିଫଳ: ସୋମବାର, ଅକ୍ଟୋବର ୨୬ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ପ୍ରଭାବରେ ପୂର୍ବର ସମସ୍ୟା କେତେକାଂଶରେ ସୁଧୁରି ଯାଇଥିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖାଦେଇପାରେ। ସଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ମାନର ସୁଫଳ ପାଇବେ। ବିବାଦଠାରୁ ଦୂରେଇ ରହିବା ଭଲ।
ବୃଷ
ଯେକୌଣସି ବିଷୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଗୁରୁମଙ୍ଗଳ ଯୋଗରୁ ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ବ୍ୟୟବୃଦ୍ଧି, ପରୋକ୍ଷ ଶତ୍ରୁତା, ଇଚ୍ଛା ବିରୋଧୀ ଆଲୋଚନା ଓ ଯାତ୍ରାକୁ ପସନ୍ଦ କରିବେ ନାହିଁ।
ମିଥୁନ
ଲାଭାବସ୍ଥା ଚନ୍ଦ୍ର ଯୋଗୁ ଅଭିଳଷିତ କାମ ହାସଲ ନିମିତ୍ତ ମନ ବୁଝିଲାଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇପାରନ୍ତି। ସଭାସମିତି, ରାଜନୀତି କିମ୍ବା କର୍ମକ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବାରୁ ସାମୟିକ ଆନନ୍ଦ ଅନୁଭବ କରିବେ।
କର୍କଟ
ରାଶିରେ ବୃହସ୍ପତି ଅବସ୍ଥାନ କରିଥିବାରୁ ଆଜି ଯେଉଁ କାମରେ ହାତ ଦେବେ, ତାହା ନିଷ୍ଫଳ ହେବନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। ଭୁଲ୍‌ ବୁଝାମଣା ଯୋଗୁ ସାଧାରଣ କଥାରେ ବନ୍ଧୁ କ୍ରୋଧ ପ୍ରକାଶ କରି ମୁହଁ ଫେରାଇ ନେଇପାରନ୍ତି। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ରବିଙ୍କ ଦୁର୍ବଳତା ଯୋଗୁଁ ଦୈହିକ ଅସୁସ୍ଥତା ସହ ଅର୍ଥ ସମ୍ପର୍କୀୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବା ଯୋଗୁ ସାମାନ୍ୟ ଖୁସି ରହିପାରନ୍ତି। ବନ୍ଧୁଙ୍କ ପ୍ରରୋଚନାରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ଗୁରୁକୃପା ସମସ୍ୟାକୁ ସମାଧାନ କରିବା ସହ ନୂଆ ନୂଆ କାମ ପାଇଁ ଉତ୍ସାହିତ କରିବ। ଆଜି ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ସହ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ଆଇନ ଅଦାଲତରୁ ସୁଫଳ ପାଇବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ସାମାନ୍ୟ ହଡ଼ବଡ଼େଇ ଯାଇପାରନ୍ତି।
ତୁଳା
ଧନାଧିପ ଗୁରୁଙ୍କ ସାନ୍ନିଧ୍ୟରେ ଆର୍ଥିକ ଉନ୍ନତି ସହ କୂଟନୈତିକ ଅନୁଚିନ୍ତା କର୍ମକ୍ଷେତକୁ ସାହାଯ୍ୟ କରିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସହ ଋଣ ପରିଶୋଧ ସକାଶେ ଅନୁକୂଳ ସୁବିଧା ପାଇବେ। ସାମୟିକ ଭାବରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା
ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ଆପଣଙ୍କୁ ସାମାଜିକ ସମ୍ମାନ ସହ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ। କିନ୍ତୁ ନିଜର ଅସାବଧାନତା କିମ୍ବା ଦୂରଦର୍ଶିତା ଅଭାବରୁ ଅଥବା ନିଜର ଅବହେଳାରୁ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଆଜି ବହୁତ ଦିନରୁ ଦେଖିନଥିବା ଆମତ୍ୀୟଙ୍କୁ ନିକଟରେ ପାଇ ବିଶେଷ ଖୁସି ଅନୁଭବ କରିବେ। ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିପାରନ୍ତି। ଚତୁର୍ଥାଧିପ ଦୁଃସ୍ଥାନସ୍ଥ ହେତୁ ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ଶୁକ୍ରଙ୍କ ସୁପ୍ରଭାବରୁ ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହେବେ। ପ୍ରଶାସନିକ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ସରକାରୀ ସାହାଯ୍ୟ କିମ୍ବା ବ୍ୟାଙ୍କ ମାଧ୍ୟମରେ ଆର୍ଥିକ ଦୂରବସ୍ଥାକୁ ସାମୟିକ ସୁଧାରିନେବେ।
କୁମ୍ଭ
ଶନିଙ୍କ ସ୍ଥିତିଜନିତ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। ଆଲୋଚନା ପରିସରରେ ନିକଟ ସମ୍ପର୍କୀୟଙ୍କ ସହ ବନ୍ଧୁତା ଜମେଇବେ।
ମୀନ
ପାପଗ୍ରହ ପ୍ରଭାବରେ ଅନ୍ୟମାନଙ୍କ ସହ ସୁସମ୍ପର୍କ ଅଭାବ କାମ ହାସଲରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ବୃଥା ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା ଜନିତ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି କରିବ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାର ସଙ୍କେତ ମନକୁ ସ୍ବାଭାବିକ କରିବାରେ ସମର୍ଥ ହେବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.