Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
ବାଧକାଧିପ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଂକଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ । ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ
ବୃଷ
ବୃଷ

ଭାଗ୍ୟାଧିପ ପ୍ରଭାବରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ । ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି । କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି କମ୍‌ଜୋର୍‌ ରହିବା ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।

ମିଥୁନ
ମିଥୁନ
ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇପାରନ୍ତି । ମୃଗଶିରା ନକ୍ଷତ୍ରର ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ୟ ଅଟକିବ ନାହିଁ । ପୁରୁଣା କଥାକୁ ଦୋହରାଇ ତର୍କକଲେ ଓଲଟାଫଳ ପାଇବେ ା ପୁରାତନ ରୋଗର ପୀଡା ସାମୟିକ ମନକୁ ବିଷାଦିତ କରିବ ।
କର୍କଟ
କର୍କଟ
ଆଜି ବୁଧାଦିତ୍ୟ ଯୋଗରୁ ଆପଣ ଯାହା କରନ୍ତୁ ନା କାହିଁକି, ସବୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ । ବ୍ୟବସାୟରେ ଲାଭବାନ ହେବେ, ମାତ୍ର ଆଶାନୁରୂପ ନ ହୋଇପାରେ । ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ଏଥିପାଇଁ ବହୁତ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡିବ । ଗଠନମୂଳକ ପ୍ରେରଣା ଦେଇପାରନ୍ତି ।
ସି˚ହ
ସି˚ହ
ଏକାଦଶସ୍ଥ ଶୁକ୍ର ଓ ରାହୁ ପ୍ରଭାବରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ପ୍ରଶାସନିକ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆମତ୍ୀୟଙ୍କ ପରୋକ୍ଷ ଶତ୍ରୁତାରୁ ମନ ଠିକ୍‌ ରହିବ ନାହିଁ  ।
କନ୍ୟା
କାମଗୁଡିକ ରାହୁଙ୍କ ଯୋଗୁଁ ସମସ୍ୟାବହୁଳ ହେତୁ ମନରେ ସରସତା ରହିବ ନାହିଁ । ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇ ପାରନ୍ତି । ସାମାଜିକ ସ୍ତରରେ କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦେଇପାରନ୍ତି । ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡିବ ନାହିଁ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ । ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ସ୍ବାତୀ ନକ୍ଷତ୍ରର ମନ ଭଲ ନ ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢାଇ ନେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗଁୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ ।
ବିଛା
ବିଛା
ତୃତୀୟ ସ୍ଥାନ ବଳବାନ୍‌ ଯୋଗୁଁ ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ମନକୁ ଆହ୍ଲାଦିତ କରିବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ । ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ବହୁତ ଟଣାଓଟରା ଲାଗିବ । ମୂଳା ନକ୍ଷତ୍ର ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ ।
ମକର
ମକର

ଶନି ପ୍ରଭାବରେ ସାମାନ୍ୟ ଥଣ୍ଡାଜନିତ କାରଣରୁ ଦେହଟା ଭଲ ଲାଗିବ ନାହିଁ । ପରିବାର ଭିତରେ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ା ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

କୁମ୍ଭ
କୁମ୍ଭ
କାମଗୁଡିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ । ଦୃଢତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରିବେ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ପୂର୍ବଭାଦ୍ରବ ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକରିପାରନ୍ତି ।
ମୀନମୀନ

କର୍ମକ୍ଷେତ୍ରରେ ହଠାତ୍‌ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ । ପାରିବାରିକ ସମସ୍ୟା ବିଷୟରେ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ପୂର୍ବଭାଦ୍ରବ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଶଂସିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri