Posted inRasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ରହିଥିଲେ ମଧ୍ୟ ସରକାରୀ ସ୍ତରରୁ ସାହାଯ୍ୟ ନିଶ୍ଚିତ ପାଇବେ। ପୂର୍ବ ସ୍ଥିରୀକୃତ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ହ୍ରାସ ଘଟିପାରେ।
ବୃଷ
ବୃଷ
ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହେବାରେ ଅସୁବିଧା ହେବ ନାହିଁ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ। ପାରିବାରିକ ସମସ୍ୟାର ସମାଧାନ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
ମିଥୁନ
ମିଥୁନ
ପୂର୍ବ ଯୋଜନା ଅନୁଯାୟୀ ଆପଣଙ୍କର କୌଣସି କାମ ଅଟକିବ ନାହିଁ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି ଉଚିତ୍‌ ପଦକ୍ଷେପ ନିଅନ୍ତୁ। ପାଖରେ ପାଇପାରୁ ନ ଥିବା ଫାଇଲ୍‌ ପତ୍ର କିମ୍ବା କୌଣସି ଜିନିଷ ପାଇଁ ତର୍କ ଓ ବିବାଦ ବଢ଼ିପାରେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ସମସ୍ୟାବହୁଳ ହେବ।
କର୍କଟ
କର୍କଟ
ଅଟକି ରହିଥିବା ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ଆଶାନୁରୂପ ହୋଇ ନ ପାରେ। ଅଫିସ୍‌ରେ କାର୍ଯ୍ୟଦକ୍ଷତା ହେତୁ ବନ୍ଧୁଙ୍କ ମଧ୍ୟରେ ପ୍ରଶଂସିତ ହେବେ। ପରିବାରରେ କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ସି˚ହ
ସି˚ହ
ଆଜି ଇଚ୍ଛା ନ ଥିଲେ ମଧ୍ୟ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ପରିବାରରେ ନିଜ ଲୋକଙ୍କୁ ଭୁଲ୍‌ ବୁଝି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ଅନଟନ ହେତୁ ବନ୍ଧୁଙ୍କୁ ସାହାଯ୍ୟ ସକାଶେ ଅନୁରୋଧ କରିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାମ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ଅଜଣା ବ୍ୟକ୍ତିମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମ କରିବା ସମସ୍ୟାର କାରଣ ହୋଇପାରେ। ଆଜି କୌଣସି କ୍ଷେତ୍ରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ। କ୍ରନିକ୍‌ ରୋଗୀମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ତୁଳା
ତୁଳା
ସହକର୍ମୀଙ୍କ ସହୃଦୟତାରୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। କିନ୍ତୁ ବହୁ ପୂର୍ବରୁ ପରୋକ୍ଷ ଶତ୍ରୁତା ସାମାଜିକ ସ୍ତରରେ ସାମୟିକ ବାଧା ସୃଷ୍ଟି କରିପାରେ ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଲେଖାପଢ଼ା ଓ ରଚନାମତ୍କ କାମରୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
ପରିଜନ ଓ ବନ୍ଧୁଙ୍କ ସହ ଆଜି କୌଣସି ନୂଆ ସ୍ଥାନକୁ ଯାଇପାରନ୍ତି। ଯାତ୍ରା ସମୟରେ ଅସାବଧାନତା କାରଣରୁ କିମ୍ବା ଅନ୍ୟମନସ୍କ ହେତୁ କୌଣସି ଜିନିଷ ହଜିଯାଇପାରେ। ସାଂସ୍କୃତିକ କାର୍ଯ୍ୟରେ ଯୋଗଦେଇ କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। କାମ ହାସଲ ପାଇଁ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗର ଅଭାବ ରହିବ ନାହିଁ।
ଧନୁ
ଧନୁ
ପ୍ରଶାସନିକ ସ୍ତରରେ ଆଲୋଚନା ଅବସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ଆଇନ ଅଦାଲତ କ୍ଷେତ୍ରରେ ଆଇନଜ୍ଞଙ୍କ ପରାମର୍ଶ ଲାଭକରି ଖୁସି ହେବେ। ମାଙ୍ଗଳିକ କାର୍ଯ୍ୟରେ ଯଥାସମ୍ଭବ ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ। ପରିବାରର ଇଚ୍ଛା ବିରୁଦ୍ଧରେ କାମ କରି ସମାଲୋଚିତ ହେବାକୁ ପଡ଼ିପାରେ।
ମକର
ମକର
ଆକସ୍ମିକ ସାମାନ୍ୟ ଅସୁସ୍ଥତାଜନିତ କାରଣରୁ ମନଟା ଭଲ ଲାଗି ନ ପାରେ। ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ପୂର୍ଣ୍ଣମାତ୍ରାରେ ଦୂରୀଭୁତ ହୋଇଯିବ। ସାହିତ୍ୟ, ସାମ୍ବାଦିକତାରେ ତଥା ପ୍ରଶାସନିକସ୍ତରରେ ଉଚ୍ଚ ପ୍ରଶଂସିତ ହେବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ବାରମ୍ବାର ଚେଷ୍ଟା କରି ମଧ୍ୟ କାର୍ଯ୍ୟ ସମ୍ପନ୍ନ ନ ହେବା କାରଣରୁ ଚିନ୍ତିତ ରହିପାରନ୍ତି। ଆର୍ଥିକ ଅନଟନ ଦୂର କରିବାକୁ ବିଭିନ୍ନ ପ୍ରକାର ନୂଆ ନୂଆ ଯୋଜନା କରିବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ନିକଟ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ମୀନମୀନ
ଚିନ୍ତା କରନ୍ତୁ ନାହିଁ, କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଆକସ୍ମିକ ଭାବେ ଆପଣଙ୍କୁ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ବିବାଦୀୟ ପରିସ୍ଥିତିରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ପ୍ରତ୍ୟେକ କ୍ଷେତ୍ରରେ ବ୍ୟସ୍ତ ବିବ୍ରତ ନ ହୋଇ କାମ କରିବା ଭଲ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri