Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସହକର୍ମୀଙ୍କ ବିରୁଦ୍ଧାଚରଣ ହେତୁ କର୍ମକ୍ଷେତ୍ରରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ। ନିଜ ଲୋକଙ୍କୁ ବୃଥା ସନ୍ଦେହ କଲେ ନିଜର କ୍ଷତି ଘଟିପାରେ।
ବୃଷ
ବୃଷ
ଶାରୀରିକ ଦୁର୍ବଳତା ଯୋଗୁ କାମକରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ପାରିବାରିକ ସ୍ଥିତିରେ ଆଥିର୍କ ଦିଗରେ ଆଂଶିକ ଉନ୍ନତି ଦେଖାଦେବ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିପାରନ୍ତି। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାକୁ ପଡ଼ିପାରେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କରି ଅନୁତପ୍ତ ହେବେ। ଭ୍ରମଣଜନିତ ପୀଡ଼ା ଅନୁଭବ କରିବେ।
କର୍କଟ
କର୍କଟ
ଦୀର୍ଘଦିନରୁ ଭାଙ୍ଗିପଡ଼ିଥିବା କୌଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବେ। ଭାବପ୍ରବଣତାବଶତଃ ଓଲଟା କଥା କହି ବନ୍ଧୁ ଗହଣରେ ଅପଦସ୍ଥ ହେବେ। ପରକଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରିପାରନ୍ତି। ପ୍ରିୟଜନଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ ।
ସି˚ହ
ସି˚ହ
ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ। ମିତ୍ର କେହି ଛଳନା କରି ଦୂରେଇ ଯାଇପାରନ୍ତି ।
କନ୍ୟା
ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ ଓ ଆଶାଜନକ ଫଳ ପାଇବେ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନ୍‌ଶିପ୍‌ରୁ ଖୁସି ରହିବେ। ଅବହେଳାଜନିତ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇ ପାରେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବାର ଆଶଙ୍କା ରହିଛି।
ତୁଳା
ତୁଳା
ବନ୍ଧୁଙ୍କ ସହାୟତାରେ ସମସ୍ୟା ସମାଧାନ ହୋଇଯିବାର ମାର୍ଗ ଉନ୍ମୁକ୍ତ ହେବ। ପାରିବାରିକ ସ୍ତରରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ। ସତର୍କତା ଅଭାବରୁ ସମସ୍ୟା ଭିତକୁ ଠେଲି ହୋଇପାରନ୍ତି ।
ବିଛା
ବିଛା
ଆକସ୍ମିକ ଭାବରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପରିସ୍ଥିତିବଶତଃ ଦୁଇ ପଇସା ଜାଗାରେ ଛ’ପଇସା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଦୂର ଯାତ୍ରାରେ କାର୍ଯ୍ୟ ସିଦ୍ଧି ହେବ ଓ ଅଭିଳଷିତ ଜିନିଷ ପାଇବେ। ସାମାଜିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ।
ଧନୁ
ଧନୁ
ଆଜି ଆପଣଙ୍କ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଠିକ୍‌ ଭୁଲ୍‌ର ବିଚାର ନ କରି କାମ କଲେ ନିଶ୍ଚିତ ଭାବରେ ପ୍ରତାରିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
 କାମ କରିବାର ସ୍ପୃହା ଜାଗ୍ରତ ହେବ ଓ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ପରିଶ୍ରମର ପାରିଶ୍ରମିକ ପାଇବେ, ଯାହା ଦ୍ୱାରା କି ମନ ଖୁସି ହୋଇଯିବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିପାରନ୍ତି।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ପରୀକ୍ଷା କରିବାର ଆବଶ୍ୟକତାକୁ ନେଇ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ଭ୍ରାତୃସମ୍ପର୍କରେ ଉନ୍ନତି ଘଟିବାରୁ ଖୁସି ରହିବେ। ସଭାସମିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ମଜି ରହିପାରନ୍ତି।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଜଣେ ବିଜାତୀୟ ବ୍ୟକ୍ତି ଅସହଯୋଗ କରିପାରନ୍ତି। ଯେତେ ଭଲ କାମ କରନ୍ତୁନା କାହିଁକି ପରିବାରରେ ସମାଲୋଚିତ ହେବେ। ବାହାର ସ୍ଥାନରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ। ମାଲିମକଦ୍ଦମା ହେତୁ ଚିନ୍ତାଶୀଳ ହେବେ। ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri