Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୫ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ଦୃଢ଼ ପଦକ୍ଷେପ ନେଲେ କୃତକାର୍ଯ୍ୟ ହେବେ। ଅଫିସ୍‌ କାମରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବହୁତ ଆଲୋଚନା ଶେଷରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସହକର୍ମୀଙ୍କ ସୌହାଦ୍ଦ୍ୟରୁ ଉପକୃତ ହେବେ।
ବୃଷ
ବୃଷ
ପାରିବାରିକ କ୍ଷେତ୍ରରେ ଭଉଣୀଙ୍କ ସାହାଯ୍ୟ ପ୍ରତିଶ୍ରୁତିରୁ ଆଶ୍ୱସ୍ତି ଲାଭ କରିବେ। ଅଭିଳଷିତ ଦ୍ରବ୍ୟପ୍ରାପ୍ତିରେ ଅସହଯୋଗର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଯୋଗୁଁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ ଓ ମାନସିକ ଦ୍ୱନ୍ଦ୍ୱରୁ ରିହାତି ପାଇବେ। ସହକର୍ମୀଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି।
କର୍କଟ
କର୍କଟ
ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଆଜି ଆକସ୍ମିକ ଭାବେ ପୁନଃ ପ୍ରତିଷ୍ଠିତ ହେବେ। ଭାବପ୍ରବଣ ବଶତଃ କିଛି କହି ଅପଦସ୍ଥ ହୋଇପାରନ୍ତି। ବାନ୍ଧବୀଙ୍କ ସହ ଆଳାପରେ ସମୟ କଟାଇପାରନ୍ତି। ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ମହିଳାମାନେ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ସି˚ହ
ସି˚ହ
ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ। କର୍ମକ୍ଷେତ୍ରରେ ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ। ସବୁ ପ୍ରକାରର ସୁବିଧା ଥିଲେ ସୁଦ୍ଧା ମଘା ନକ୍ଷତ୍ର ମାନସିକ ସ୍ତରରେ କଷ୍ଟ ପାଇବେ।
କନ୍ୟା
ହାତକୁ ନେଇଥିବା କାମଗୁଡିକ ଅଟକିବ ନାହିଁ ଏବଂ ସେଥିରେ ଆଶାଜନକ ଫଳ ପାଇବେ। ସରକାରୀ କାମରେ ହଠାତ୍‌ ବିଶ୍ୱସ୍ତ ସୂତ୍ରରୁ ଶୁଭ ଖବର ଶୁଣି ଖୁସି ହେବେ। ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ଲଢ଼ି ଶତ୍ରୁ ଅର୍ଜିବେ। ଉପରିସ୍ଥ ଆଦେଶାନୁସାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ତୁଳା
ତୁଳା
ପାରିବାରିକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବା ସଙ୍ଗକୁ ବିଳାସ ବ୍ୟସନରେ ସମୟ ଅତିବାହିତ କରିବେ। ବନ୍ଧୁମାନେ ସମସ୍ୟାକୁ ବଢାଇଦେଇ ପାରନ୍ତି। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା
ବିଛା
ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ସାମୟିକ ଦୁଃଖକୁ ଭୁଲିଯିବେ। ପଡୋଶୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହେବା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ। ପରିସ୍ଥିତିରେ ପଡି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ସାମାଜିକ ପ୍ରତିଷ୍ଠା ବଢିବା ସହ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ଧନୁ
ଧନୁ
ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିଥିବାରୁ ଆବଶ୍ୟକୀୟ ସହଯୋଗ ପାଇବାରେ ଅସୁବିଧା ହେବନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। ଦୀର୍ଘଦିନର ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
ମକର
ମକର
ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁଁ କର୍ମକ୍ଷେତ୍ରରେ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଆର୍ଥିକ ସ୍ଥିତି କ୍ରମଶଃ ବଦଳି ଯିବା କାରଣରୁ ଉଦ୍‌ବିଗ୍ନତା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ଶିଥିଳତା ଦେଖାଦେବ। ପର କଥାରେ ମୁଣ୍ଡ ପୂରାଇ ଭୁଲ୍‌ ମାର୍ଗରେ ଗତି କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ଶେୟାର ବଜାରରେ କ୍ଷତିର ଆଶଙ୍କା ରହିଛି । ଭ୍ରାତୃ ସମ୍ପର୍କରେ ଅବନତି ଘଟିଲେ ହେଁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
ମୀନମୀନ
ଯେତେ ଭଲ କାମ କଲେ ସୁଦ୍ଧା ଭଲ ପାଉ ନ ଥିବା ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଗୃହ ନିର୍ମାଣରେ ଉନ୍ନତି ଘଟିବ କିନ୍ତୁ ସାମୟିକ ବିରୋଧର ସମ୍ମୁଖୀନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri