Posted inRasifala

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ
ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ କ୍ଷେତ୍ରରେ ସୁଫଳ ପାଇବେ। ରାହୁ ଦୃଷ୍ଟ ରବି ଯୋଗୁ କୃତ୍ତିକା ନକ୍ଷତ୍ର ବିଚାରବିହୀନ କାମକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବୃଷ
ବୃଷ
ଆଗକୁ ଆସୁଥିବା ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁଦୌଡ଼ କରିବାକୁ ପଡ଼ିପାରେ। ଏକ ନିର୍ଦ୍ଦିଷ୍ଟ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ଅନୁଭବ କରିବେ। ମୃଗଶିରା ନକ୍ଷତ୍ର ଭଲ ସମ୍ପର୍କ ରଖି ନ ଥିବା ବ୍ୟକ୍ତିମାନଙ୍କଠାରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ଆଜି ଆପଣ ପରିସ୍ଥିତିବଶତଃ ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ହଠାତ୍‍ ଦୂରକୁ ଯିବାକୁ ପଡ଼ିପାରେ। ଆରଦ୍ରା ନକ୍ଷତ୍ର ଅବଶ୍ୟ କର୍ମକ୍ଷେତ୍ରର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିପାରିିବେ। ସଙ୍କୋଚ ବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ।
କର୍କଟ
କର୍କଟ
ଧନଭାବସ୍ଥ କେତୁଜନିତ ବ୍ୟବହାରରେ ବ୍ୟତିକ୍ରମ ସାଙ୍ଗକୁ ସହକର୍ମୀଙ୍କ ସହ ମତାନ୍ତର ସୂଚନା ରହିଛି। ଅର୍ଥସଙ୍କଟ ସାଙ୍ଗକୁ କାର୍ଯ୍ୟହାନିଜନିତ ଧୈର୍ଯ୍ୟଚ୍ୟୁତି ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅବଶ୍ୟ ଅନୁକୂଳ ରହିବ। ବାଣିଜ୍ୟ, ନିର୍ମାଣରେ ଅସୁବିଧା ନ ହୋଇପାରେ।
ସି˚ହ
ସି˚ହ
ପାପଗ୍ରହଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼କରିବା ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ପୂର୍ବାଫାଲ୍‍ଗୁନୀ ନକ୍ଷତ୍ର ସମସ୍ୟା ସୁଧାରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିବାକୁ ପଡ଼ିବ।
କନ୍ୟା
କର୍ମକ୍ଷେତ୍ରରେ ସନ୍ଦେହାମତ୍କ ବାତାବରଣ ମଧ୍ୟରେ ଅଣନିଃଶ୍ୱାସୀ ହେବାକୁ ପଡ଼ିପାରେ। ଶିକ୍ଷା କ୍ଷେତ୍ରରେ ଅପୂରଣୀୟ ଆଶା ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣକୁ ବଢ଼ାଇଦେଇପାରେ। ପାରିବାରିକ ସମସ୍ୟା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ। ହସ୍ତା ନକ୍ଷତ୍ର ସ୍ଥିର ମନ ନେଇ କାମକଲେ ସମସ୍ୟା ସମାଧାନ ହୋଇପାରିବ।
ତୁଳା
ତୁଳା
ଆଜି ପାରିବାରିକ ପରିସ୍ଥିତି ଏମିତି ସୃଷ୍ଟିହେବ ଯାହାକି ପାଣି ବୋଲି ପିଇପାରିବେ ନାହିଁ କିମ୍ବା ପଣା ବୋଲି ମଧ୍ୟ ଫିଙ୍ଗିପାରୁ ନ ଥିବେ। ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଗତି କରୁଥିବାରୁ ଧୀରେ ଧୀରେ ମାନସିକ ଅବସ୍ଥା ଖରାପ ଦିଗକୁ ଗତିକରିବ। ସ୍ବାତୀ ନକ୍ଷତ୍ରର ବ୍ୟବସାୟ ସାଙ୍ଗକୁ ବନ୍ଧୁମିଳନ ଯୋଗ ରହିଛି।
ବିଛା
ବିଛା
ନୂତନ କର୍ମାରମ୍ଭ,ଆନୁଷ୍ଠାନିକ କାମ,ସଭାସମିତି ଓ ଭ୍ରମଣଜନିତ କାମରେ ସମୟ ବିନିଯୋଗ କରିବେ। ପରିବାରରେ ଭୁଲ୍‍ ବୁଝାମଣା ଓ ନିଜର କେତେକ ବ୍ୟତିକ୍ରମକୁ ସଜାଡ଼ିବାକୁ ଯାଇ ଅସ୍ଥିରତା ଲାଗି ରହିବ। ଅନୁରାଧା ନକ୍ଷତ୍ରର ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କୁୁ ଦୂରେଇଦେଇପାରେ।
ଧନୁ
ଧନୁ
ବିଶେଷ କୌଣସି ଅସୁବିଧା ନ ଥିଲେ ମଧ୍ୟ ଅଯଥାରେ ଏଣୁତେଣୁ ଗୁଡ଼ାଏ ଚିନ୍ତାକରି ମନ ବିବ୍ରତ ରହିବ। ବିବାଦୀୟ ପରିସ୍ଥିତି କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ସାମୟିକ ଖୁସି ହୋଇଯାଇପାରେ। ମୂଳା ନକ୍ଷତ୍ର ବାଧ୍ୟବାଧକତାରେ ନାହିଁକରି ନ ପାରି ଦୂରଯାତ୍ରା କରିବାକୁ ପଡ଼ିପାରେ।
ମକର
ମକର
ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବା ଆଶା ରହିଛି। ଶ୍ରବଣା ନକ୍ଷତ୍ର କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିବେ। କ୍ଷଣକୋପବଶତଃ ଯାହା ପଡ଼ିଲା ତାହା କହି ପକାଇବା ଦ୍ୱାରା କିଛି ସମସ୍ୟା ଆସିପାରେ।
କୁମ୍ଭ
କୁମ୍ଭ
ଶତଭିଷା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ନିଜର ଲୋକ ମାନେ ଯେତେ ପ୍ରକାର ସମସ୍ୟା ସୃଷ୍ଟିକଲେ କିଛି କ୍ଷତି କରିପାରିବେ ନାହିଁ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ସାଧାରଣ କଥାରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟାକୁ ପ୍ରତିହତକରି ଆଗକୁ ବଢ଼ିବା ସକାଶେ ପଦକ୍ଷେପ ନେବେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ର ଯେତେ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣିହୋଇଯିବା ଆଶଙ୍କା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?