Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଏବଂ ବନ୍ଧୁଙ୍କ ପରାମର୍ଶ ପାଇବାରୁ ମନ ଖୁସି ରହିବ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ , ସାହିତ୍ୟ, ସଙ୍ଗୀତ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଭୁଲ୍‍ବୁଝାମଣାରୁ ଭ୍ରାତୃ ବିବାଦଜନିତ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେବ। ପ୍ରିୟଜନଙ୍କ ସହାୟତାରେ ଆଶା କରୁଥିବା ଦିଗରୁ ଅର୍ଥ ଓ ସୁଖବର ପାଇ ଖୁସି ହେବେ। ଚେଷ୍ଟା କରୁଥିବା କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ସଭାସମିତି ଅଥବା ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
ମିଥୁନ
ମିଥୁନ
ପରିବାରର ସହାନୁଭୂତି ଓ ଅନୁରୋଧକ୍ରମେ କୌଣସି କାମରେ ତପତ୍ରତା ପ୍ରକାଶ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। ବନ୍ଧୁଙ୍କ ସହ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିଜଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ।
କର୍କଟ
କର୍କଟ
ବହୁତ ଝିନ୍‍ଝଟ୍‍ ମଧ୍ୟରେ କର୍ମକ୍ଷେତ୍ରରେ ମାନସିକ ଉଦାସୀନତା କାମରେ ନିରୁତ୍ସାହିତ ଭାବ ସୃଷ୍ଟିକରିବ। ଅବଶ୍ୟ ଆର୍ଥିକ ସ୍ଥିତି ବହୁତ ଭଲ ରହିବା ସହ ଅର୍ଥ ସମ୍ପର୍କିତ ସମସ୍ୟା ସୁଧୁରି ଯାଇପାରେ। କର୍ମକ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯାହାଦ୍ୱାରା ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍‍ ନିଷ୍ପତ୍ତି ନେଇ ନ ପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରେ ସାଧନ କରିପାରିବେ। ମନ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବାରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ବହୁତ ଅନୁସନ୍ଧାନ ପରେ ଅପରାହ୍ନରେ ପାଉ ନ ଥିବା ଜିନିଷଟି ହଠାତ୍‍ ପାଇଯିବେ। ବ୍ୟବସାୟ ଓ ପରିବହନରେ ହଠାତ୍‍ କ୍ଷତି ସହିବାକୁ ପଡ଼ିପାରେ।
କନ୍ୟା
ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ପ୍ରଫୁଲ୍ଲତା ଦିନଚର୍ଯ୍ୟାକୁ ସନ୍ତୋଷ ପ୍ରଦାନ କରିବ। ଚେଷ୍ଟାକରୁଥିବା କାମରେ ସଫଳତା ପାଇବାରେ ବନ୍ଧୁଙ୍କ ସହଯୋଗ ସ୍ମରଣୀୟ ରହିବ। ପାରିବାରିକ କିମ୍ବା ସାମାଜିକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ବ୍ୟୟାଧିକ୍ୟଜନିତ ଅର୍ଥାଭାବରୁ କାମ କରିବାରେ ପଛେଇ ଯାଇ ପାରନ୍ତି।
ତୁଳା
ତୁଳା
ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି, ଜମିଜମା ସମ୍ବନ୍ଧୀୟ କାର୍ଯ୍ୟ ଅଥବା ଶୁଭକାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି। ଆବଶ୍ୟକ ସହଯୋଗ ଲାଭକରି ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବା କାରଣରୁ ମାନସିକ ସ୍ଥିତି ଭଲ ରହିବ। ଉପରିସ୍ଥ କର୍ମଚାରୀଙ୍କ ସମ୍ମୁଖରେ ମନକଥା କହିବାକୁ ପଛେଇ ଯାଇ ମନସ୍ତାପ କରିପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟ ପ୍ରାୟତଃ ଠିକ୍‍ ରହିବା ସାଙ୍ଗକୁ କୌଣସି ଆଗାମୀ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଏହା ସାଙ୍ଗକୁ ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିପାରେ। ବଳହୀନ ବୁଧ ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିବା ସହ ବୃହସ୍ପତିଙ୍କ ପ୍ରଭାବରେ ପରିସ୍ଥିତି ସହ ନିଜକୁ ଆଡଜଷ୍ଟ କରାଇନେବାରେ ସାହାଯ୍ୟ କରିବ।
ଧନୁ
ଧନୁ
ଆପଣଙ୍କ ମାନସିକ ସ୍ଥିତି ସୁସ୍ଥ ରହିବା ସହ କୌଣସି ନୂତନ କର୍ମାରମ୍ଭ ପାଇଁ ନିୟୋଜିତ ହୋଇପାରନ୍ତି। ଆଜିର କର୍ମକ୍ଷେତ୍ରରେ, ପ୍ରଶାସନିକ ଅବା ରାଜନୈତିକ କ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିବେ। ପାରିବାରିକ, ପ୍ରକାଶନ, ଯାନବାହନ, ନିର୍ମାଣ, ନୂତନ ସ୍ଥାନ ପରିଦର୍ଶନରୁ ସୁଫଳ ମିଳିବ।
ମକର
ମକର
ଆଜି ବନ୍ଧୁସମ୍ପର୍କ, ନୂତନ କାର୍ଯ୍ୟାରମ୍ଭ, ବାଣିଜ୍ୟ, ବ୍ୟବସାୟ, ମନୋରଞ୍ଜନାଦି କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ଅଥବା ଆନୁଷ୍ଠାନିକ କାମ, କଳା, କାରିଗରିରେ ପ୍ରଶଂସିତ ହେବେ। ପରିବାରର ଆବଶ୍ୟକତାକୁ ନେଇ ବିଳାସ ଉପକରଣ ଏବଂ ଯାନ୍ତ୍ରିକ ଜିନିଷ କ୍ରୟ କରିବେ।
କୁମ୍ଭ
କୁମ୍ଭ
ଆଜିର ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ କୌଣସି ସମ୍ପର୍କୀୟ ଆପଣଙ୍କ ପାଇଁ ବିରୋଧୀ ଭୂମିକା ଗ୍ରହଣ କରିପାରନ୍ତି। ଶତ୍ରୁତା ଓ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ତାହା ଆପଣଙ୍କ କାର୍ଯ୍ୟ ହାସଲ ସକାଶେ ଅନ୍ତରାୟ ନ ହୋଇପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବେ।
ମୀନମୀନ
ବନ୍ଧୁଙ୍କ ସହ ଆଲୋଚନାନ୍ତେ ପୂର୍ବ ସ୍ଥିରୀକୃତ ଯୋଜନାରେ ପରିବର୍ତ୍ତନ ଅଥବା ଗସ୍ତକାର୍ଯ୍ୟକ୍ରମ ବାତିଲ ହୋଇଯାଇପାରେ। ପୂର୍ବଶତ୍ରୁତା କାରଣରୁ ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ପାରନ୍ତି। ଏପରି କି ଭଲ ସମ୍ପର୍କ ରହିଥିବା ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପଛରେ ବହୁତ କଥା କହିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାରେ ସଫଳ ହେବେ। ଆତ୍ମୀୟଙ୍କ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିକଲେ ମଧ୍ୟ କାମ ଅଟକିବ ନାହିଁ। ଶିଳ୍ପ,…

ରାଶିଫଳ: ଗୁରୁବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଦେବଗୁରୁଙ୍କ ସହ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ସୌଭାଗ୍ୟ ପ୍ରଦାୟକ ରହିବେ। କୃତି, କୃତିତ୍ୱ ଓ ବାଗ୍ମିତାକୁ ନେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri